Train Ticket / ଟ୍ରେନ୍ ଟିକେଟ୍ କାଟିବା ବେଳେ UPI ଏବଂ IRCTC ଆପ୍ ବ୍ୟବହାର କରି କେମିତି ସଞ୍ଚୟ କରିବେ ଟଙ୍କା ?

Key Points
ଭାରତରେ ଟ୍ରେନ୍ ଟିକେଟ୍ ବୁକ୍ କରିବା ଭାଗ୍ୟର କଥା ବୋଲି କୁହାଯାଏ । ଆମେ ଜାଣିବା କିଭଳି ସହଜ ଉପାୟରେ ଆପଣ IRCTC ଆପ୍ ଏବଂ ସୁରକ୍ଷିତ UPI ବ୍ୟବହାର କରି ଶସ୍ତା ଦରରେ ଟିକେଟ୍ କାଟିବା ସହ ସୁନିଶ୍ଚିତ ଟିକେଟର ସୁଯୋଗ ଅଧିକ ରହିବ ।
ଭୁବନେଶ୍ଵର: ଟ୍ରେନ୍ରେ ଯାତ୍ରା କରିବା ଯେତିକି ସୁଲଭ, ସେତିକି ସମୟ ସାପେକ୍ଷ ମଧ୍ୟ । ଏଥିପାଇଁ ଭାରତୀୟ ରେଳକୁ ଲାଇଫ୍ ଲାଇନ୍ ମଧ୍ୟ କୁହାଯାଏ । କିନ୍ତୁ ଅନେକ ସମୟରେ ଟ୍ରେନ୍ରେ ଭିଡ଼ ପାଇଁ ମିଳି ନଥାଏ ନିଶ୍ଚିତ ଟିକେଟ୍ । ଆଉ ଯେଉଁଥିପାଇଁ ହଇରାଣ ବି ହେବାକୁ ପଡ଼େ । ଏଭଳି ସ୍ଥଳେ ଲୋକେ ତତ୍କାଳ ଟିକେଟ୍ ଉପରେ ଭରସା କରିଥାଆନ୍ତି ।
କିନ୍ତୁ ମାତ୍ର କେଇ ମିନିଟ୍ରେ ସରିଯାଏ ତତ୍କାଳ ଟିକେଟ୍ । କେବେ ଟ୍ରାଞ୍ଜାକ୍ସନ୍ ସଫଳ ହୁଏ ତ ଆଉ କେବେ ବିଫଳ । ଆଉ ଏଥିରେ ମୁଖ୍ୟ ଭୂମିକା ନିଏ ସ୍ପିଡ୍ ଅର୍ଥାତ୍ ଆପଣ ଟିକେଟ୍ ବୁକିଂ କରିବାର ଗତି । ସେଥିପାଇଁ ଭାରତରେ ଟ୍ରେନ୍ ଟିକେଟ୍ ବୁକ୍ କରିବା ଭାଗ୍ୟର କଥା ବୋଲି କୁହାଯାଏ ।
ତେବେ ଆଜି ଆମେ ଜାଣିବା କିଭଳି ସହଜ ଉପାୟରେ ଆପଣ IRCTC ଆପ୍ ଏବଂ ସୁରକ୍ଷିତ UPI ବ୍ୟବହାର କରି ଶସ୍ତା ଦରରେ ଟିକେଟ୍ କାଟିବା ସହ ସୁନିଶ୍ଚିତ ଟିକେଟର ସୁଯୋଗ ଅଧିକ ରହିବ ।
IRCTC ଆକାଉଣ୍ଟକୁ ପ୍ରସ୍ତୁତ ରଖନ୍ତୁ
କେବେ ଟିକେଟ୍ କାଟିବା ସମୟରେ ଶେଷ ମୁହୂର୍ତ୍ତକୁ ଅପେକ୍ଷା କରନ୍ତୁ ନାହିଁ । ବୁକିଂ ୱିଣ୍ଡୋ ଖୋଲିବା ପୂର୍ବରୁ IRCTC ଆକାଉଣ୍ଟରେ ନିଜର ତଥ୍ୟ ଆଗୁଆ ଭରି ଅପଡେଟ୍ ରଖନ୍ତୁ । ଟିକେଟ୍ ଦେୟ କେଉଁ ମାଧ୍ୟମରେ ଦେବେ ତାହା ଚୟନ କରିବା ସହ ବୁକିଂର କିଛି ମିନିଟ୍ ପୂର୍ବରୁ ଲଗ ଇନ୍ କରି ନିଅନ୍ତୁ । ତତ୍କାଳ ଟିକେଟ୍ କ୍ଷେତ୍ରରେ ଏହା ବେଶ ଉପଯୋଗୀ ।
IRCTC ଆପ୍ କିମ୍ବା ୱେବସାଇଟ୍ର ବ୍ୟବହାର କରନ୍ତୁ
ସର୍ବଦା ଟ୍ରେନ୍ ଟିକେଟ୍ କାଟିବା ସମୟରେ ଅଫିସିଆଲ୍ IRCTC ଆପ୍ କିମ୍ବା ୱେବସାଇଟ୍ର ବ୍ୟବହାର କରନ୍ତୁ । ଏକାଧିକ ଆପ୍ ଟ୍ରେନ୍ ଟିକେଟ୍ ବୁକିଂ ସୁବିଧା ଦେବା ସହ ଏଜେଣ୍ଟ ଚାର୍ଜ ସହ ଅନ୍ୟ ଫି ନେଇଥାନ୍ତି । ଯେତେବେଳେ କି ଅଫିସିଆଲ୍ ଆପ୍ ସିଧାସଳଖ ଭାରତୀୟ ରେଲୱେ ସହ ଜଡ଼ିତ ଏବଂ ଏଥିରେ ସ୍ଵଚ୍ଛତା ସହ ସଠିକ୍ ତଥ୍ୟ ମିଳିଥାଏ ।
ଦ୍ରୁତ ପେମେଣ୍ଟ ପାଇଁ UPI
ଟିକେଟ୍ ବୁକିଂ ବେଳେ ଯେତେବେଳେ ସମୟର କଥା ଆସୁଛି ତ ପ୍ରତି ସେକେଣ୍ଡର ଗୁରୁତ୍ଵ ବଢ଼ି ଯାଉଛି । ଆଉ ଏଥିପାଇଁ UPIର ବ୍ୟବହାର ସୁରକ୍ଷିତ ହେବା ସହ ତତ୍କାଳ ବୁକିଂ ବେଳେ ଉପଯୋଗୀ ହେବ । ଯେତେବେଳେ କି କାର୍ଡ ଓ ନେଟ ବ୍ୟାଙ୍କିଂର ବ୍ୟବହାର ଟ୍ରାଞ୍ଜାକ୍ସନ ଅଧାରୁ ବିଫଳ ହେବାର ଆଶଙ୍କା ରହିଛି ।
UPI ଓ IRCTC ୱାଲେଟ୍
ଟିକେଟ୍ ବୁକିଂ ବେଳେ ଦ୍ରୁତ ପେମେଣ୍ଟ ପାଇଁ ଅନେକ ଯାତ୍ରୀ IRCTC ୱାଲେଟରେ ଆଗୁଆ ଟଙ୍କା ରଖିଥାନ୍ତି । ଯାହାକି ସମୟ ବଞ୍ଚାଇଥାଏ ଏବଂ କ୍ୟାସ୍ ବ୍ୟାକ ସୁବିଧା ଦେଇ ନଥାଏ । ଆଉ ଏହି କ୍ଷେତ୍ରରେ UPI ଟିକେ ସଞ୍ଚୟକାରୀ ହେବା ସହ ଅଧିକ ଲୋକଙ୍କ ପସନ୍ଦ । କିନ୍ତୁ ଆପଣ ଯଦି ନିୟମିତ ଟିକେଟ୍ ବୁକ୍ କରୁଛନ୍ତି ତାହେଲେ ଆପଣଙ୍କ ପାଇଁ ୱାଲେଟ୍ ଭଲ ବିକଳ୍ପ ହୋଇପାରେ ।
UPI ସହ ମାଷ୍ଟର ତତ୍କାଳ ବୁକିଂ
ମାତ୍ର କେଇ ମିନିଟ୍ରେ ତତ୍କାଳ ଟିକେଟ୍ ସରି ଯାଇଥାଏ । ଆପଣ ତତ୍କାଳ ବୁକିଂ କରିବାକୁ ଚାହୁଁଥିଲେ ଆଗୁଆ IRCTC ଆକାଉଣ୍ଟରେ ତଥ୍ୟ ଭରି ରଖନ୍ତୁ । ଟଙ୍କା ପୈଠ ପାଇଁ UPIର ବ୍ୟବହାର କରନ୍ତୁ ।
📱 Get Argus News App
✨
ବୁକିଂରେ କୋଟା ଚୟନ ଓ ସଞ୍ଚୟ
