Deep Sea Internet Cables / ଇଣ୍ଟରନେଟ୍ ଦୁନିଆର ରହସ୍ୟ; କିପରି ପରସ୍ପର ସହ ଯୋଡ଼ି ହୋଇଛି ୭ ମହାଦେଶ?
·2 weeks ago·3 min read

Key Points
ବିଶ୍ୱର କୋଣ ଅନୁକୋଣକୁ ଯୋଡୁଥିବା ଇଣ୍ଟରେନଟ ସେବା ପ୍ରଦାନ କରିବା ପାଇଁ ବ୍ୟବହାର ଜ୍ଞାନକୌଶଳ ଅଥବା ପ୍ରଯୁକ୍ତିବିଦ୍ୟା ବ୍ୟବହାର କରାଯାଉଛି ତାହା ଯେତିକି ପ୍ରାଚୀନ ସେତିକି ଜଟିଳ ଏବଂ ଆକର୍ଷଣୀୟ।
Deep Sea Internet Cables: ଆଜିର ଆଧୁନିକ ବିଜ୍ଞାନ ଯୁଗର ଦୈନନ୍ଦିନ ଜୀବନରେ ଇଣ୍ଟରେନେଟ୍ ଏକ ଅବିଚ୍ଛେଦ୍ୟ ଅଂଶ ପାଲଟି ଗଲାଣି।
ଯେତେବେଳେ ଆପଣ ଆପଣଙ୍କ ସ୍ମାର୍ଟଫୋନ୍ ରେ ଭିଡିଓ ଦେଖନ୍ତି କିମ୍ବା ବିଦେଶରେ ରହିଥିବା ବନ୍ଧୁଙ୍କୁ କୌଣସି ବାର୍ତ୍ତା ପଠାଇଥାନ୍ତି, ସେତେବେଳେ ସିଗନାଲ ମହାକାଶ ଦେଇ ଆସିନଥାଏ। ବରଂ ଏହା ସମୁଦ୍ରର ଗଭୀରତାରେ ଯାତ୍ରା କରିଥାଏ। ବିଶ୍ୱରେ ପ୍ରାୟ ୯୫ ପ୍ରତିଶତରୁ ଅଧିକ ଇଣ୍ଟରନେଟ୍ ଡାଟା ଏବେ ମଧ୍ୟ ଫାଇବର-ଅପ୍ଟିକ୍ କେବୁଲ୍ ଉପରେ ନିର୍ଭରଶୀଳ।
ଯିଏ ପାତାଳ ଜଗତ ଭଲି ସମୁଦ୍ର ତଳେ ପଡ଼ିରହିଛି। ବିଶ୍ୱର କୋଣ ଅନୁକୋଣକୁ ଯୋଡୁଥିବା ଇଣ୍ଟରେନଟ ସେବା ପ୍ରଦାନ କରିବା ପାଇଁ ବ୍ୟବହାର ଜ୍ଞାନକୌଶଳ ଅଥବା ପ୍ରଯୁକ୍ତିବିଦ୍ୟା ବ୍ୟବହାର କରାଯାଉଛି ତାହା ଯେତିକି ପ୍ରାଚୀନ ସେତିକି ଜଟିଳ ଏବଂ ଆକର୍ଷଣୀୟ। ସମୁଦ୍ର ବକ୍ଷରେ ଲକ୍ଷ ଲକ୍ଷ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଥିବା ଏହି କେବୁଲ୍ ସାର୍କ ଆକ୍ରମଣ ଏବଂ ବଡ଼ ଜାହାଜର ଆଙ୍କର୍ ମଧ୍ୟରେ ଫସିବା ଭଳି ବିପଦକୁ ଏଡ଼ାଇ ନିରବିଚ୍ଛନ ଭାବେ ଇଣ୍ଟରନେଟ୍ ସେବା ପ୍ରଦାନ କରିଥାଏ। ହେଲେ କିପରି କାମ କରିଥାଏ ଏହି ଡିଜିଟାଲ ମାୟାଜାଲ?
ଡିଜିଟାଲ୍ ଦୁନିଆର ପ୍ରକୃତ ମୂଳ ଭିତ୍ତିଭୂମି
ଇଣ୍ଟରନେଟ୍ ସେବା ପ୍ରଦାନ ପାଇଁ ବିଶାଳ ସମୁଦ୍ରରେ ଯେଉଁ କେବୁଲ୍ ବିଛା ଯାଇଥାଏ ତାହାକୁ ସବମରିନ୍ କେବୁଲ୍ କୁହାଯାଏ। ବାହାରୁ ଏହି କେବୁଲ୍ ମୋଟା ପାଇପ୍ ଭଳି ଦୃଶ୍ୟମାନ ହୋଇଥାଏ। ହେଲେ ଏହା ମଧ୍ୟରେ ଫାଇବର ଅପ୍ଟିକ୍ କେବୁଲ୍ ଗଣ୍ଠି ମାରି ରଖାଯାଇଥାଏ। ଯାହାର ଗଠନ ଖୁବ ପତଳା। ଏହି ଫାଇବର ମାଧ୍ୟମରେ ମୋବାଇଲ ଦ୍ୱାରା ପଠାଯାଉଥିବା ଫଟୋ, ଭିଡିଓ ଏବଂ ବାର୍ତ୍ତା ଆଲୋକ ବେଗରେ ଯାତ୍ରା କରିଥାଏ। ମୋଟା ପାଇପ୍ ଭଳି ଦେଖାଯାଉଥିବା ଏହି କେବୁଲ ଏତେ ଦୃଢ଼ ଯେ ଲବଣାକ୍ତ ସମୁଦ୍ର ଜଳର ପ୍ରଭାବ ଏହା ଉପରେ ଅନୁଭୂତ ହୁଏ ନାହିଁ।
ଏଥିସହ ପଢ଼ନ୍ତୁ: ବାହାଘରରେ ମଣିଷ ନୁହଁ, ରୋବୋଟ୍ କରୁଥିଲା କାମ; ଦେଖନ୍ତୁ ଭାଇରାଲ ଭିଡିଓ
କିପରି ସମୁଦ୍ରରେ ବିଛାଯାଏ ଇଣ୍ଟରେନେଟ୍ କେବୁଲ?
ସମୁଦ୍ରରେ ହଜାର ହଜାର କିଲୋମିଟର ପର୍ଯ୍ୟନ୍ତ ଇଣ୍ଟରେନେଟ୍ କେବୁଲ ବିଛାଇବା ସହଜସାଧ୍ୟ କାମ ନୁହେଁ। ଏଥିପାଇଁ ପ୍ରଥମେ ଏକ ବିସ୍ତୃତ ରୁଟ୍ ସର୍ଭେ ହୋଇଥାଏ। ବିଶେଷଜ୍ଞ ସମୁଦ୍ର ମଧ୍ୟରେ ରହିଥିବା ଭୂଖଣ୍ଡ, ପଥର, ପାହାଡ଼, ଆଗ୍ନେୟଗିରିକୁ ଚିହ୍ନଟ କରି ଏକ ନକ୍ସା ପ୍ରସ୍ତୁତ କରିଥାନ୍ତି। ଯାହା ଦ୍ୱାରା ଏହା ନିଶ୍ଚିତ ହୋଇଯାଏ ଯେ ଯେଉଁ ରୁଟ୍ ବ୍ୟବହାର କରି କେବୁଲ ବିଛାଯାଉଛି ତାହା ହେଉଛି ସୁରକ୍ଷିତ। ସମୁଦ୍ରରେ କେବୁଲ ଏପରି ସ୍ଥାନରେ ବିଛାଯାଏ ଯେଉଁଠି ସକ୍ରିୟ ଅଗ୍ନେୟଗିରି କିମ୍ବା କୌଣସି ଗଭୀର ଖାତ ନଥିବ।
ବିଶାଳ ଜାହାଜ ବ୍ୟବହାର କରି ବିଛାଯାଏ କେବୁଲ
