Videos
|
Technology

Microsoft / ୭୦ ଦେଶରେ ଠପ୍ ଥିଲା Microsoftର ବିଭିନ୍ନ ସେବା; ଠିକ୍ କରିବାକୁ ଲାଗିଲା ୩୬ ଘଣ୍ଟା

Sushanta Sahoo
Browse all articles by Sushanta Sahoo
·53 mins ago·3 min read
୭୦ ଦେଶରେ ଠପ୍ ଥିଲା Microsoftର ବିଭିନ୍ନ ସେବା; ଠିକ୍ କରିବାକୁ ଲାଗିଲା ୩୬ ଘଣ୍ଟା
Microsoft Services Back After 36-Hour Global Outage

Key Points

ପ୍ରାୟ ୩୬ ଘଣ୍ଟା ପର୍ଯ୍ୟନ୍ତ ମାଇକ୍ରୋସଫ୍ଟର ବିଭିନ୍ନ ସେବା କାମ କରୁନଥିଲା । ଏବେ ସମସ୍ତ ସେବା ସ୍ଵାଭାବିକ ଭାବେ କାମ କରୁଛି । ଆଉଟଲୁକ୍, ଟିମ୍ସ, କୋ-ପାଇଲଟ୍ ଆଦି ସ୍ଵାଭାବିକ ସ୍ଥିତିକୁ ଫେରିଛି ।
ନୂଆଦିଲ୍ଲୀ: ଦୀର୍ଘ ଘଣ୍ଟାର ଆଉଟେଜ୍ (ଅଚଳାବସ୍ଥା) ପରେ କାମ କରିବା ଆରମ୍ଭ କରିଛି ମାଇକ୍ରୋସଫ୍ଟର ସର୍ଭିସେସ୍ । ପ୍ରାୟ ୩୬ ଘଣ୍ଟା ପର୍ଯ୍ୟନ୍ତ ମାଇକ୍ରୋସଫ୍ଟର ବିଭିନ୍ନ ସେବା କାମ କରୁନଥିଲା । ଏବେ ସମସ୍ତ ସେବା ସ୍ଵାଭାବିକ ଭାବେ କାମ କରୁଛି । ଆଉଟଲୁକ୍, ଟିମ୍ସ, କୋ-ପାଇଲଟ୍ ଆଦି ସ୍ଵାଭାବିକ ସ୍ଥିତିକୁ ଫେରିଛି ।

ଶନିବାର ମାକ୍ରୋସଫ୍ଟ ପକ୍ଷରୁ ଦିଯାଇଥିବା ସୂଚନାରେ କୁହାଯାଇଛି ଯେ, ନଭେମ୍ବ ୧୪ ତାରିଖରେ ବୈଷୟିକ ସମସ୍ୟାକୁ ଠିକ୍ କରି ଦିଆଯାଇଛି । ପୂର୍ବରୁ ଅଫିସ୍ ଟୁଲ୍ସ, ଇମେଲ୍ସ ଓ ଅନ୍ୟ ସେବା ବ୍ୟବହାର କରୁଥିବା ଲକ୍ଷ ଲକ୍ଷ ବ୍ୟବହାରକାରୀ ସମସ୍ୟାର ସମ୍ମୁଖିନ ହୋଇଥିଲେ । ଏବେ ସମସ୍ତ ସମସ୍ୟା ଦୂର ହୋଇଛି ।

ଏଥିସହ ପଢ଼ନ୍ତୁ: ୩ ବର୍ଷ ମଧ୍ୟରେ ବିଶ୍ୱକୁ କବ୍‌ଜା କରିବ AI! ମାନବଜାତି ପାଇଁ ଆସୁଛି ବଡ଼ ବିପଦ 

Microsoftର ଏହି ଅଚଳାବସ୍ଥା ପାଇଁ ବିଶ୍ଵବ୍ଯାପୀ ବିଭିନ୍ନ କମ୍ପାନୀଙ୍କୁ କ୍ଷତି ସହିବାକୁ ପଡ଼ିଛି । ଏକ ଅନୁମାନ ଅନୁସାରେ ମାଇକ୍ରୋସଫ୍ଟର ଅଚଳାବସ୍ଥା ଯୋଗୁଁ ପ୍ରତି ଘଣ୍ଟାରେ ପ୍ରାୟ ୯୪ ଲକ୍ଷ ଟଙ୍କା କ୍ଷତି ହୋଇଛି । ଏଭଳି ଭାବେ ୩୬ ଘଣ୍ଟାରେ କୋଟି କୋଟି ଟଙ୍କା ହରାଇଛନ୍ତି କମ୍ପାନୀ । ତେବେ, ମୋଟ କେତେ ଟଙ୍କା କ୍ଷତି ହୋଇଛି ତାର ପ୍ରକୃତ ଆକଳନ ସାମ୍ନାକୁ ଆସି ନାହିଁ ।


୭୦ ଦେଶରେ ପ୍ରଭାବ

ରିପୋର୍ଟ ଅନୁସାରେ, ମାଇକ୍ରୋସଫ୍ଟର ଆଉଟେଜର ପ୍ରଭାବ ବିଶ୍ଵର ୭୦ଟି ଦେଶରେ ପଡ଼ିଛି । ବିଭିନ୍ନ କମ୍ପାନୀ, ସରକାରୀ ସଂସ୍ଥା ଓ ସାଧାରଣ ଲୋକେ ମଧ୍ୟ ଅସୁବିଧାର ସମ୍ମୁଖିନ ହୋଇଛନ୍ତି । ଏବେ ସମସ୍ତ ବ୍ୟବହାରକାରୀ ସମସ୍ତ ପ୍ରକାର ସେବାର ବ୍ୟବହାର କରି ପାରୁଥିବା ମାଇକ୍ରୋସଫ୍ଟ ସୂଚନା ଦେଇଛି ।

କ୍ଷମା ମାଗିଲା ମାଇକ୍ରୋସଫ୍ଟ

ବଡ଼ ଧରଣର ଅଚଳାବସ୍ଥା ପରେ ମାଇକ୍ରୋସଫ୍ଟ କ୍ଷମା ମାଗିଛି । ଏହା ଉପରେ ଏକ ବିସ୍ତୃତ ବିବରଣୀ ଜାରି କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ରିପୋର୍ଟରେ କୁହାଯିବ କେଉଁ ସ୍ଥିତିରେ ଏବଂ କାହିଁକି ଏତେ ବଡ଼ ବିଭ୍ରାଟ ଘଟିଲା ।

ମାଇକ୍ରୋସଫ୍ଟଟର ବିଭିନ୍ନ ସେବା ବ୍ୟବହାରରେ ବ୍ୟବହାରକାରୀ ଅସୁବିଧାର ସମ୍ମୁଖିନ ହେଉଥିଲେ । ମେଲ୍ ବକ୍ସ ଖୋଲିବାରେ ଅସୁବିଧା ହେଉଥିଲା । ପ୍ରଥମେ ମେଲ୍‌ରୁ ଆରମ୍ଭ ହୋଇଥିବା ସମସ୍ୟା ଟିମ୍ସ, କୋ-ପାଇଲଟ, ସେୟାରପଏଣ୍ଟ, ପ୍ଳାନ, ଆଦି ଅନ୍ୟ ଅଫିସ୍ ଆପ୍ଳିକେସନରେ ଦେଖିବାକୁ ମିଳିଥିଲା ।

ଏଥିସହ ପଢ଼ନ୍ତୁ: ସଫଳତାର ଶିଖରରେ ଥିଲେ, ଏବେ ପ୍ରେମ ବିବାଦରେ ଫସିଲେ! ୩ ମହିଳାଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଏହି ବ୍ୟକ୍ତି 

ଅଚଳାବସ୍ଥାର କାରଣ

ମାଇକ୍ରୋସଫ୍ଟ ଏହା ପଛର କାରଣ ବୈଷୟିକ ସମସ୍ୟା ବୋଲି କହିଛି । କମ୍ପାନୀ ଅନୁସାରେ, ନେଟୱକ କ୍ଷମତା ବୃଦ୍ଧି ବେଳେ ସମସ୍ୟା ଆସିଥିଲା । ଏହା କୌଣସି ସାଇବର ଆକ୍ରମଣ କିମ୍ବା ଏଥିରେ AI ଏଜେଣ୍ଟଙ୍କ କୌଣସି ଭୂମିକ ନଥିବା ମାଇକ୍ରୋସଫ୍ଟ ପକ୍ଷରୁ କୁହାଯାଇଛି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: