Videos
|
Technology

EV Aircraft / ଘଣ୍ଟାକୁ ୩୦୦ କିଲୋମିଟର ବେଗ, ୪୦୦ KM ରେଞ୍ଜ; ଚୀନ ଆଣିଲା ବୈଦ୍ୟୁତିକ ବିମାନ

Sushanta Sahoo
Browse all articles by Sushanta Sahoo
·43 mins ago·2 min read
ଘଣ୍ଟାକୁ ୩୦୦ କିଲୋମିଟର ବେଗ, ୪୦୦ KM ରେଞ୍ଜ; ଚୀନ ଆଣିଲା  ବୈଦ୍ୟୁତିକ ବିମାନ
China Tests CE-25A Electric Passenger Plane with 19 Seats

Key Points

ଚୀନ ୧୦ ଓଜନ ବିଶିଷ୍ଟ ସମ୍ପୂର୍ଣ୍ଣ ବୈଦ୍ୟୁତିକ ବିମାନ ଆଣିଛି । ଯାହାକି ପାଇଲଟ୍ ବିନା କିମ୍ବା ପାଇଲଟ୍ ସହ ଉଡ଼ାଣ କରି ପାରିବ । ଇଲେକ୍ଟ୍ରିକ୍ ପ୍ରୋପେଲର ବିଶିଷ୍ଟ ଏହି CE-25A ବିମାନ ଥରକରେ ୧୯ ଯାତ୍ରୀଙ୍କୁ ନେଇ ଉଡ଼ି ପାରିବ ।
ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍ କାର୍ ପରେ ଏବେ ଚୀନ ବିମାନ (Flight) ମାମଲାରେ ଆଗକୁ ବଢ଼ୁଛି । ଏବେ ଚୀନ ୧୦ ଓଜନ ବିଶିଷ୍ଟ ସମ୍ପୂର୍ଣ୍ଣ ବୈଦ୍ୟୁତିକ ବିମାନ ଆଣିଛି । ଯାହାକି ପାଇଲଟ୍ ବିନା କିମ୍ବା ପାଇଲଟ୍ ସହ ଉଡ଼ାଣ କରି ପାରିବ । ଇଲେକ୍ଟ୍ରିକ୍ ପ୍ରୋପେଲର ବିଶିଷ୍ଟ ଏହି CE-25A ବିମାନ ଥରକରେ ୧୯ ଯାତ୍ରୀଙ୍କୁ ନେଇ ଉଡ଼ି ପାରିବ ।

ଏହି ବିମାନର ଘଣ୍ଟାପ୍ରତି ସର୍ବାଧିକ ବେଗ ୩୦୦ କିଲୋମିଟର ରହିଥିବା ବେଳେ ଏହା ଥରକରେ ୪୦୦ କିଲୋମିଟର ଦୂରତା ଯାତ୍ରା କରିପାରିବ । ବିନା ପାଇଲଟରେ ଏହି ବିମାନର ପରୀକ୍ଷଣ ଉଡ଼ାଣ ପରେ ଏହା ପ୍ରଥମ ପାଇଲଟ୍ ଉଡ଼ାଣ ସମ୍ପନ୍ନ କରିଛି ।


ପୂର୍ବ ଚୀନର ଶେଡୋଙ୍ଗ ପ୍ରଦେଶର ବିନଝୋଉରେ ହୋଇଥିବା ଉଡ଼ାଣରେ ବିମାନରେ ଦୁଇ ପାଇଲଟଙ୍କ ସହ ଜଣେ ବିମାନ ଟେଷ୍ଟ ଇଞ୍ଜିନିୟର ରହିଥିଲେ । CE-25A ହେଉଛି COMACର ପ୍ରଥମ ଇଲେକ୍ଟ୍ରିକ୍ ବାଣିଜ୍ୟିକ ବିମାନ ।

ଏଥିସହ ପଢ଼ନ୍ତୁ: ୭୦ ଦେଶରେ ଠପ୍ ଥିଲା Microsoftର ବିଭିନ୍ନ ସେବା; ଠିକ୍ କରିବାକୁ ଲାଗିଲା ୩୬ ଘଣ୍ଟା 

ମୁଖ୍ୟତଃ ଗୋଟିଏ ସହରରୁ ଅନ୍ୟ ସହର ମଧ୍ୟରେ ବାଣିଜ୍ୟିକ ଉଡ଼ାଣ ଲାଗି ଏହାକୁ ପ୍ରସ୍ତୁତ କରାଯାଇଚି । ବିମାନରେ ଗୋଟିଏ ଥରରେ ସର୍ବାଧିକ ୧୯ ଜଣ ଯାତ୍ରୀ ଯାତ୍ରା କରିପାରିବେ । ଏହାର ସର୍ବାଧିକ ଉଡ଼ାଣ ଓଜନ ୧୦ ଟନ୍ ଅଟେ । ଯାହାକି ପ୍ରତିଘଣ୍ଟା ୩୦୦ କିଲୋମିଟର ବେଗର ଉଡ଼ାଣ କରିପାରିବ । ଉଡ଼ାଣର ଉଚ୍ଚତା ସର୍ବାଧିକ ୨୪୦୦ ମିଟର ରହିବ ।

କମର୍ସିଆଲ୍ ଏୟାରକ୍ରାଫ୍ଚ କର୍ପୋରେସନ୍ ଅଫ୍ ଚାଇନା (COMAC) ଅନୁସାରେ, ବିମାନ ସ୍ଵାଭାବିକ ଭାବେ କାମ କରୁଛି ଏବଂ ପ୍ରଦର୍ଶନ ଆଶା ଅନୁରୂପ ରହିଛି । CE-25A ବିମାନ ଚଳିତବର୍ଷ ଫେବ୍ରୁଆରୀରେ ତାର ପ୍ରଥମ ଉଡ଼଼ାଣ ପୂରା କରିଥିଲା । ଯେଉଁଥିରେ କୌଣସି ପାଇଲଟ୍ ନଥିଲେ ।

COMAC ଚୀନର ବ୍ୟାଟେରୀ ନିର୍ମାଣକାରୀ କମ୍ପାନୀ CATL, ଶଂଘାଇ ଜିଓ ଟୋଙ୍ଗ ୟୁନିଭରସିଟି ଓ ଅନ୍ୟ କମ୍ପାନୀ ସହ ମିଶି ମିଳିତ ଭାବେ CE-25Aର ଉଡ଼ାଣ ସଫଳତାର ସହ ପୂରା କରିଛି । ଚୀନର ବେସାମରିକ ଉଡ଼ାଣ ମନ୍ତ୍ରଣାଳୟ ମଧ୍ୟ ଟାଇପ୍ ସାର୍ଟିଫିକେଟ୍ ଲାଗି COMACର ଆବେଦନକୁ ଗ୍ରହଣ କରିଛି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: