Bio Robot Spy Technology / ଘରେ ବୁଲୁଥିବା ଅସରପା, ହୋଇପାରେ ଗୁପ୍ତଚର! ଆସିଲା ନୂଆ ଟେକ୍ନୋଲୋଜି
·6 months ago·3 min read

Key Points
ଜର୍ମାନୀର ଷ୍ଟାର୍ଟଅପ ସ୍ୱାର୍ମ ବାୟୋଟିକ୍ସ ଅସରପାକୁ ବାୟୋ ରୋବଟ ଭାବେ ବ୍ୟବହାର କରିବା ଟେକ୍ନୋଲୋଜି ଉନ୍ନତ କରୁଛି ।
ଅସରପା ପିଠିରେ ଲଗାଯାଉଛି ଛୋଟ ଇଲେକ୍ଟ୍ରୋନିକ୍ ବ୍ୟାକପ୍ୟାକ୍, ଯେଉଁଥିରେ ରହିଛି କ୍ୟାମେରା, ସେନ୍ସର ଓ ମାଇକ୍ରୋଚିପ୍ ।
ଏହି ବାୟୋ ରୋବଟ ଅସରପା ସଙ୍କୀର୍ଣ୍ଣ ଜାଗାରେ ପଶି ଗୁପ୍ତ ଭିଡିଓ ଓ ତଥ୍ୟ ସଂଗ୍ରହ କରିପାରିବ ।
ଯୁଦ୍ଧ କ୍ଷେତ୍ର, ଧ୍ୱଂସସ୍ଥଳ କିମ୍ବା ଟନେଲ୍ ଭଳି ଜାଗାରେ ଡ୍ରୋନ୍ ପହଞ୍ଚିପାରେନି, ସେଠାରେ ଉପଯୋଗୀ ହେବ ଏହି ଟେକ୍ନୋଲୋଜି ।
ବିଶେଷଜ୍ଞମାନଙ୍କ ମତରେ ଆସନ୍ତା ଦିନରେ ଗୁପ୍ତ ନିରୀକ୍ଷଣ ଓ ସୂଚନା ଯୁଦ୍ଧର ହେବ ମୁଖ୍ୟ ଶକ୍ତି ।

ଥରେ
କଳ୍ପନା କରନ୍ତୁ, ଆପଣଙ୍କ ଘରର କାନ୍ଥରେ ଗୋଟେ ଅସରପା ଚାଲୁଛି ।
ଆମେ ସାଧାରଣତଃ ଭାବୁ, ହଁ ଗୋଟେ ପୋକ ଚାଲୁଛି । କିନ୍ତୁ ଯଦି ସେହି
ଅସରପା ଚୁପଚାପ ଆପଣଙ୍କ ଭିଡିଓ କରୁଛି? ଯଦି ସେହି ପୋକ ଗୋଟିଏ ଦେଶର ଗୁପ୍ତଚର ସାଜିଛି? ଶୁଣିଲେ ଏହା କୌଣସି ସିନେମାର କାହାଣୀ ପରି ଲାଗୁଥାଇ ପରେ… କିନ୍ତୁ ଏହା ଏବେ ସତ
ହେବାକୁ ଯାଉଛି । ଡ୍ରୋନ୍ ପରେ ଏବେ ଆସୁଛି “ଗୁପ୍ତଚର କୋକ୍ରୋଚ୍”!
ଯୁଦ୍ଧର ମଇଦାନରେ ଏବେ ପ୍ରବେଶ କରୁଛି ନୂଆ ନୂଆ ଟେକ୍ନୋଲୋଜି । ଜର୍ମାନୀର ନୂଆ ବାୟୋ ରୋବଟ ଟେକ୍ନୋଲୋଜି ସାହାଯ୍ୟରେ ଅସରପା ଏବେ ଗୁପ୍ତଚର ର ଭୂମିକା ଗ୍ରହଣ କରିବାକୁ ଯାଉଛି । ଯେଉଁଠାରେ ଡ୍ରୋନ୍ ପହଞ୍ଚି ପାରେନି ସେଠାରେ ପହଞ୍ଚିଯିବ ଏବେ ଏହି କୋକ୍ରୋଚ୍ ବା ଅସରପା ! ଜର୍ମାନୀର ଏକ ଟେକ୍ ଷ୍ଟାର୍ଟଅପ 'ସ୍ୱାର୍ମ ବାୟୋଟିକ୍ସ' ଏମିତି ଏକ ଟେକ୍ନୋଲୋଜି ଉପରେ କାମ କରୁଛି, ଯାହା ସାଧାରଣ ଅସରପାକୁ “ବାୟୋ-ରୋବଟ୍” ରେ ପରିଣତ କରିବାକୁ ଯାଉଛି । ଏହି ପୋକଙ୍କ ପିଠିରେ ଲଗାଯାଉଛି ଛୋଟ 'ଇଲେକ୍ଟ୍ରୋନିକ୍ ବ୍ୟାକପ୍ୟାକ୍' । ଏହି ହାଲୁକା ଉପକରଣଗୁଡିକୁ ନିଜର ଶରୀର ସହିତ ବହନ କରିପାରିବ । ବର୍ତ୍ତମାନ ଏଥିରେ ପ୍ରାୟ ୧୦ ରୁ ୧୫ ଗ୍ରାମ ପର୍ଯ୍ୟନ୍ତ ମାଇକ୍ରୋ ବ୍ୟାକପ୍ୟାକ୍ ଲାଗାଯାଇପାରିବ । ଯେଉଁଥିରେ ରହିବ କ୍ୟାମେରା, ସେନ୍ସର, ମାଇକ୍ରୋଚିପ୍ ଓ ୱାୟାରଲେସ୍ ସିଷ୍ଟମ୍ । ଏହି ସିଷ୍ଟମ୍ ଦ୍ୱାରା ବୈଜ୍ଞାନିକମାନେ ଅସରପାର ଗତିକୁ ନିୟନ୍ତ୍ରଣ କରି ପାରିବେ । ଅର୍ଥାତ୍, କୋକ୍ରୋଚ୍ ଯେଉଁଠି ପହଞ୍ଚିବ, ସେଠାକାର ତଥ୍ୟ ଓ ଭିଡିଓ ସିଧାସଳଖ ଅପରେଟରଙ୍କ ପାଖକୁ ପହଞ୍ଚିଯିବ ।
ଆପଣଙ୍କ ମନକୁ ପ୍ରଶ୍ନ ଆସିପାରେ ବୈଜ୍ଞାନିକମାନେ ଅସରପାକୁ କାହିଁକି ବାଛିଲେ? କାରଣ ଅସରପା ଅତ୍ୟନ୍ତ ଛୋଟ, ଦୃଢ଼ ଓ ସଙ୍କୀର୍ଣ୍ଣ ଜାଗାରେ ମଧ୍ୟ ସହଜରେ ପଶିପାରନ୍ତି । ଭଙ୍ଗା ଘର, ଟନେଲ୍, ଯୁଦ୍ଧର ଧ୍ୱଂସସ୍ଥଳ.... ଯେଉଁଠାରେ ଡ୍ରୋନ୍ ବା ରୋବଟ୍ ପହଞ୍ଚି ପାରେନି, ସେଠାକୁ ଏହି “କୋକ୍ରୋଚ୍ ଗୁପ୍ତଚର” ଯାଇପାରିବ । ସବୁଠାରୁ ବଡ଼ କଥା ହେଉଛି ଅସରପା ପ୍ରାୟ ସବୁଯାଗାରେ ଦେଖିବାକୁ ମିଳନ୍ତି । ଏଣୁ ଅସରପା ଟିଏ ଦେଖିଲେ କେହି ହଠାତ ଗୁପ୍ତଚର ବୋଲି ସନ୍ଦେହ କରିନପାରନ୍ତି । ଏହା ବିଜ୍ଞାନର ପ୍ରୟୋଗ ନୁହେଁ, ଏହା ଆସନ୍ତା ଯୁଦ୍ଧର ନୂଆ ରଣନୀତି କୌଶଳ । ରୁଷ-ୟୁକ୍ରେନ୍ ଯୁଦ୍ଧ ପରେ ୟୁରୋପର ଅନେକ ଦେଶ ନିଜ ସୁରକ୍ଷା ନୀତିକୁ ଆଧୁନିକ କରୁଛନ୍ତି । ଜର୍ମାନୀ ମଧ୍ୟ ଡିଫେନ୍ସ ଟେକ୍ନୋଲୋଜିରେ ବହୁତ ଅର୍ଥ ଲଗାଉଛି, ଏବଂ ଏହି ବାୟୋ ରୋବଟିକ ପ୍ରୋଜେକ୍ଟ ସେହି ଯୋଜନାର ଅଂଶ ।
ସାମରିକ ବିଶ୍ଳେଷକମାନେ କହୁଛନ୍ତି, ଭବିଷ୍ୟତର ଯୁଦ୍ଧ କେବଳ ଗୋଳା, ବାରୁଦ ବା ଟ୍ୟାଙ୍କର ସାହାଯ୍ୟରେ ହେବନାହିଁ । ଆସନ୍ତା ସମୟରେ ସୂଚନା ଓ ଗୁପ୍ତ ନିରୀକ୍ଷଣ ହେବ ସବୁଠୁ ବଡ଼ ଶକ୍ତି । ତେବେ ଏହି ଅସରପାମାନେ ଏଆଇ ସହାୟତାରେ ଗୋଟିଏ ସ୍ୱାର୍ମ୍ ଭାବେ ମଧ୍ୟ ଏକ ବଡ଼ ସ୍ଥାନ ଉପରେ ମଧ୍ୟ ନଜର ରଖିପାରିବେ । ଅର୍ଥାତ୍ ଗୋଟିଏ ସମୟରେ ଶତାଧିକ ପୋକ ଗୁପ୍ତ ତଥ୍ୟ ସଂଗ୍ରହ କରିପାରିବେ । କିନ୍ତୁ ଏହି ଟେକ୍ନୋଲୋଜି ନେଇ ନୂଆ ପ୍ରଶ୍ନ ମଧ୍ୟ ଉଠୁଛି, ଯଦି ପୋକମାନେ ମଧ୍ୟ ଗୁପ୍ତଚର ହୋଇଯିବେ, ତେବେ ଗୋପନୀୟତା କେଉଁଠି ରହିବ? ଆସନ୍ତା ଦିନରେ ଯୁଦ୍ଧର ମାଇଦାନରେ ଡ୍ରୋନ୍ ନୁହେଁ… ଅସରପାମାନେ ସାଜିବେ କି ସବୁଠାରୁ ଭୟଙ୍କର ଗୁପ୍ତଚର?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଇଣ୍ଟରନେଟ୍ ଦୁନିଆର ରହସ୍ୟ; କିପରି ପରସ୍ପର ସହ ଯୋଡ଼ି ହୋଇଛି ୭ ମହାଦେଶ?
Related Topics
Explore more stories