Videos
|
Travel & Tourism

Uttarakhand Bajrang Setu / ଋଷିକେଶରେ ଖୋଲିଲା ପ୍ରସିଦ୍ଧ 'ଗ୍ଲାସ ସ୍କାଏୱାକ୍ ବଜରଙ୍ଗ ସେତୁ'; କେତେ ରହିଛି ପ୍ରବେଶ ଶୁଳ୍କ?

Subhramjit Ray
Browse all articles by Subhramjit Ray
·1 hour ago·2 min read
ଋଷିକେଶରେ ଖୋଲିଲା ପ୍ରସିଦ୍ଧ 'ଗ୍ଲାସ ସ୍କାଏୱାକ୍ ବଜରଙ୍ଗ ସେତୁ'; କେତେ ରହିଛି ପ୍ରବେଶ ଶୁଳ୍କ?
Uttarakhand Bajrang Setu

Key Points

ଉତ୍ତରାଖଣ୍ଡର ଯୋଗ ନଗରୀ ଋଷିକେଶର ପ୍ରସିଦ୍ଧ କାଚ ନିର୍ମିତ "ସ୍କାଏୱାକ୍" ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକଙ୍କୁ ଏବେ ଏକ ଶୁଳ୍କ ଦେବାକୁ ପଡିବ।
Uttarakhand Glass Bridge: ଉତ୍ତରାଖଣ୍ଡର ପ୍ରସିଦ୍ଧ ଏବଂ ବହୁ ପ୍ରତୀକ୍ଷିତ "ବଜରଙ୍ଗ" ସେତୁର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଏହାର ରକ୍ଷଣାବେକ୍ଷଣ ସମ୍ପର୍କରେ ଏକ ସ୍ୱତନ୍ତ୍ର ପରିଚାଳନା ପ୍ରକ୍ରିୟା (SOP) ଜାରି କରିଛି ସମ୍ବନ୍ଧିତ ବିଭାଗ। ଋଷିକେଶ ଠାରେ ସଦ୍ୟ ନିର୍ମିତ ହୋଇଥିବା "ବଜରଙ୍ଗ" ସେତୁ (Uttarakhand Bajrang Setu) ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକଙ୍କୁ ଏହାର କାଚ ନିର୍ମିତ "ସ୍କାଏୱାକ୍" (Rishikesh Glass Skywalk) ଉପରେ ଚାଲିବା ପାଇଁ ଖୁବ୍ ଶୀଘ୍ର ପ୍ରବେଶ ଶୁଳ୍କ ଦେବାକୁ ପଡ଼ିପାରେ। ସେତୁ ଉପରେ କାଚ ନିର୍ମିତ "ୱାକୱେ" (Uttarakhand Glass Way) କୁ ପ୍ରବେଶ କରିବା ପାଇଁ ଛୋଟ ପିଲାଙ୍କୁ ୫୦ ଏବଂ ବୟସ୍କ ଲୋକଙ୍କୁ ୧୦୦ ଟଙ୍କା ପ୍ରବେଶ ଶୁଳ୍କ ଦେବାକୁ ହେବ। ଉତ୍ତରାଖଣ୍ଡର ଋଷିକେଶକୁ ଅନେକ ପର୍ଯ୍ୟଟକ ଏବଂ ତୀର୍ଥଯାତ୍ରୀ ବହୁସଂଖ୍ୟାରେ ପରିଦର୍ଶନ ଆସିଥାନ୍ତି।

ଏଥିରେ ଗଙ୍ଗା ନଦୀ କୂଳରେ ରହିଥିବା ଘାଟ, ତ୍ରିବେଣୀ ଘାଟରେ ଗଙ୍ଗା ଆରତୀ, ଧ୍ୟାନ ଏବଂ ଯୋଗର ଐତିହାସିକ କେନ୍ଦ୍ର ଲକ୍ଷ୍ମଣ ଝୁଲା ଏବଂ ରାମ ଝୁଲା, ପ୍ରକୃତି ପ୍ରେମୀଙ୍କ ପାଇଁ ଏକ ସୁନ୍ଦର ଜଳପ୍ରପାତ ଏବଂ ଟ୍ରେକିଂ ପଏଣ୍ଟ ଚୌରାସି କୁଟିଆ, ଗଙ୍ଗା ନଦୀ ରାଫ୍ଟିଂ ଏବଂ ଅନେକ ମନ୍ଦିର ଅନ୍ତର୍ଭୂକ୍ତ ରହିଛି। ଋଷିକେଶ ବିଶ୍ୱର ଯୋଗ ରାଜଧାନୀ ଭାବରେ ମଧ୍ୟ ପ୍ରସିଦ୍ଧ। ଏହି ଯୋଗାଭ୍ୟାସ କରିବା ପାଇଁ ବିଶ୍ୱର କୋଣ ଅନୁକୋଣରୁ ଲୋକଙ୍କୁ ଟାଣି ଆଣିଥାଏ। ଏବେ ଋଷିକେଶରେ ଗଙ୍ଗା ନଦୀରେ ନିର୍ମିତ ହୋଇଥିବା କାଚ ନିର୍ମିତ ପୋଲ ବଜରଙ୍ଗ ସେତୁ (Uttarakhand Glass Bridge) ଏବେ ଏଠାକାର ନୂତନ ଆକର୍ଷଣ ପାଲଟିଛି।

ଏହା ସହ ପଢନ୍ତୁ: ବାରାଣସୀରେ ଆରମ୍ଭ ହେବ ରୋପୱେ ସେବା; ସହଜ ହେବ କାଶୀ ବିଶ୍ୱନାଥଙ୍କ ଦର୍ଶନ

ଏବେ ଏହି କାଚ ନିର୍ମିତ ପୋଲ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ହୋଇସାରିବା ପରେ, "ବଜରଙ୍ଗ" ସେତୁରେ ପ୍ରବେଶ କରିବା ପାଇଁ ଏକ ମାର୍ଗଦର୍ଶିକା (SOP) ଜାରି ହୋଇଛି। ଗଙ୍ଗା ଏବଂ ପର୍ବତମାଳାର ସୁନ୍ଦର ଦୃଶ୍ୟ ମଧ୍ୟରେ କାଚ ଉପରେ ଚାଲିବାର ରୋମାଞ୍ଚ ଚାହୁଁଥିବା ପର୍ଯ୍ୟଟକଙ୍କୁ ଖୁବ୍ ଶୀଘ୍ର ପ୍ରବେଶ ଶୁଳ୍କ ଦେବାକୁ ପଡ଼ିପାରେ। ପ୍ରଶାସନ ସୁରକ୍ଷା ଏବଂ ଭିଡ଼ ପରିଚାଳନା ସୁନିଶ୍ଚିତ କରିବା ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ (Standard Operating Procedure) ବିକଶିତ କରିଛି। ଏଥିରେ ସୀମିତ ପ୍ରବେଶ, ସୁରକ୍ଷା କର୍ମୀ ନିୟୋଜନ ଏବଂ କାଚ ରାସ୍ତାର ନିୟମିତ ଯାଞ୍ଚ ଅନ୍ତର୍ଭୁକ୍ତ।

ବଜରଙ୍ଗ ସେତୁ ପାଇଁ ପ୍ରବେଶ ଶୁଳ୍କ
ସ୍ଥାନୀୟ ଲୋକ କହିଛନ୍ତି ଯେ ଶୁଳ୍କ ଆଦାୟ କରିବା ଦ୍ୱାରା ଏହି ଅନନ୍ୟ ସେତୁର ଉତ୍ତମ ରକ୍ଷଣାବେକ୍ଷଣ ହୋଇପାରିବ ଏବଂ ଲୋକେ ଏହାର ଗୁରୁତ୍ୱ ବୁଝିପାରିବେ। ମାର୍ଗଦର୍ଶିକାରେ କୁହାଯାଇଛି ଯେ ପିଲାଙ୍କ ପାଇଁ ଟିକେଟ ମୂଲ୍ୟ ୫୦ ଟଙ୍କା ରହିଥିବା ବେଳେ ବୟସ୍କ ଲୋକଙ୍କ ପାଇଁ ଟିକେଟ ମୂଲ୍ୟ ୧୦୦ ଟଙ୍କା ରହିଛି। ନରେନ୍ଦ୍ର ନଗର ଲୋକ ନିର୍ମାଣ ବିଭାଗ (PWD) ବ୍ୟବହାରକାରୀ ଶୁଳ୍କ ଲାଗୁ କରିବା ପାଇଁ ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରିଛି। ଏହି SOP ଉତ୍ତରାଖଣ୍ଡ ସରକାରଙ୍କ ଦ୍ୱାରା ଅନୁମୋଦନ କରାଯାଇଛି ଏବଂ ନୂତନ ନିୟମ ଶୀଘ୍ର କାର୍ଯ୍ୟକାରୀ ହେବା ନେଇ ଆଶା କରାଯାଉଛି।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: