Calling Name Presentation / ନଭେମ୍ବର ୧ରୁ ମୋବାଇଲ୍ ୟୁଜର୍ସଙ୍କ ପାଇଁ ନୂଆ ନିୟମ, ଅଜଣା ନମ୍ବରରୁ କଲ୍ ଆସିଲେ ବି ଦେଖାଯିବ ନାମ
·27 mins ago·2 min read

Key Points
ମୋବାଇଲ୍ ୟୁଜର୍ସ ସାବଧାନ !
ନଭେମ୍ବର ୧ରୁ ବଦଳିବ କଲ୍ କରିବାର ନିୟମ
ସ୍କ୍ରିନ୍ରେ ଦେଖାଯିବ ନାମ
ନଭେମ୍ବର ୧ରୁ ବଦଳିବ କଲ୍ କରିବାର ନିୟମ
ସ୍କ୍ରିନ୍ରେ ଦେଖାଯିବ ନାମ
ମୋବାଇଲ୍ ବ୍ୟବହାରକାରୀଙ୍କ ପାଇଁ ଆସୁଛି ଏକ ବଡ଼ ସୁବିଧା । ଏଣିକି ଅଜଣା ନମ୍ବରରୁ ଫୋନ୍ କଲ୍ ଆସିଲେ ଆଉ ଚିନ୍ତା କରିବାକୁ ପଡ଼ିବନି ଯେ କିଏ କଲ୍ କରୁଛି । କାରଣ ଫୋନ୍ ସ୍କ୍ରିନ୍ରେ ନମ୍ବର ସହିତ କଲ୍ କରୁଥିବା ବ୍ୟକ୍ତିଙ୍କ ନାମ ମଧ୍ୟ ଦେଖାଯିବ । ନଭେମ୍ବର ୧ରୁ ମୋବାଇଲ୍ ୟୁଜର୍ସଙ୍କ ପାଇଁ ଏହି ନୂଆ ସୁବିଧା ଆରମ୍ଭ କରିବାକୁ ଯୋଜନା ରହିଛି । ଏହାଦ୍ୱାରା ଫେକ୍ କଲ୍ ଏବଂ ଫୋନ୍ ମାଧ୍ୟମରେ ହେଉଥିବା ସାଇବର ଠକେଇ ଉପରେ ରୋକ୍ ଲଗାଇବାକୁ ଉଦ୍ୟମ କରାଯିବ ।
କ'ଣ ଏହି ନୂଆ CNAP ସର୍ଭିସ୍ ?
ଦୂରସଂଚାର ବିଭାଗ (DoT) ପକ୍ଷରୁ ସମସ୍ତ ଟେଲିକମ୍ କମ୍ପାନୀଙ୍କୁ ନଭେମ୍ବର ୧ରୁ Caller Name Presentation (CNAP) ସେବା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ଏକ ଭେରିଫାଏଡ୍ କଲର୍ ଆଇଡି ସିଷ୍ଟମ୍ । ଏହି ସୁବିଧା ଆରମ୍ଭ ହେବା ପରେ କୌଣସି ବ୍ୟକ୍ତି ଆପଣଙ୍କୁ କଲ୍ କଲେ ମୋବାଇଲ୍ ସ୍କ୍ରିନ୍ରେ ତାଙ୍କ ନମ୍ବର ସହିତ ନାମ ମଧ୍ୟ ଦେଖାଯିବ ।
ଅଜଣା ନମ୍ବରରୁ କଲ୍ ଆସିଲେ ବି ଜାଣିପାରିବେ ନାମ
ବର୍ତ୍ତମାନ ଯଦି କୌଣସି ଅଜଣା ନମ୍ବରରୁ କଲ୍ ଆସେ ଏବଂ ସେହି ନମ୍ବର ଆପଣଙ୍କ ମୋବାଇଲ୍ରେ ସେଭ୍ ହୋଇନଥାଏ, ତେବେ କେବଳ ନମ୍ବର ହିଁ ଦେଖାଯାଏ । କିନ୍ତୁ CNAP ସେବା ଆରମ୍ଭ ହେବା ପରେ ଏହି ସମସ୍ୟା ଦୂର ହେବ । ଅଜଣା ନମ୍ବରରୁ କଲ୍ ଆସିଲେ ମଧ୍ୟ ସ୍କ୍ରିନ୍ରେ ସିମ୍ କାହା ନାମରେ ଜାରି ହୋଇଛି, ସେହି ବ୍ୟକ୍ତିଙ୍କ ନାମ ଦେଖାଯିବ । ଅର୍ଥାତ୍ ଆପଣଙ୍କ କଣ୍ଟାକ୍ଟ ଲିଷ୍ଟରେ ନମ୍ବର ସେଭ୍ ନଥିଲେ ମଧ୍ୟ କଲ୍ କରୁଥିବା ବ୍ୟକ୍ତିଙ୍କ ପରିଚୟ ଜାଣିବା ସହଜ ହେବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କେଉଁ ମୋବାଇଲ୍ ୟୁଜର୍ସ ପାଇବେ ଏହି ସୁବିଧା ?
ଦୂରସଂଚାର ବିଭାଗର ନିର୍ଦ୍ଦେଶ ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ 4G କିମ୍ବା ଏହାଠାରୁ ଉନ୍ନତ ନେଟୱର୍କ ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ CNAP ସେବା ଉପଲବ୍ଧ ହେବ । ଅନ୍ୟପଟେ 2G ଏବଂ 3G ନେଟୱର୍କ ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ଏହି ସୁବିଧା କେବେ ଆରମ୍ଭ ହେବ, ସେନେଇ ପରବର୍ତ୍ତୀ ସମୟରେ ସୂଚନା ଦିଆଯିବ ।
କିପରି କାମ କରିବ CNAP କଲର୍ ID ?
ଏହି ସେବା ଆରମ୍ଭ ହେବା ପରେ କୌଣସି ବ୍ୟକ୍ତି ଆପଣଙ୍କୁ କଲ୍ କଲେ ଫୋନ୍ ସ୍କ୍ରିନ୍ରେ ପ୍ରଥମେ ତାଙ୍କ ନମ୍ବର ଦେଖାଯିବ । ଯଦି ସେହି ନମ୍ବର ଆପଣଙ୍କ କଣ୍ଟାକ୍ଟ ଲିଷ୍ଟରେ ସେଭ୍ ଅଛି, ତେବେ ସେଭ୍ ହୋଇଥିବା ନାମ ଦେଖାଯିବ । ଆଉ ଯଦି ନମ୍ବର ସେଭ୍ ହୋଇନାହିଁ, ତେବେ ଟେଲିକମ୍ କମ୍ପାନୀର ଡାଟାବେସ୍ରେ ଥିବା ନାମ ସ୍କ୍ରିନ୍ରେ ଦେଖାଯିବ । ଏହାଦ୍ୱାରା ଅଜଣା କଲ୍ର ପରିଚୟ ଜାଣିବା ସହଜ ହେବ ଏବଂ ଅନେକ କ୍ଷେତ୍ରରେ ଠକେଇରୁ ସତର୍କ ରହିବାରେ ସହାୟତା ମିଳିପାରିବ ।
ବିଦେଶୀ ନମ୍ବରରୁ କଲ୍ ଆସିଲେ ବି ମିଳିବ ସୂଚନା
ଏହି ନୂଆ ସେବାରେ ଆନ୍ତର୍ଜାତୀୟ କଲ୍କୁ ଚିହ୍ନଟ କରିବାର ସୁବିଧା ମଧ୍ୟ ରହିବ । ଯଦି ବିଦେଶରୁ କୌଣସି ନମ୍ବରରୁ କଲ୍ ଆସେ, ତେବେ ତାହାକୁ ଇଣ୍ଟରନ୍ୟାସନାଲ୍ କଲ୍ ଭାବେ ଚିହ୍ନଟ କରିବାର ବ୍ୟବସ୍ଥା ରହିବ । ଏଥିପାଇଁ ସମସ୍ତ ଟେଲିକମ୍ କମ୍ପାନୀଙ୍କୁ ଆବଶ୍ୟକୀୟ ଡାଟାବେସ୍ ଏବଂ ଟେକ୍ନିକାଲ୍ ବ୍ୟବସ୍ଥା ପ୍ରସ୍ତୁତ କରିବାକୁ ପଡ଼ିବ ।
ତେବେ ଏହି CNAP ସେବା ମୋବାଇଲ୍ ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ଆଣିପାରେ। ବିଶେଷକରି ଅଜଣା ନମ୍ବରରୁ ଆସୁଥିବା ଠକେଇପୂର୍ଣ୍ଣ କଲ୍କୁ ଚିହ୍ନଟ କରିବାରେ ଏହା ସହାୟକ ହୋଇପାରେ ।

Related Topics
Explore more stories