Videos
|
Travel & Tourism

Amarnath Yatra 2026 update / ରେକର୍ଡ଼ ଭାଙ୍ଗିଲା ଅମରନାଥ ଯାତ୍ରା; ୧୨ ଦିନରେ ପହଞ୍ଚିଲେ ୩ ଲକ୍ଷ ତୀର୍ଥଯାତ୍ରୀ

Subhramjit Ray
Browse all articles by Subhramjit Ray
·2 weeks ago·2 min read
ରେକର୍ଡ଼ ଭାଙ୍ଗିଲା ଅମରନାଥ ଯାତ୍ରା; ୧୨ ଦିନରେ ପହଞ୍ଚିଲେ ୩ ଲକ୍ଷ ତୀର୍ଥଯାତ୍ରୀ
Amarnath Yatra 2026

Key Points


ଜମ୍ମୁ ଏବଂ କାଶ୍ମୀରରେ ଚାଲିଥିବା ଶ୍ରୀ ଅମରନାଥ ଯାତ୍ରା ଚଳିତ ବର୍ଷ ଇତିହାସ ସୃଷ୍ଟି କରିଛି। ଯାତ୍ରା ଆରମ୍ଭ ହେବାର ମାତ୍ର ୧୨ ଦିନ ମଧ୍ୟରେ ୩ ଲକ୍ଷରୁ ଅଧିକ ତୀର୍ଥଯାତ୍ରୀ ବାବା ବର୍ଫାନୀଙ୍କ ଦର୍ଶନ କରିଛନ୍ତି।
Amarnath Yatra 2026 historic records:  ଚଳିତ ବର୍ଷ ଅମରନାଥ ଯାତ୍ରା ଏକ ନୂଆ ରେକର୍ଡ ସ୍ଥାପନ କରିଛି। ଏକଥା କହିଛନ୍ତି ଜାମୁ ଏବଂ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା। ଏନେଇ ସେ କହିଛନ୍ତି ଯେ ଚଳିତ ବର୍ଷ ଶ୍ରୀ ଅମରନାଥ ଯାତ୍ରା ଏକ ନୂତନ ଐତିହାସିକ ରେକର୍ଡ ସ୍ଥାପନ କରିଛି। ଯାତ୍ରା ଆରମ୍ଭ ହେବାର ମାତ୍ର ୧୨ ଦିନ ମଧ୍ୟରେ ପବିତ୍ର ଗୁମ୍ଫାକୁ ଆସିଥିବା ତୀର୍ଥଯାତ୍ରୀଙ୍କ ସଂଖ୍ୟା ୩ ଲକ୍ଷ ଅତିକ୍ରମ କରିସାରିଛି। ଏହି ସଫଳତାରେ ସେ ନିଜର ଖୁସିବ୍ୟକ୍ତ କରି କହିଛନ୍ତି ଯେ ଏହା ହେଉଛି ବାବା ବର୍ଫାନୀଙ୍କ ପ୍ରତି ଲୋକଙ୍କ ଅଟଳ ବିଶ୍ୱାସର ପ୍ରମାଣ। ସେ ଯାତ୍ରାରେ ସାମିଲ ହୋଇଥିବା ସମସ୍ତ ଅଧିକାରୀ, ସେବା ପ୍ରଦାନକାରୀ ଏବଂ ସ୍ୱେଚ୍ଛାସେବକଙ୍କୁ ପ୍ରଶଂସା କରି କହିଛନ୍ତି ଯେ ସେମାନଙ୍କ କଠିନ ପରିଶ୍ରମ ଏହି ଯାତ୍ରାକୁ ତୀର୍ଥଯାତ୍ରୀଙ୍କ ଲାଗି ଅଧିକ ସୁଗମ ଏବଂ ସ୍ମରଣୀୟ କରିଛି।

ତୀର୍ଥଯାତ୍ରୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଜବରଦସ୍ତ ଉତ୍ସାହ
ଶ୍ରୀ ଅମରନାଥ ଯାତ୍ରା ଚଳିତ ବର୍ଷ ଜୁଲାଇ ୩ ତାରିଖରେ ଆରମ୍ଭ ହୋଇଥିଲା। ଯାହା ଏଥର ପ୍ରାୟ ୫୭ ଦିନ ପର୍ଯ୍ୟନ୍ତ ଜାରି ରହିବ। ଏହି ତୀର୍ଥଯାତ୍ରା ୨୮ ଅଗଷ୍ଟ, ରକ୍ଷାବନ୍ଧ ଅବସରନରେ ଶେଷ ହେବ। ଯାତ୍ରାର ପ୍ରଥମ ଦିନରୁ ବହୁ ସଂଖ୍ୟକ ତୀର୍ଥଯାତ୍ରୀ ପହଞ୍ଚିବା, ସ୍ପଷ୍ଟ ଭାବରେ ବାବା ଅମରନାଥଙ୍କ ଦର୍ଶନ ପାଇଁ ଦେଶବ୍ୟାପୀ ଲୋକଙ୍କ ମଧ୍ୟରେ ରହିଥିବା ଜବରଦସ୍ତ ଉତ୍ସାହକୁ ଦର୍ଶାଉଛି। କ୍ରମାଗତ ଭାବରେ ବର୍ଦ୍ଧିତ ଶିବଭକ୍ତଙ୍କ ସଂଖ୍ୟା ଏହି ଧାର୍ମିକ ତୀର୍ଥଯାତ୍ରାକୁ ନୂତନ ଉଚ୍ଚତାରେ ପହଞ୍ଚାଇଛି।

ଏହା ସହ ପଢନ୍ତୁ: କାହଁକି ଜଲଦି ଅନ୍ତର୍ଦ୍ଧାନ ହୋଇଗଲେ ବାବା ବର୍ଫାନୀ? ସାମ୍ନାକୁ ଆସିଲା ୩ କାରଣ

ମଜବୁତ ହୋଇଛି ସୁରକ୍ଷା ଏବଂ ରିଲିଫ୍ ବ୍ୟବସ୍ଥା
ସ୍ୱାଭାବିକ ପାଗ ମଧ୍ୟରେ ଯାତ୍ରା ଶାନ୍ତିପୂର୍ଣ୍ଣ ଭାବରେ ଜାରି ରହିଛି। ଯାତ୍ରା ମାର୍ଗରେ ନିୟୋଜିତ ପର୍ବତୀୟ ଉଦ୍ଧାର ଦଳ ନିରନ୍ତର ସତର୍କତା ବଜାୟ ରଖିଛନ୍ତି ଏବଂ ଆବଶ୍ୟକ ସମୟରେ ତୀର୍ଥଯାତ୍ରୀଙ୍କୁ ଆବଶ୍ୟକୀୟ ସହାୟତା ପ୍ରଦାନ କରୁଛନ୍ତି। ତୀର୍ଥଯାତ୍ରୀ ଯେକୌଣସି ଅସୁବିଧାର ସମ୍ମୁଖୀନ ଯେପରି ନହୁଅନ୍ତି ତାହା ନିଶ୍ଚିତ କରିବା ପାଇଁ ଅନେକ ସ୍ଥାନରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ମଧ୍ୟ କରାଯାଇଛି।

ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ସ୍ୱାସ୍ଥ୍ୟସେବା
ଅଧିକ ଉଚ୍ଚତାରେ ପହଞ୍ଚିବା ପରେ ଅନେକ ତୀର୍ଥଯାତ୍ରୀଙ୍କୁ ଶ୍ୱାସକ୍ରିୟା କରିବାରେ କଷ୍ଟ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା। ହେଲେ ଏଭଳି ପରିସ୍ଥିତିରେ, ସେମାନଙ୍କୁ ତୁରନ୍ତ ଅମ୍ଳଜାନ ଚିକିତ୍ସା (Oxygen Therapy) ଯୋଗାଇ ଦିଆଯାଇଥିଲା। ଜରୁରୀକାଳୀନ ପରିସ୍ଥିତିରେ, ପୋଲିସ ଏବଂ ସ୍ୱାସ୍ଥ୍ୟ ବିଭାଗ ଟିମ୍ ଯଥାଶୀଘ୍ର ତୀର୍ଥଯାତ୍ରୀଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରିଥିଲେ, ଯେଉଁଠାରେ ସେମାନଙ୍କୁ ସମୟୋଚିତ ଚିକିତ୍ସା ମିଳିଥିଲା। ଉନ୍ନତ ବ୍ୟବସ୍ଥା ଏବଂ ସେବା ଯୋଗୁଁ ଅମରନାଥ ଯାତ୍ରା ସଫଳତାର ସହ ଆଗକୁ ବଢ଼ିଚାଲିଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Historic Record Broken at Amarnath Yatra: 3 Lakh Devotees in 12 Days | Argus News