Videos
|
Technology

Oracle Employee Story / ବିବାହକୁ ଆଉ ୧୧ ଦିନ… ହଠାତ୍ ଚାଲିଗଲା ଚାକିରି ! Oracle କର୍ମଚାରୀଙ୍କ ଦୁଃଖଦ କାହାଣୀ

Santosh Kumar Sahoo
Browse all articles by Santosh Kumar Sahoo
·2 hours ago·2 min read
ବିବାହକୁ ଆଉ ୧୧ ଦିନ… ହଠାତ୍ ଚାଲିଗଲା ଚାକିରି ! Oracle କର୍ମଚାରୀଙ୍କ ଦୁଃଖଦ କାହାଣୀ
Oracle Employee Story

Key Points

୧୨ ବର୍ଷର ଚାକିରି...
ଆଉ ଶେଷରେ ଗୋଟିଏ ଇମେଲ୍
Oracle ଛଟେଇର ଯନ୍ତ୍ରଣା
କିଛି ଦିନ ଧରି ଚାଲିଥିବା କଳ୍ପନାଜଳ୍ପନାର ଶେଷରେ ଓରାକଲ ପୁଣିଥରେ କର୍ମଚାରୀ ଛଟେଇ କରୁଛି । ସେପ୍ଟେମ୍ବର ୧୪ ତାରିଖ ସୋମବାରଠାରୁ ଏହି ଛଟେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡ଼ିଛି । ତେବେ ଏଥର କେତେଜଣ କର୍ମଚାରୀ ଚାକିରି ହରାଇଛନ୍ତି, ସେନେଇ ଏପର୍ଯ୍ୟନ୍ତ କୌଣସି ସଠିକ୍ ସଂଖ୍ୟା ସାମ୍ନାକୁ ଆସିନାହିଁ ।
କିଛି କର୍ମଚାରୀଙ୍କୁ ଭୋର ପ୍ରାୟ ୬ଟା ସମୟରେ ଇମେଲ୍ ପଠାଇ ଚାକିରିରୁ ଛଟେଇ କରାଯାଇଥିବା ସୂଚନା ଦିଆଯାଇଥିଲା । ଆଶ୍ଚର୍ଯ୍ୟର କଥା ହେଉଛି, କେତେକ କର୍ମଚାରୀ ଔପଚାରିକ ଭାବେ ନୋଟିସ୍ ପାଇବା ପୂର୍ବରୁ ହିଁ ଓରାକଲର ସିଷ୍ଟମ୍‌ରୁ ସେମାନଙ୍କ ଆକ୍ସେସ୍ ବନ୍ଦ ହୋଇଯାଇଥିଲା ।

କମ୍ପାନୀ ପକ୍ଷରୁ ପଠାଯାଇଥିବା ଇମେଲ୍‌ରେ କୁହାଯାଇଥିଲା ଯେ କମ୍ପାନୀରେ ଚାଲିଥିବା ପରିବର୍ତ୍ତନ ଯୋଗୁଁ କିଛି ପଦବୀ ହଟାଇ ଦିଆଯାଉଛି । ଇମେଲ୍ ପାଇଥିବା ଦିନଟି ହିଁ ଅନେକଙ୍କ ପାଇଁ ଶେଷ କାର୍ଯ୍ୟଦିବସ ହୋଇଯାଇଥିଲା ।

“ମୋର ଚାକିରି ଯିବ ବୋଲି ଭାବିନଥିଲି”

ଜଣେ ରେଡିଟ୍ ୟୁଜର୍ସ ନିଜ ଅନୁଭବ ସେୟାର କରି କହିଛନ୍ତି ଯେ ସକାଳୁ ଉଠି ସେ ଦେଖିଥିଲେ ଯେ ଓରାକଲର ସିଷ୍ଟମ୍‌ରେ ତାଙ୍କ ଆକ୍ସେସ୍ ଲକ୍ ହୋଇଯାଇଛି । ପ୍ରାୟ ଏକ ଘଣ୍ଟା ପରେ ତାଙ୍କ ପାଖକୁ ଚାକିରି ହରାଇଥିବା ଇମେଲ୍ ଆସିଥିଲା ।

ସେ ପ୍ରାୟ ଦୁଇ ବର୍ଷ ଧରି ଓରାକଲରେ କାମ କରୁଥିଲେ । ଫ୍ରେଶର ଭାବେ ଚାକିରି ଆରମ୍ଭ କରିଥିଲେ ଏବଂ ଏପର୍ଯ୍ୟନ୍ତ ଜୁନିୟର ଡେଭେଲପର ଭାବେ କାମ କରୁଥିଲେ । ତାଙ୍କ କହିବା ଅନୁସାରେ, ମ୍ୟାନେଜରଙ୍କ ପକ୍ଷରୁ ତାଙ୍କୁ କେବେ ଖରାପ ରେଟିଂ ମିଳିନଥିଲା । ବରଂ ତାଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ କାମ ଦିଆଯାଉଥିଲା ।
ସେ କିଛି ଦିନ ହେଲା ନୂଆ ଚାକିରି ଖୋଜିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । କିନ୍ତୁ ଏବେ ଛଟେଇ ପରେ ଅନ୍ୟ ଟେକ୍ କର୍ମଚାରୀଙ୍କ ସହ ନୂଆ ଚାକିରି ପାଇଁ ପ୍ରତିଯୋଗିତା କରିବାକୁ ପଡ଼ିବ ବୋଲି ତାଙ୍କ ଚିନ୍ତା ଆହୁରି ବଢ଼ିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିବାହର ୧୧ ଦିନ ପୂର୍ବରୁ ଚାକିରି ଗଲା

ଅନ୍ୟ ଜଣେ କର୍ମଚାରୀଙ୍କ କାହାଣୀ ଆହୁରି ଭାବପ୍ରବଣ । ତାଙ୍କ ବିବାହକୁ ମାତ୍ର ୧୧ ଦିନ ବାକି ଥିବା ବେଳେ ସେ ଚାକିରି ହରାଇଛନ୍ତି । ସେ ପ୍ରାୟ ସାଢ଼େ ୪ ବର୍ଷ ଧରି କମ୍ପାନୀରେ କାମ କରୁଥିଲେ । ନିଜ ଅନୁଭବ ସେୟାର କରି ସେ କହିଥିଲେ ଯେ ଚାକିରି ଯିବାର ସମୟ ତାଙ୍କ ପାଇଁ ବେଶ୍ ଆଶ୍ଚର୍ଯ୍ୟଜନକ ଥିଲା ।
ତଥାପି ସେ କମ୍ପାନୀର ନିଷ୍ପତ୍ତିକୁ ବୁଝୁଥିବା କହିଛନ୍ତି । ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କମ୍ପାନୀ ଜାଣିନଥାଇପାରେ ବୋଲି ମଧ୍ୟ ସେ ସ୍ୱୀକାର କରିଛନ୍ତି । ଚାକିରି ଯିବାର ଦୁଃଖ ଥିଲେ ମଧ୍ୟ, ନୂଆ ଜୀବନ ଓ ନୂଆ କ୍ୟାରିୟର ଆରମ୍ଭ କରିବାର ଏକ ସୁଯୋଗ ଭାବେ ସେ ଏହାକୁ ଦେଖୁଛନ୍ତି ।

୧୨ ବର୍ଷର ସେବା ପରେ ମିଳିଲା ଏକ ଇମେଲ୍

ଆଉ ଜଣେ କର୍ମଚାରୀଙ୍କ ପତ୍ନୀ LinkedInରେ ତାଙ୍କ ସ୍ୱାମୀଙ୍କ କାହାଣୀ ସେୟାର କରିଛନ୍ତି । ତାଙ୍କ ସ୍ୱାମୀ ପ୍ରାୟ ୧୨ ବର୍ଷ ଧରି ଓରାକଲରେ କାମ କରିବା ପରେ ଚାକିରି ହରାଇଛନ୍ତି । ୧୨ ବର୍ଷର ପରିଶ୍ରମ, ଅସଂଖ୍ୟ ଘଣ୍ଟା କାମ ଓ ଦାୟିତ୍ୱ ପରେ ହଠାତ୍ ତାଙ୍କ ସିଷ୍ଟମ୍ ଲଗ୍ ଇନ୍ ହେଲା ନାହିଁ । ତା'ପରେ ଆସିଲା ଚାକିରି ହରାଇବାର ଖବର ।

ତାଙ୍କ ପତ୍ନୀ କହିଥିଲେ, ବାହାରୁ ଦେଖିଲେ କେହି ବୁଝିପାରିବେ ନାହିଁ ଯେ ସେ ନିଜ ଚାକିରି ପାଇଁ କେତେ ପରିଶ୍ରମ କରୁଥିଲେ କିମ୍ବା କେତେ ଚାପ ସହୁଥିଲେ । କାରଣ ସେ ସବୁବେଳେ ହସୁଥିଲେ ଏବଂ ଆଖପାଖର ଲୋକଙ୍କୁ ସାହାଯ୍ୟ କରିବାକୁ ସବୁବେଳେ ପ୍ରସ୍ତୁତ ରହୁଥିଲେ ।