TVS Armado / TVS ଆଣିଲା ନୂଆ କାର୍ଗୋ ଗାଡ଼ି, ବୋହିବ ୧ ଟନ୍ ମାଲ୍
·Published on: 28 Nov 2026, 20:23:41 IST·2 min read

Key Points
ଆଗପଟୁ ବାଇକ୍ ଭଳି ଥିବା ବେଳେ ପଛପଟେ ଟେମ୍ପୋ ଭଳି ମାଲ୍ ରଖିବା ବ୍ୟବସ୍ଥା ରହିଛି । ଏହା ଏକ ତିନି ଚକିଆ କାର୍ଗୋ ଗାଡ଼ି । କମ୍ପାନୀର ଦାବି ଅନୁଯାୟୀ, ଏଥିରେ ଏକ ଟନ୍ ପର୍ଯ୍ୟନ୍ତ ମାଲ୍ ବୋହି ହେବ ।
ନୂଆଦିଲ୍ଲୀ: ମାଲ୍ ପରିବହନ ପାଇଁ ନୂଆ ଗାଡ଼ି ଆଣିଛି TVS । ଏହି ନୂଆ ଗାଡ଼ିର ନାଁ ହେଉଛି TVS Armado । ଏହା ଦେଖିବାକୁ ଆଗପଟୁ ବାଇକ୍ ଭଳି ଥିବା ବେଳେ ପଛପଟେ ଟେମ୍ପୋ ଭଳି ମାଲ୍ ରଖିବା ବ୍ୟବସ୍ଥା ରହିଛି । ଏହା ଏକ ତିନି ଚକିଆ କାର୍ଗୋ ଗାଡ଼ି । କମ୍ପାନୀର ଦାବି ଅନୁଯାୟୀ, ଏଥିରେ ଏକ ଟନ୍ ପର୍ଯ୍ୟନ୍ତ ମାଲ୍ ବୋହି ହେବ ।
TVS ଏହି ଗାଡ଼ିକୁ ବିଶ୍ୱ ବଜାର ପାଇଁ ଉନ୍ମୋଚନ କରିଛି । ଆଫ୍ରିକା, ଲାଟିନ୍ ଆମେରିକା ଏବଂ ଏସିଆ ମହାଦେଶରେ ଏହାକୁ ବିକ୍ରି କରିବାର ଯୋଜନା ରହିଛି । ତେବେ ଭାରତରେ ଏହା ଲଞ୍ଚ୍ ହେବ କି ନାହିଁ, ସେନେଇ କମ୍ପାନୀ ଏପର୍ଯ୍ୟନ୍ତ କୌଣସି ସୂଚନା ଦେଇନାହିଁ ।
୨୦୦ ସିସି ଇଞ୍ଜିନ୍, ୫ଟି ଗିୟର୍
TVS Armadoରେ ୨୦୦ ସିସିର ଅଏଲ୍ କୁଲ୍ଡ ଇଞ୍ଜିନ୍ ଦିଆଯାଇଛି । ଏହା ୧୦.୬ କିଲୋୱାଟ୍ ପାୱାର ଏବଂ ୧୫.୫ ନ୍ୟୁଟନ୍ ମିଟର ଟର୍କ ଉତ୍ପାଦନ କରେ । ଏଥିରେ ୫-ସ୍ପିଡ୍ ମାନୁଆଲ୍ ଗିୟରବକ୍ସ ରହିଛି । ଏହାର ଫୁଏଲ୍ ଟ୍ୟାଙ୍କ୍ କ୍ଷମତା ୧୬ ଲିଟର । ଭାରୀ ମାଲ୍ ବୋହିବା ଏବଂ ଦୈନନ୍ଦିନ ବ୍ୟବସାୟିକ କାମକୁ ଧ୍ୟାନରେ ରଖି ଇଞ୍ଜିନ୍ ତିଆରି କରାଯାଇଛି ବୋଲି କମ୍ପାନୀ କହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୧ ଟନ୍ ମାଲ୍ ରଖିବାର କ୍ଷମତା
ଏହି ଗାଡ଼ିର ସବୁଠାରୁ ବଡ଼ ବିଶେଷତ୍ଵ ହେଉଛି ଏହାର କାର୍ଗୋ ବେଡ୍ । ଏହାର ଲମ୍ବ ପ୍ରାୟ ୨ ମିଟର । ଏଥିରେ ଏକ ଟନ୍ ପର୍ଯ୍ୟନ୍ତ ମାଲ୍ ରଖି ହେବ । ଏହାର ପଛ ଭାଗ ତିନି ପଟୁ ଖୋଲିବା ବ୍ୟବସ୍ଥା ରହିଛି । ଫଳରେ ଗାଡ଼ିରେ ମାଲ୍ ଲୋଡ୍ କରିବା ଓ ଅନଲୋଡ୍ କରିବା ସହଜ ହେବ ।
ଏଥିସହ ପଢ଼ନ୍ତୁ: ଆସିଲା ସୁଜୁକିର ସବୁଠୁ ଶସ୍ତା ଇଲେକଟ୍ରିକ୍ କାର; ଦାମ କେତେ ଜାଣନ୍ତୁ
ଏଥିରେ ୨୩୦ ମିଲିମିଟର ଗ୍ରାଉଣ୍ଡ କ୍ଲିୟରାନ୍ସ ଓ ଲିଫ୍ ସ୍ପ୍ରିଙ୍ଗ୍ ସସ୍ପେନସନ୍ ଦିଆଯାଇଛି । ଏହାଦ୍ୱାରା ସହରଠାରୁ ଆରମ୍ଭ କରି ଗାଁ ଓ ଖରାପ ରାସ୍ତାରେ ମଧ୍ୟ ମାଲ୍ ପରିବହନ କରିବାରେ ସହାୟତା ମିଳିବ ବୋଲି କମ୍ପାନୀ କହିଛି ।
ଡିଜିଟାଲ୍ ଡିସପ୍ଲେ ସହ USB ଚାର୍ଜିଂ
TVS Armadoରେ ଫୁଲ୍ ଡିଜିଟାଲ୍ LCD ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ଦିଆଯାଇଛି । ଏହା ସହ USB ଚାର୍ଜିଂ ପୋର୍ଟ ମଧ୍ୟ ରହିଛି । ଗାଡ଼ି ଚଳାଉଥିବା ସମୟରେ ମୋବାଇଲ୍ ଚାର୍ଜ କରିବାରେ ଏହା ସହାୟକ ହେବ । ମାଲ୍ ପରିବହନ କରୁଥିବା ବ୍ୟବସାୟୀ, ଡେଲିଭରି କମ୍ପାନୀ ଏବଂ ଛୋଟ ମାଲ୍ ପରିବହନ ବ୍ୟବସାୟକୁ ଆଖି ଆଗରେ ରଖି ଏହି ଗାଡ଼ି ତିଆରି କରାଯାଇଛି ।

ଭାରତରେ କେବେ ଲଞ୍ଚ୍ ହେବ?
TVS Armadoର ଗ୍ଲୋବାଲ୍ ଲଞ୍ଚ୍ ହୋଇଥିଲେ ମଧ୍ୟ ଭାରତରେ ଏହା ବିକ୍ରି ହେବ କି ନାହିଁ, ତାହା କମ୍ପାନୀ ସ୍ପଷ୍ଟ କରିନାହିଁ । ଭାରତୀୟ ବଜାର ପାଇଁ ଏହାର ଦାମ୍ ମଧ୍ୟ ଘୋଷଣା ହୋଇନାହିଁ ।

Related Topics
Explore more stories