ଏହି କେବୁଲ ବିଛାଇବା ପାଇଁ ବଡ଼ ବଡ଼ ଜାହାଜ ବ୍ୟବହୃତ ହୋଇଥାଏ। ଯାହାକୁ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଥାଏ। ହଜାର ହଜାର କିଲୋମିଟର ପର୍ଯ୍ୟନ୍ତ ଲମ୍ବା ବଡ଼ କେବୁଲ ରୋଲ୍ ସାଥିରେ ନେଇ ଏହି ଜାହାଜ ଆଗକୁ ବଢୁଥାଏ। ଜାହାଜ ଆଗକୁ ବଢ଼ିବା ସହିତ ଧିରେ ଧିରେ ସମୁଦ୍ର ଗର୍ଭରେ କେବୁଲ ବିଛାଇବାରେ ଲାଗିଥାଏ। କେବୁଲ ଏହାର ଭାରୀ ଓଜନ କାରଣରୁ ଏହାକୁ ବିଛା ଯାଉଥିବା ସମୁଦ୍ରର ତଳ ଭାଗକୁ ଚାଲି ଯାଇଥାଏ। ଅନ୍ୟପଟେ ଉପକୂଳରେ ଯେଉଁଠାରେ ପାଣି ଅଗଭୀର ଥାଏ ସେଠାରେ ଜାହାଜର ଲଙ୍ଗର କିମ୍ବା ମାଛ ଜାଲ ଦ୍ୱାରା ହେବାକୁ ଯାଉଥିବା କ୍ଷତିକୁ ରୋକିବା ପାଇଁ ଏକ ଯାନ୍ତ୍ରିକ ଲଙ୍ଗଳ ବ୍ୟବହାର କରି ଏହାକୁ ବାଲି ତଳେ ପୋତାଯାଏ।
ସିଗନାଲ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ବ୍ୟବହୃତ ହୋଇଥାଏ ରିପିଟର ମେସିନ୍
ଯେତେବେଳେ ଡାଟା ହଜାର ହଜାର କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରେ, ସେତେବେଳେ ସିଗନାଲ ଦୁର୍ବଳ ହୋଇଯିବାର ଆଶଙ୍କା ରହିଥାଏ। ଏହି ସମସ୍ୟାର ସମାଧାନ ପାଇଁ ରିପିଟର ମେସିନ୍ ନାମକ ଏକ ଉପକରଣକୁ ପ୍ରତି ୫୦-୧୦୦ କିଲୋମିଟର ଦୂରତାରେ ସ୍ଥାପନ କରାଯାଏ। ଏହି ମେସିନ ଦୁର୍ବଳ ହୋଇଥିବା ସିଗନାଲ ବ୍ୟବସ୍ଥାକୁ ଚିହ୍ନଟ ଏହାକୁ ପୁନର୍ବାର ସଶକ୍ତ କରିଥାଏ। ଯାହା ଦ୍ୱାରା ଡାଟା ଗୋଟିଏ ମହାଦେଶରୁ ଅନ୍ୟ ମହାଦେଶକୁ ନିର୍ବିଘ୍ନରେ ଯାତ୍ରା କରିପାରିବ। ଏହି ବ୍ୟବସ୍ଥା ସେପରି କାମ କରିଥାଏ ଯେପରି ଯାନ ବାହାନକୁ ଇନ୍ଧନ ପାଇଁ ରାଜପଥରେ ପେଟ୍ରୋଲ ପମ୍ପ ରହିଥାଏ।
ଏଥିସହ ପଢ଼ନ୍ତୁ: ସୁନ୍ଦର ପିଚାଇଙ୍କୁ ମିଳିଲା ନୂଆ ପ୍ୟାକେଜ; ୩ ବର୍ଷରେ ମିଳିବ ମୋଟ ଦରମା
