iPhone 18 Sale India / iPhone 18 ପାଇଁ ଜବରଦସ୍ତ କ୍ରେଜ୍, ରାତିରୁ Apple Store ବାହାରେ ଲମ୍ବା ଲାଇନ୍
·43 mins ago·2 min read

Key Points
iPhone 18 କିଣିବାକୁ ରାତିରୁ ଲମ୍ବା ଲାଇନ୍
ପ୍ରଥମ ସେଲ୍ରେ ମିଳୁଛି ବ୍ୟାଙ୍କ ଅଫର୍
ଜାଣନ୍ତୁ କେତେ ରହିଛି iPhone 18ର ଦାମ୍
ପ୍ରଥମ ସେଲ୍ରେ ମିଳୁଛି ବ୍ୟାଙ୍କ ଅଫର୍
ଜାଣନ୍ତୁ କେତେ ରହିଛି iPhone 18ର ଦାମ୍
ଆଜିଠୁ Apple iPhone 18 Pro ଏବଂ iPhone 18 Pro Maxର ବିକ୍ରି ଆରମ୍ଭ ହେବ । ତେବେ ନୂଆ ଆଇଫୋନ୍ କିଣିବା ପାଇଁ ଗ୍ରାହକଙ୍କ ମଧ୍ୟରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି । ଦିଲ୍ଲୀଠାରୁ ମୁମ୍ବାଇ ଏବଂ ବେଙ୍ଗାଲୁରୁଠାରୁ ହାଇଦ୍ରାବାଦ ପର୍ଯ୍ୟନ୍ତ ଦେଶର ବିଭିନ୍ନ ସହରର ଆପଲ୍ ଷ୍ଟୋର ବାହାରେ ଶହ ଶହ ଲୋକ ଲାଇନ୍ରେ ଛିଡ଼ା ହୋଇ ଅପେକ୍ଷା କରିଛନ୍ତି ।
ଅନେକ ଲୋକ ପୂର୍ବରୁ iPhone 18 Pro ଏବଂ 18 Pro Max ପାଇଁ ପ୍ରି-ବୁକିଂ କରି ଆସିଛନ୍ତି । ପ୍ରି-ବୁକିଂ କରିଥିବା ଗ୍ରାହକଙ୍କୁ କମ୍ପାନୀ ପକ୍ଷରୁ ଏକ ନିର୍ଦ୍ଦିଷ୍ଟ ଟାଇମ୍ ସ୍ଲଟ୍ ମଧ୍ୟ ଦିଆଯାଇଛି । ଅନ୍ୟପଟେ, କିଛି ଲୋକ କୌଣସି ବୁକିଂ ନକରି ମଧ୍ୟ ସିଧା Apple Storeରେ ପହଞ୍ଚିଛନ୍ତି ।
ରାତିରୁ ଲାଇନ୍ରେ ଗ୍ରାହକ
ଦିଲ୍ଲୀର ସାକେତସ୍ଥିତ Select Citywalk Mallରେ ଥିବା ଆପଲ୍ ଷ୍ଟୋର ବାହାରେ ରାତିରୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ସକାଳ ହେବା ବେଳକୁ ଲାଇନ୍ରେ ଥିବା ଲୋକଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇଛି । ଆଇଫୋନ୍ର ନୂଆ ମଡେଲକୁ ନେବା ପାଇଁ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳୁଛି ।
କେତେ ରହିଛି iPhone 18 Proର ଦାମ ?
iPhone 18 Proର 256GB ବେସ୍ ଭାରିଆଣ୍ଟର ମୂଲ୍ୟ ୧,୬୪,୯୯୯ ଟଙ୍କା ରହିଛି । ସେହିପରି 512GB ଭାରିଆଣ୍ଟର ଦାମ ୧,୮୯,୯୦୦ ଟଙ୍କା ଏବଂ 1TB ଷ୍ଟୋରେଜ୍ ଭାରିଆଣ୍ଟର ମୂଲ୍ୟ ୨,୩୯,୯୦୦ ଟଙ୍କା ରହିଛି । ସେହିପରି 2TB ଟପ୍-ଏଣ୍ଡ୍ ଭାରିଆଣ୍ଟର ଦାମ ୩,୧୪,୯୦୦ ଟଙ୍କା ରହିଛି ।
iPhone 18 Pro Maxର ମୂଲ୍ୟ
iPhone 18 Pro Maxର 256GB ବେସ୍ ଭାରିଆଣ୍ଟର ଦାମ ୧,୭୯,୯୦୦ ଟଙ୍କା । 512GB ଭାରିଆଣ୍ଟର ମୂଲ୍ୟ ୨,୦୪,୯୦୦ ଟଙ୍କା ଏବଂ 1TB ଭାରିଆଣ୍ଟର ଦାମ ୨,୫୪,୯୦୦ ଟଙ୍କା ରହିଛି । ଏହାର 2TB ଟପ୍ ଭାରିଆଣ୍ଟର ମୂଲ୍ୟ ୩,୨୯,୯୦୦ ଟଙ୍କା ରହିଛି ।
ଉଭୟ iPhone 18 Pro ଏବଂ iPhone 18 Pro Max ବ୍ଲାକ୍, ସିଲଭର୍, ଗ୍ଲେସିୟର ଏବଂ ବରଗଣ୍ଡି ରଙ୍ଗରେ ଉପଲବ୍ଧ ହେଉଛି ।
ପ୍ରଥମ ସେଲ୍ରେ ମିଳୁଛି ବ୍ୟାଙ୍କ ଅଫର୍
ପ୍ରଥମ ସେଲ୍ ସମୟରେ iPhone 18 Pro ସିରିଜ୍ରେ ୭,୦୦୦ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଅଫର୍ ମିଳୁଛି । ଏଥିପାଇଁ ଚୟନିତ ବ୍ୟାଙ୍କର କାର୍ଡ ବ୍ୟବହାର କରିବାକୁ ପଡ଼ିବ । ଏହା ସହ No Cost EMIର ସୁବିଧା ମଧ୍ୟ ଉପଲବ୍ଧ ରହିଛି ।

#WATCH | Mumbai: Massive crowds gather outside the Apple Store in Mumbai as eager customers queue up ahead of the official sales launch of the iPhone 18 Pro and iPhone 18 Pro Max in India. pic.twitter.com/vOGotGmyFE
— ANI (@ANI) September 18, 2026
କେତେ ରହିଛି iPhone 18 Proର ଦାମ ?
iPhone 18 Proର 256GB ବେସ୍ ଭାରିଆଣ୍ଟର ମୂଲ୍ୟ ୧,୬୪,୯୯୯ ଟଙ୍କା ରହିଛି । ସେହିପରି 512GB ଭାରିଆଣ୍ଟର ଦାମ ୧,୮୯,୯୦୦ ଟଙ୍କା ଏବଂ 1TB ଷ୍ଟୋରେଜ୍ ଭାରିଆଣ୍ଟର ମୂଲ୍ୟ ୨,୩୯,୯୦୦ ଟଙ୍କା ରହିଛି । ସେହିପରି 2TB ଟପ୍-ଏଣ୍ଡ୍ ଭାରିଆଣ୍ଟର ଦାମ ୩,୧୪,୯୦୦ ଟଙ୍କା ରହିଛି ।
iPhone 18 Pro Maxର ମୂଲ୍ୟ
iPhone 18 Pro Maxର 256GB ବେସ୍ ଭାରିଆଣ୍ଟର ଦାମ ୧,୭୯,୯୦୦ ଟଙ୍କା । 512GB ଭାରିଆଣ୍ଟର ମୂଲ୍ୟ ୨,୦୪,୯୦୦ ଟଙ୍କା ଏବଂ 1TB ଭାରିଆଣ୍ଟର ଦାମ ୨,୫୪,୯୦୦ ଟଙ୍କା ରହିଛି । ଏହାର 2TB ଟପ୍ ଭାରିଆଣ୍ଟର ମୂଲ୍ୟ ୩,୨୯,୯୦୦ ଟଙ୍କା ରହିଛି ।
ଉଭୟ iPhone 18 Pro ଏବଂ iPhone 18 Pro Max ବ୍ଲାକ୍, ସିଲଭର୍, ଗ୍ଲେସିୟର ଏବଂ ବରଗଣ୍ଡି ରଙ୍ଗରେ ଉପଲବ୍ଧ ହେଉଛି ।
ପ୍ରଥମ ସେଲ୍ରେ ମିଳୁଛି ବ୍ୟାଙ୍କ ଅଫର୍
ପ୍ରଥମ ସେଲ୍ ସମୟରେ iPhone 18 Pro ସିରିଜ୍ରେ ୭,୦୦୦ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଅଫର୍ ମିଳୁଛି । ଏଥିପାଇଁ ଚୟନିତ ବ୍ୟାଙ୍କର କାର୍ଡ ବ୍ୟବହାର କରିବାକୁ ପଡ଼ିବ । ଏହା ସହ No Cost EMIର ସୁବିଧା ମଧ୍ୟ ଉପଲବ୍ଧ ରହିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories