Videos
|
Technology

Beaver Moon / ଆଜି ରାତିରେ ଆକାଶରେ ଦେଖାଯିବ ଏକ ମନୋରମ ଦୃଶ୍ୟ, ଜାଣନ୍ତୁ ଏହାର ରହସ୍ୟ

Bikash Mohanty
Browse all articles by Bikash Mohanty
·18 mins ago·2 min read
ଆଜି ରାତିରେ ଆକାଶରେ ଦେଖାଯିବ ଏକ ମନୋରମ ଦୃଶ୍ୟ, ଜାଣନ୍ତୁ ଏହାର ରହସ୍ୟ
SKY

Key Points

ଆଜି ଆକାଶରେ ଦେଖିବାକୁ ମିଳିବ ଏକ ମନୋରମ ଦୃଶ୍ୟ।
ଦେଖାଯିବ ନଭେମ୍ବର ମାସର ପୂର୍ଣ୍ଣଚନ୍ଦ୍ର, ଯାହାକୁ ‘ବିଭର ମୁନ୍’ କୁହାଯାଏ।
ଏହାକୁ ନେଇ ବୈଜ୍ଞାନିକ ମାନଙ୍କ ମଧ୍ୟରେ ଉତ୍ସାହ ରହିଛି
ଭୂବନେଶ୍ବର: ଆଜି ଆକାଶରେ ଦେଖିବାକୁ ମିଳିବ ଏକ ମନୋରମ ଦୃଶ୍ୟ। ଆଜି ଅର୍ଥାତ୍ ନଭେମ୍ବର ୨୪ ତାରିଖ ରାତିରେ ଦେଖାଯିବ ନଭେମ୍ବର ମାସର ପୂର୍ଣ୍ଣଚନ୍ଦ୍ର, ଯାହାକୁ ‘ବିଭର ମୁନ୍’ (Beaver Moon) କୁହାଯାଏ। ଏହାକୁ ନେଇ ବୈଜ୍ଞାନିକ ମାନଙ୍କ ମଧ୍ୟରେ ଉତ୍ସାହ ରହିଛି। ତେବେ କାହିଁକି ଏହି ପୂର୍ଣ୍ଣଚନ୍ଦ୍ରର ନାଁ ବିଭର ମୁନ୍ ରଖାଯାଇଛି? ଏହାର ବିଶେଷତ୍ୱ କ’ଣ?

ନଭେମ୍ବର ମାସର ପୂର୍ଣ୍ଣିମାକୁ ବିଭର ମୁନ୍ କହିବାର ପରମ୍ପରା ଉତ୍ତର ଆମେରିକାର ଋତୁକାଳୀନ ପରମ୍ପରା ସହ ଜଡ଼ିତ। ଏହି ସମୟରେ ବିଭର ନାମକ ଜଳଚର ପ୍ରାଣୀ ଶୀତ ଋତୁ ପାଇଁ ନିଜ ବାସସ୍ଥାନ ପ୍ରସ୍ତୁତ କରିବା ସହ ଖାଦ୍ୟ ସଂରକ୍ଷଣ କରିଥାଏ। ପୂର୍ବରୁ ଶିକାରୀମାନେ ମଧ୍ୟ ଶୀତ ଆରମ୍ଭ ପୂର୍ବରୁ ବିଭରର ଲୋମ ପାଇଁ ଫାଶ ବସାଉଥିଲେ। ଏହି କାରଣରୁ ନଭେମ୍ବରର ପୂର୍ଣ୍ଣଚନ୍ଦ୍ରକୁ ବିଭର ମୁନ୍ ନାମ ଦିଆଯାଇଥିବା କୁହାଯାଏ। କେତେକ ସ୍ଥାନରେ ଏହାକୁ ଫ୍ରଷ୍ଟ ମୁନ୍ ମଧ୍ୟ କୁହାଯାଏ।

ଏଥର ସୁପରମୁନ୍‌ର ମାନ୍ୟତା

ଚଳିତବର୍ଷର ବିଭର ମୁନ୍‌ର ଆଉ ଏକ ବିଶେଷତ୍ୱ ହେଉଛି, ଏହା ଏକ ସୁପରମୁନ୍। ଯେତେବେଳେ ପୂର୍ଣ୍ଣଚନ୍ଦ୍ର ପୃଥିବୀର ନିକଟତମ ସ୍ଥିତି ନିକଟରେ ରହିଥାଏ, ସେତେବେଳେ ଏହାକୁ ସୁପରମୁନ୍ କୁହାଯାଏ। ଏହି ସମୟରେ ଚନ୍ଦ୍ର ସାଧାରଣ ପୂର୍ଣ୍ଣଚନ୍ଦ୍ର ତୁଳନାରେ ସାମାନ୍ୟ ବଡ଼ ଓ ଉଜ୍ଜ୍ୱଳ ଦେଖାଯାଇପାରେ। ନାସା ଅନୁସାରେ, ନଭେମ୍ବର ୨୪ର ଏହି ସୁପରମୁନ୍ ପରେ ଡିସେମ୍ବର ଓ ଜାନୁଆରୀରେ ମଧ୍ୟ ସୁପରମୁନ୍ ଦେଖିବାକୁ ମିଳିବ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ମହଙ୍ଗା ହେବ ସ୍ମାର୍ଟଫୋନ୍! ୩୦% ବଢ଼ିପାରେ ଦାମ୍, ଜାଣନ୍ତୁ କାହିଁକି

କେତେବେଳେ ଓ କେମିତି ଦେଖିବେ ବିଭର ମୁନ୍?

ଭାରତୀୟ ସମୟ ଅନୁସାରେ ନଭେମ୍ବର ୨୪ ତାରିଖ ରାତି ୮ଟା ୨୩ ମିନିଟ୍‌ରେ ଚନ୍ଦ୍ର ପୂର୍ଣ୍ଣିମା ଅବସ୍ଥାରେ ପହଞ୍ଚିବ। ତେବେ ଏହି ଦୃଶ୍ୟ ଦେଖିବା ପାଇଁ ରାତି ୮ଟା ୨୩ ପର୍ଯ୍ୟନ୍ତ ଅପେକ୍ଷା କରିବା ଜରୁରୀ ନୁହେଁ। ସୂର୍ଯ୍ୟାସ୍ତ ପରେ ଚନ୍ଦ୍ର ଉଦୟ ସମୟରୁ ଏହାକୁ ଦେଖିହେବ। ଏହି ଆକାଶୀୟ ଦୃଶ୍ୟ ଦେଖିବା ପାଇଁ କୌଣସି ଟେଲିସ୍କୋପ୍ କିମ୍ବା ସ୍ୱତନ୍ତ୍ର ଚଷମାର ଆବଶ୍ୟକତା ନାହିଁ। ଖାଲି ଆଖିରେ ମଧ୍ୟ ଏହାକୁ ଦେଖିହେବ। ଖୋଲା ସ୍ଥାନରୁ, ଯେଉଁଠାରେ ଆକାଶ ସ୍ପଷ୍ଟ ଦେଖାଯାଉଥିବ, ସେଠାରୁ ଚନ୍ଦ୍ରକୁ ଉପଭୋଗ କରିପାରିବେ। ଚନ୍ଦ୍ର ଦିଗବଳୟ ନିକଟରେ ଥିବାବେଳେ ଏହା ବେଳେବେଳେ ହାଲୁକା କମଳା କିମ୍ବା ସୁନେଲି ରଙ୍ଗର ଦେଖାଯାଇପାରେ।

Related Topics

Explore more stories