ଟ୍ରେନ୍ ଟିକେଟ୍ରେ ରେଲୱେ କୋଟା ବିକଳ୍ପ ଦେଇଥାଏ । ଯେମିତିକି ୬୦ ବର୍ଷରୁ ଅଧିକ ପୁରୁଷ ଏବଂ ୫୮ ବର୍ଷରୁ ଅଧିକ ସ୍ତ୍ରୀ ଲୋକଙ୍କୁ କମ୍ ଦରରେ ବରିଷ୍ଠ ନାଗରିକ ଟିକେଟ ମିଳିଥାଏ । ଏହାଛଡ଼ା ମହିଳା ଯାତ୍ରୀଙ୍କ ଲାଗି ଲେଡିଜ୍ କୋଟା ମଧ୍ୟ ରହିଛି । ଯେଉଁଥିରେ ସାଧାରଣ କୋଟା ତୁଳନାରେ ପ୍ରାୟତଃ ଟିକେଟ୍ ଉପଲବ୍ଧ ଥାଏ । ଏହି କୋଟା କେବଳ ଟଙ୍କା ସଞ୍ଚୟ କରେ ନାହିଁ ବରଂ ନିଶ୍ଚିତ ଟିକେଟର ସମ୍ଭାବନାକୁ ବଢ଼ାଇ ଦେଇଥାଏ ।
ସ୍ଵତନ୍ତ୍ର ସ୍କିମ୍ ଓ ଆଲର୍ଟ
ପାର୍ବଣ ଏବଂ ଲମ୍ବା ଛୁଟି ସମୟରେ ଭାରତୀୟ ରେଲୱେ ସ୍ଵତନ୍ତ୍ର ଟ୍ରେନ୍ ଚଳାଚଳ କରିବା ସହ ରିହାତି ଦେଇଥାଏ । IRCTC ଆପ୍ରେ ଏହାର ନୋଟିଫିକେସନ୍ ମଧ୍ୟ ଆସେ । ଏହା ଉପରେ ନଜର ରଖି ନିଶ୍ଚିତ ବୁକିଂ ସହ ଟଙ୍କା ବଞ୍ଚାଇ ପାରିବେ ।
କ୍ୟାସ ବ୍ୟାକ ଓ ଅଫର୍
ବ୍ୟାଙ୍କ ଏବଂ ବିଭିନ୍ନ ପେମେଣ୍ଟ ଆପ୍ ଅନେକ ସମୟରେ ପ୍ରମୋସନାଲ୍ ଅଫର୍ ସହ କ୍ୟାସବ୍ୟାକ ରିୱାର୍ଡ ଆକାରରେ ପ୍ରଦାନ କରିଥାନ୍ତି । ଏଭଳି ସ୍ଥଳେ UPIର ଉପଯୋଗ ଆପଣଙ୍କ ଟଙ୍କା ବଞ୍ଚାଇବାରେ ସମର୍ଥ ହେବ ।
ଆଗୁଆ କରନ୍ତୁ ଟିକେଟ୍
ଯଦି ଆପଣଙ୍କ ଯାତ୍ରା ତାରିଖ ପୂର୍ବ ନିର୍ଦ୍ଧାରିତ ତାହେଲେ ଆଗୁଆ ବୁକିଂ କଲେ ଦର କମ ପଡ଼ିବା ସହ ଟିକେଟ ନିଶ୍ଚିତ ହୋଇ ପାରିବ । ଏଥିପାଇଁ ଆପଣ ଆଗୁଆ ୧୨୦ ଦିନ ପର୍ଯ୍ୟନ୍ତ ଟିକେଟ୍ କାଟି ପାରିବେ ।
ଅଧିକ ଲାଭ ପାଇଁ ବିକଳ୍ପ ଆପ୍ଲିକେସନ୍
IRCTCକୁ ବାଦ୍ ଦେଲେ ଏକାଧିକ ତୃତୀୟ ପକ୍ଷ ଆପ୍ଲିକେସନ୍ରେ ଟ୍ରେନ୍ ଟିକେଟ୍ କରି ହୁଏ । ଯେମିତି ixigo, ConfirmTkt । ଏସବୁ ଆପ୍ IRCTCର ପାର୍ଟନର ଭାବେ ସେବା ଯୋଗାନ୍ତି । ଯେଉଁଥିରେ UPI ପେମେଣ୍ଟ କଲେ ସମୟ ସମୟରେ କ୍ୟାସ ବ୍ୟାକ ମିଳିଥାଏ ।
ଏଥିସହ ପଢ଼ନ୍ତୁ: Char Dham Yatra ପାଇଁ IRCTCର ନୂଆ ଟୁର ପ୍ୟାକେଜ, ଜାଣନ୍ତୁ...
Related Topics
Explore more stories