Electric SUV / ଆସିଗଲା ଥରେ ଚାର୍ଜ କଲେ ୭୨୪ KM ଚାଲୁଥିବା ଇଲେକ୍ଟ୍ରିକ୍ SUV
·1 hour ago·2 min read

Key Points
ଏସୟୁଭି EX90କୁ ଥରେ ଚାର୍ଜ କଲେ ଏହା ୬୨୫ କିଲୋମିଟର ପର୍ଯ୍ୟନ୍ତ ଚାଲି ପାରିବ । ସେହିଭଳି ଭାରତୀୟ ରାସ୍ତାରେ କମ୍ପାନୀ କରିଥିବା ଟେଷ୍ଟ ଡ୍ରାଇଭ୍ ଅନୁସାରେ ୭୨୪ କିଲୋମିଟର ଦୂରତା ଅତିକ୍ରମ ହୋଇପାରିବ ।
ନୂଆଦିଲ୍ଲୀ: ସ୍ଵିଡେନ୍ କାର ନିର୍ମାତା କମ୍ପାନୀ Volvo ଭାରତୀୟ ବାଜରରେ ତାର ନୂଆ ପ୍ଳାଗଶିପ୍ ଇଲେକ୍ଟ୍ରିକ୍ ଏସୟୁଭି EX90 ଲଞ୍ଚ୍ କରିଛି । ଅତ୍ୟାଧୁନିକ ଡିଜାଇନ୍, ପ୍ରିମିୟମ୍ କେବିନ୍ ସହ ଆଡଭାନ୍ସ ଟେକ୍ନୋଲୋଜ ଏ ଲମ୍ବା ଦୂରତା ଅତିକ୍ରମ କରିବ ଏହି କାର୍ । ଏହି ଇଲେକ୍ଟ୍ରିକ୍ ଏସୟୁଭିର ପ୍ରାରମ୍ଭିକ ମୂଲ୍ୟ ୧ କୋଟି ୨୬ ଲକ୍ଷ ଟଙ୍କା (ଏକ୍ସ-ଶୋରୁମ୍) ରହିଛି ।
ଇଲେକ୍ଟ୍ରିକ୍ ଏସୟୁଭି EX90ର ବୁକିଂ ଆରମ୍ଭ ହୋଇ ଯାଇଥିବା ବେଳେ ଆଗାମୀ ବର୍ଷ ଜାନୁଆରୀରୁ ଏହାର ଡେଲିଭରି ଆରମ୍ଭ ହେବ । Volvo EX90କୁ ଇଲେକ୍ଟ୍ରିକ୍ ସେଗମେଣ୍ଟରେ ଫ୍ଲାଗଶିପ୍ ମଡେଲ୍ ଭାବେ ବଜାରକୁ ଆଣିଛି ।
ଏହି ଏସୟୁଭି କମ୍ପାନୀର ବିଶେଷ ଇଲେକ୍ଟ୍ରିକ୍ କାର୍ ପ୍ଲାଟଫର୍ମ SPA2ରେ ପ୍ରସ୍ତୁତ କରାଯାଇଛି । ଏହାକୁ ପେଟ୍ରୋଲ୍ ଓ ଡିଜେଲ୍ ଇଞ୍ଜିନ୍ ବିଶିଷ୍ଟ Volvo XC90ର ଇଲେକ୍ଟ୍ରିକ୍ ବିକଳ୍ପ ଭାବେ ଦେଖାଯାଇ ପାରେ ।
ଏଥିସହ ପଢ଼ନ୍ତୁ: ମଝି ରାସ୍ତାରେ ଭାଙ୍ଗିଗଲା ଏକ୍ସେଲ୍ ! ଭାରତରେ ପ୍ରବେଶ ପାଇଁ ପ୍ରସ୍ତୁତ ହେଉଛି ଏହି ଚୀନ କମ୍ପାନୀ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Volvo ଇଲେକ୍ଟ୍ରିକ୍ ଏସୟୁଭି EX90ରେ କମ୍ପାନୀର ପ୍ରିମିୟମ୍ ସ୍କଡିନେଭିୟନ୍ ଡିଜାଇନ୍ ଥିମ୍ ଦେଖିବାକୁ ମିଳୁଛି । ଏହି SUV ଭାରତରେ 106 kWh ବ୍ଯାଟେରୀ ପ୍ୟାକ୍ ଓ ଡୁଆଲ୍-ମୋଟର ଅଲ୍-ହ୍ଵିଲ୍ ଡ୍ରାଇଭ୍ ସିଷ୍ଟମ ସହ ଅଣାଯାଇଛି । ଏହା ସର୍ବାଧିକ ୪୬୨ bhp ପାୱାର ଓ ୬୭୦ Nm ଟର୍କ ଜେନେରେଟ୍ କରିବ ।
ଗୋଟିଏ ଚାର୍ଜରେ ଭୁବନେଶ୍ଵରରୁ ଡେବ୍ରିଗଡ଼
Volvoର ଦାବି ହେଲା, ଏହି ଏସୟୁଭି EX90କୁ ଥରେ ଚାର୍ଜ କଲେ ଏହା ୬୨୫ କିଲୋମିଟର ପର୍ଯ୍ୟନ୍ତ ଚାଲି ପାରିବ । ସେହିଭଳି ଭାରତୀୟ ରାସ୍ତାରେ କମ୍ପାନୀ କରିଥିବା ଟେଷ୍ଟ ଡ୍ରାଇଭ୍ ଅନୁସାରେ ୭୨୪ କିଲୋମିଟର ଦୂରତା ଅତିକ୍ରମ ହୋଇପାରିବ ।
ତେବେ ଡ୍ରାଇଭିଂ ରେଞ୍ଜ ସଡ଼କ, ପାଣିପାଗ, ଟ୍ରାଫିକ୍ ଓ ଡ୍ରାଇଭିଂ ଶୈଳୀ ଉପରେ ନିର୍ଭରଶୀଳ । ଅର୍ଥାତ୍ ଏହି ଏସୟୁଭିକୁ ଥରେ ଚାର୍ଜ କଲେ ଆପଣ ଭୁବନେଶ୍ଵରରୁ ଡେବ୍ରିଗଡ଼ ଯାଇ (୬୪୦) ପୁଣି ଥରେ ଭୁବନେଶ୍ଵର ଫେରି ପାରିବେ ।
ଚାର୍ଜିଂ ପାଇଁ ଏଥିରେ 11 kW AC ଚାର୍ଜର ଦିଆଯାଇଛି । ଏହି ଚାର୍ଦରେ ଗାଡ଼ି ଶୂନରୁ ୧୦୦ ପ୍ରତିଶତ ମାତ୍ର ୧୧ ଘଣ୍ଟାରେ ଚାର୍ଜ ହୋଇପାରିବ । ଏଥିସହ, SUV ୩୫୦ kW କ୍ଷମତା ବିଶିଷ୍ଟ ଅଲ୍ଟ୍ରା-ଫାଷ୍ଟ DC ଚାର୍ଜରରେ ଚାର୍ଜ ହୋଇପାରିବ । କମ୍ପାନୀ ଅନୁସାରେ, ଏହି ବ୍ଯାଟେରୀ ପ୍ୟାକ୍ ମାତ୍ର ୨୨ ମିନିଟ୍ରେ ୧୦ରୁ ୮୦ ପ୍ରତିଶତ ଚାର୍ଜ ହୋଇପାରିବ ।

Related Topics
Explore more stories