iPhone in Space / NASAର ବଡ଼ ନିଷ୍ପତ୍ତି; ଏଣିକି ମହାକାଶକୁ ନିଜ ଫୋନ ନେବେ ମହାକାଶଚାରୀ
·7 months ago·3 min read

Key Points
ଆମେରିକୀୟ ସ୍ପେଶ ଏଜେନ୍ସି ନାସାର ବଡ଼ ନିଷ୍ପତ୍ତି
ମହାକାଶକୁ ବ୍ୟକ୍ତିଗତ ଫୋନ ନେବାକୁ ଦେଲା ଅନୁମତି
ଏଣିକି ମହାକାଶଚାରୀମାନେ ନିଜ ଫୋନ ନେଇ ଯିବେ ସ୍ପେଶ୍
ମହାକାଶକୁ ବ୍ୟକ୍ତିଗତ ଫୋନ ନେବାକୁ ଦେଲା ଅନୁମତି
ଏଣିକି ମହାକାଶଚାରୀମାନେ ନିଜ ଫୋନ ନେଇ ଯିବେ ସ୍ପେଶ୍
ଏଣିକି ମହାକାଶରୁ ଆସିବ ଫୋନକଲ୍ । ମହାକାଶଚାରୀମାନେ ନିଜ ପରିବାରବର୍ଗଙ୍କ ସହିତ ନିଜ ଫୋନ ମାଧ୍ୟମରେ ସିଧାସଳଖ କଥାବାର୍ତ୍ତା କରିପାରିବେ । ଏପରି ବଡ଼ ନିଷ୍ପତ୍ତି ନେଇଛି ଆମେରିକୀୟ ସ୍ପେଶ ଏଜେନ୍ସି ନାସା । ଏଜେନ୍ସିର ଏହି ନିଷ୍ପତ୍ତି ମହାକାଶ ଯାତ୍ରୀଙ୍କ ପୁରା ଅନୁଭବକୁ ପରିବର୍ତ୍ତନ କରିବାକୁ ଯାଉଛି । ଏଯାବତ ମହାକାଶ ଯାତ୍ରା କରୁଥିବା ମହାକାଶଚାରୀମାନଙ୍କୁ ସାଙ୍ଗରେ ନିଜ ସ୍ମାର୍ଟଫୋନ ନେଇ ଯିବା ପାଇଁ ଅନୁମତି ଦିଆଯାଉନଥିଲା, ମାତ୍ର ଖୁବଶୀଘ୍ର ଏହି ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ନାସା ଖୁବଶୀଘ୍ର ନିଜର Crew-12 ଓ Artemis II ମିଶନର ମହାକାଶଚାରୀଙ୍କୁ ସାଥୀରେ ନିଜ ପର୍ସନାଲ ସ୍ମାର୍ଟଫୋନ ନେବାକୁ ଅନୁମତି ଦେଇଛି ।
ନାସାର ପ୍ରଶାସକ ଜେରେଡ୍ ଆଇଜ୍ୟାକମ୍ୟାନ୍ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ସାଇଟ୍ରେ ଏକ ପୋଷ୍ଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏବେ କ୍ରୁ ମେମ୍ବରମାନଙ୍କୁ ଏପରି ଟୁଲ୍ସ ଦିଆଯାଉଛି, ଯାହା ଜରିଆରେ ସେମାନେ ନିଜ ପରିବାର ସହିତ ବିଶେଷ ମୁହୂର୍ତ୍ତକୁ ବାଣ୍ଟିପାରିବେ ଏବଂ ମହାକାଶ ଯାତ୍ରା ସମୟରେ ସେମାନେ ଯେପରି ନିଜ ପରିବାରଠାରୁ ଦୂରରେ ନାହାନ୍ତି ସେପରି ଅନୁଭବ ପ୍ରଦାନ କରିବା ଲାଗି ଏହି ନୂଆ ନିୟମ କରାଯାଇଛି । ଏହାସହିତ ମହାକାଶର ଚମତ୍କାର ଭିଡିଓ ଓ ଫଟୋକୁ ସେ ପୁରା ଦୁନିଆ ସହିତ ସେୟାର ମଧ୍ୟ କରିପାରିବେ ।

- ଏଯାବତ ମୋବାଇଲ ପାଇଁ ନ ଥିଲା ଅନୁମତି
- ଅତ୍ୟାଧୁନିକ ଫୋନ ନେବେ ମହାକାଶଚାରୀ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ନାସାର ଆଗାମୀ ମିଶନ
ଏଥିସହ ପଢନ୍ତୁ: ମାଗଣା ୱାଇ-ଫାଇ ଲୋଭ ହୋଇପାରେ ଘାତକ; ଫୋନରେ ଖୋଲିଯିବ ଏହିସବୁ
Related Topics
Explore more stories