ଭାଙ୍ଗି ଯାଇଥିବା କେବୁଲକୁ ସଜାଡ଼ିବା ସବୁଠୁ ବଡ଼ ଚ୍ୟାଲେଞ୍ଜ
ସମୁଦ୍ରଗର୍ଭରେ ହଜାର ହଜାର କିମି ପର୍ଯ୍ୟନ୍ତ ଲମ୍ବିଥିବା କେବୁଲ ଯଦି ଭାଙ୍ଗିଯାଏ ତାହେଲେ ଏହାକୁ ସଜାଡ଼ିବା ଏତେ ସହଜ ନୁହେଁ। ଭୂମିକମ୍ପ, ସମୁଦ୍ରରେ ହେଉଥିବା ଭୂସ୍ଖଳନ କିମ୍ବା ସାର୍କ ଆକ୍ରମଣ ଅଥବା ଆଗ୍ନେୟଗିରି ଉଦଗୀରଣ କାରଣରୁ ଅନେକ ସମୟରେ ଇଣ୍ଟରେନେଟ୍ କେବୁଲ କ୍ଷତିଗ୍ରସ୍ତ ହୋଇଥାଏ। ଏପରି ସମୟରେ ସ୍ୱତନ୍ତ୍ର 'ରିପିଟର ଜାହାଜ' ପଠାଯାଏ। ଏହି ଜାହାଜ ରୋବୋଟିକ୍ କ୍ୟାମେରା ବ୍ୟବହାର କରି ଭାଙ୍ଗି ଯାଇଥିବା ଅଂଶକୁ ଚିହ୍ନଟ କରିବା ପରେ ଏହାକୁ ପାଣିରୁ ବାହାର କରିଥାନ୍ତି। ଏହାପରେ ଏଥିରେ ଆବଶ୍ୟକୀୟ ମରମତି କରାଯିବା ପରେ ସତର୍କତାର ସହ ସମୁଦ୍ର ତଟରେ ପୁନର୍ବାର ସ୍ଥାପନ କରାଯାଏ।
୭ ମହାଦେଶକୁ ପରସ୍ପର ସହ ଯୋଡ଼ିଛି ଇଣ୍ଟରନେଟ କେବୁଲ
ବିଶ୍ୱର ୭ ମହାଦେଶ ଇଣ୍ଟରନେଟ କେବୁଲ ମାଧ୍ୟମରେ ପରସ୍ପର ସହ ଯୋଡ଼ି ହୋଇଛନ୍ତି। ଯଦି ଏହି କେବୁଲ ହଠାତ୍ କାମ କରିବା ବନ୍ଦ କରିଦିଏ, ତାହେଲେ ବ୍ୟାଙ୍କିଂ, ସୋସିଆଲ ମିଡିଆ ସହ ଅନଲାଇନ୍ ସେବା ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ। ବିଶ୍ୱର ପ୍ରମୁଖ ଟେକ୍ କମ୍ପାନୀ ଯେପରିକି ଗୁଗୁଲ୍, ମେଟା ଏବଂ ମାଇକ୍ରୋସଫ୍ଟ ଭବିଷ୍ୟତରେ ଇଣ୍ଟରନେଟ୍ ଗତି ଏବଂ ସୁରକ୍ଷାକୁ ମଜବୁତ ନିଜର ବ୍ୟକ୍ତିଗତ କେବୁଲ୍ ବିଛାଉଛନ୍ତି। ଏହି କେବୁଲ୍ ନେଟୱାର୍କ ହେଉଛି ଆଧୁନିକ ଯୁଗର ପ୍ରକୃତ ସଂଯୋଗକାରୀ।
ପଢନ୍ତୁ ଏହି ଖବର: Google ପକ୍ଷରୁ ବଡ଼ ଘୋଷଣା; ୟୁଜରଙ୍କୁ ମିଳିବ ନୂଆ AI Feature

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories