Videos
|
Technology

iPhone 18 Launch / ଆସିଗଲା ନୂଆ ଆଇଫୋନ ୧୮ ଓ ୧୮ ପ୍ରୋ ମ୍ୟାକ୍ସ; ଦାମ ଏତିକି, କେବେଠୁ ବିକ୍ରି ଆରମ୍ଭ ଜାଣନ୍ତୁ...

Debashree Debasmita Sahoo
Browse all articles by Debashree Debasmita Sahoo
·41 mins ago·3 min read
ଆସିଗଲା ନୂଆ ଆଇଫୋନ ୧୮ ଓ ୧୮ ପ୍ରୋ ମ୍ୟାକ୍ସ; ଦାମ ଏତିକି, କେବେଠୁ ବିକ୍ରି ଆରମ୍ଭ ଜାଣନ୍ତୁ...
iPhone 18 Launch

Key Points

ଆପଲ୍‌ର ବାର୍ଷିକ ଆଇଫୋନ ଲଞ୍ଚ ଇଭେଣ୍ଟ
ଲଞ୍ଚ ହେଲା ଆଇଫୋନ ୧୮ ଓ ୧୮ ପ୍ରୋ ମ୍ୟାକ୍ସ
ଭାରତରେ ଏହାର ଦାମ କେତେ ଜାଣନ୍ତୁ...
ଆଇଫୋନ ନିର୍ମାତା କମ୍ପାନୀ ଆପଲ୍‌ ଏହାର ସବୁଠାରୁ ବଡ଼ ବାର୍ଷିକ କାର୍ଯ୍ୟକ୍ରମରେ ଲଞ୍ଚ କରିଛି ନୂଆ ପିଢିର ଆଇଫୋନ । ସେପ୍ଟେମ୍ବର ୯ ତାରିଖ ଅର୍ଥାତ ଗତକାଲି ଆମେରିକାର କାଲିଫର୍ନିଆର ଆପଲ୍ ପାର୍କରେ ନୂଆ iPhone 18 Pro, Pro Max ଏବଂ iPhone Duo ବା ଆଇଫୋନର ପ୍ରଥମ ଫୋଲ୍ଡେବଲ୍ ଫୋନ ଲଞ୍ଚ କରିଛି । ଏହି କାର୍ଯ୍ୟକ୍ରମ କମ୍ପାନୀ ପାଇଁ ଗୁରୁତ୍ଵପୂର୍ଣ୍ଣ, କାରଣ ଏଥର ଆପଲ୍‌ର ନୂଆ ସିଇଓ ଜନ୍ ଟର୍ନଙ୍କ ନେତୃତ୍ଵରେ ନୂଆ ଆଇଫୋନ ଲଞ୍ଚ ହୋଇଛି । କମ୍ପାନୀ ନୂତନ ଆଇଫୋନ ବ୍ୟତୀତ, ପରବର୍ତ୍ତୀ ପିଢ଼ିର Apple Watch ଏବଂ AirPods ମଧ୍ୟ ଲଞ୍ଚ୍ କରିଛି ।

ପ୍ରତିବର୍ଷ ଆପଲ୍ ସେପ୍ଟେମ୍ବରରେ ବାର୍ଷିକ ଇଭେଣ୍ଟ ଆୟୋଜନ କରି ନୂଆ ଆଇଫୋନ୍ ଲଞ୍ଚ କରିଥାଏ । ଏହି ଇଭେଣ୍ଟକୁ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ଆଇଫୋନ ଲଭରମାନେ ଅପେକ୍ଷା କରିଥାନ୍ତି । ଏଥର ନୂଆ ଆଇଫୋନ ଲଞ୍ଚ ଇଭେଣ୍ଟର ନାମ ରଖାଯାଇଥିଲା 'ସରପ୍ରାଇଜ୍ ଆଣ୍ଡ ସାଇନ୍' । ଗତବର୍ଷ ଲଞ୍ଚ ହୋଇଥିବା ଆଇଫୋନ ୧୭ ପ୍ରୋ ମଡେଲ୍ ତୁଳନାରେ କମ୍ପାନୀ ନୂଆ ଆଇଫୋନ ୧୮ରେ ଅନେକ ବଡ଼ ପରିବର୍ତ୍ତନ କରିଛି । ଏହି ନୂଆ ସ୍ମାର୍ଟଫୋନରେ କମ୍ପାନୀର ଅତ୍ୟାଧୁନିକ A20 ପ୍ରୋ ଚିପସେଟ୍ ଲଗାଯାଇଛି, ଯାହାକି ଫୋନକୁ ଆହୁରି ଦ୍ରୁତ ଗତିରେ କାମ କରାଇବ । ଏହାସହିତ ନୂଆ ଆଇଫୋନର କ୍ୟାମେରା କେମିତି ଆସନ୍ତୁ ଜାଣିବା ।


  • iPhone 18 Pro ଓ iPhone 18 Pro Maxରେ କଣ ଖାସ୍ ?
ଏହି ଦୁଇ ନୂଆ ମଡେଲ୍ ଉପରେ ନଜର ପକାଇଲେ, ଉଭୟ ମଡେଲ ଲାଟେଷ୍ଟ iOS 27ରେ କାମ କରେ । ଆଇଫୋନ ୧୮ pro ମଡେଲରେ ୬.୩ ଇଞ୍ଚର ସ୍କ୍ରିନ ରହିଥିବାବେଳେ Pro Maxରେ ୬.୯ ଇଞ୍ଚର ବଡ଼ ଡିସପ୍ଲେ ରହିଛି । ସ୍ପିଡ୍ ଓ ପରଫର୍ମାନ୍ସ କଥା କହିଲେ, ଏଥିରେ ୨ ନାନୋମିଟରର ଏ୨୦ ପ୍ରୋ ଚିପ୍ ଲଗାଯାଇଛି । ନେଟୱର୍କ ଓ କନେକ୍ଟିଭିଟିକୁ ଉନ୍ନତ କରିବା ଲାଗି ଏଥିରେ ନୂଆ C2 ମୋଡେମ୍ ଲଗାଯାଇଛି । ଫୋନ ଶୀଘ୍ର ଗରମ ନ ହେବାଲାଗି ଏଥିରେ ନୂଆ ଭେପର୍ କୁଲିଂ ସିଷ୍ଟମ ଯୋଡ଼ାଯାଇଛି ।

  • କ୍ୟାମେରା କିପରି ?
ଅଧିକାଂଶ ସ୍ମାର୍ଟଫୋନ ବ୍ୟବହାରକାରୀ ଉନ୍ନତ କ୍ୟାମେରା ଲାଗି ଆଇଫୋନର ବ୍ୟବହାର କରିଥାନ୍ତି । ଏଣୁ ପ୍ରତିବର୍ଷ ସେପ୍ଟେମ୍ବର ମାସରେ ନୂଆ ଆଇଫୋନ ଲଞ୍ଚ ହେବା ମାତ୍ରେ ସମସ୍ତଙ୍କ ନଜର ଏହାର କ୍ୟାମେରା ଅପଗ୍ରେଡେସନ୍ ଉପରେ ରହିଥାଏ । ତେବେ ଏଥର ଲଞ୍ଚ ହୋଇଥିବା ଆଇଫୋନ ୧୮ର ଉଭୟ ମଡେଲ୍ ପ୍ରୋ ଏବଂ ପ୍ରୋ ମ୍ୟାକ୍ସରେ ଟ୍ରିପଲ୍ ରିଅର କ୍ଯାମେରା ଦିଆଯାଇଛି । ଏଥିରେ 48MP ଫ୍ୟୁଜନ୍ ମୁଖ୍ୟ କ୍ୟାମେରା, 48MP ଅଲଟ୍ରା-ୱାଇଡ ଲେନ୍ସ ଓ ଜୁମ୍ ଲାଗି 48 ମେଗାପିକ୍ସେଲ 2x ଟେଲିଫଟୋ ଲେନ୍ସ ଦିଆଯାଇଛି । ସେଲ୍ଫି ଓ ଭିଡିଓ କଲିଂ ଲାଗି ଏଥିରେ ୧୮ ମେଗାପିକ୍ସେଲ କ୍ୟାମେରା ଦିଆଯାଇଛି । ବ୍ୟାଟେରୀ କଥା କହିଲେ, ପ୍ରୋ ମଡେଲକୁ ଗୋଟିଏ ଥର ଚାର୍ଜ କଲେ ୨୪ ଘଣ୍ଟା ଚାଲିବ । ସେହିପରି ପ୍ରୋ ମ୍ୟାକ୍ସ ମଡେଲକୁ ଥରେ ଚାର୍ଜ କଲେ ୩୦ ଘଣ୍ଟା ପର୍ଯ୍ୟନ୍ତ ଚାଲିବ ।

  • iPhone 18ର ଦାମ କେତେ ?
ଭାରତରେ iPhone 18 Pro ₹୧,୬୪,୯୦୦ରୁ ଆରମ୍ଭ ହେଉଛି, ଏବଂ iPhone 18 Pro Max ₹୧,୭୯,୯୦୦ ରୁ ଆରମ୍ଭ ହେଉଛି । 256GB ବ୍ୟତୀତ, ଉଭୟ ଫୋନ୍ 512GB, 1TB ଏବଂ 2TB ଷ୍ଟୋରେଜ୍ ବିକଳ୍ପରେ ମଧ୍ୟ ଉପଲବ୍ଧ ହେବ । iPhone 18 Proର 512GB ଭାରିଏଣ୍ଟର ମୂଲ୍ୟ ₹୧,୮୯,୯୦୦ ଥିବାବେଳେ 1TB ଭାରିଏଣ୍ଟର ମୂଲ୍ୟ ₹୨,୩୯,୯୦୦ ଏବଂ 2TB ଭାରିଏଣ୍ଟର ମୂଲ୍ୟ ₹୩,୧୪,୯୦୦ ରହିଛି । iPhone 18 Pro Maxର 512GBର ମୂଲ୍ୟ ୨,୦୪,୯୦୦ ଟଙ୍କା ଥିବାବେଳେ 1TB ଭାରିଏଣ୍ଟର ମୂଲ୍ୟ ୨,୫୪,୯୦୦ ଏବଂ 2TBର ମୂଲ୍ୟ ୩,୨୯,୯୦୦ ଟଙ୍କା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ଭାରତରେ କେବେଠୁ ବିକ୍ରି ଆରମ୍ଭ ?
ଆପଲ୍ ଏହି ଡିଭାଇସଗୁଡ଼ିକୁ ବ୍ଲାକ୍, ସିଲଭର୍, ଗ୍ଲେସିୟର ଏବଂ ଏକ ନୂତନ ବରଗଣ୍ଡି ରଙ୍ଗରେ ଲଞ୍ଚ କରିଛି । ଏହି ନୂତନ ଡିଭାଇସଗୁଡ଼ିକର ପ୍ରି-ଅର୍ଡର ସେପ୍ଟେମ୍ବର ୧୨ରୁ ଆରମ୍ଭ ହେବ, ଯେତେବେଳେ ବିକ୍ରି ସେପ୍ଟେମ୍ବର ୧୮ରୁ ଆରମ୍ଭ ହେବ ।