Shani Shingnapur Village / ଦେଶର ସେହି ଗାଁ ଯେଉଁଠି ବ୍ୟବହାର ହୁଏ ନାହିଁ ତାଲା
·1 month ago·2 min read

Key Points
ସ୍ଥାନୀୟ ଗ୍ରାମବାସୀ ଭଗବାନ ଶନିଦେବଙ୍କ ଉପରେ ବିଶ୍ୱାସ ରଖି ସେମାନଙ୍କ ଘର ଏବଂ ଦୋକାନରୁ ତାଲା କାଢି ଦେଇଥିଲେ। ଏମିତିରେ ଏହି ଗାଁରେ କେବେ ଚୋରି ହୁଏ ନାହିଁ।
Shani Shingnapur Village: ଚୋରି ଡକାୟତି ଭଳି ଘଟଣାରୁ ରକ୍ଷା ପାଇବା ପାଇଁ ଲୋକେ ନିଜ ଘରେ କିମ୍ବା କାର୍ଯ୍ୟାଳୟରେ ତାଲା ପକାଇଥାନ୍ତି। ହେଲେ ମହାରଷ୍ଟ୍ରର ଅହମ୍ମଦ ନଗର ଜିଲ୍ଲାରେ ଅବସ୍ଥିତ ଶନି ଶିଙ୍ଗଣାପୁର ଗ୍ରାମରେ ଦେଖିବାକୁ ମିଳିଥାଏ ବ୍ୟତିକ୍ରମ। ଏହି ଗାଁର କୌଣସି ଘରେ ତାଲା ବ୍ୟବହାର କରାଯାଏ ନାହିଁ। ଶନି ଶିଙ୍ଗଣାପୁର ଗ୍ରାମର ପରିଚୟ ହେଉଛି ଏଠାରେ ଅବସ୍ଥିତ ଭଗବାନ ଶନି ଦେବଙ୍କ ମନ୍ଦିର।
ବହୁ ପ୍ରାଚୀନ କାଳରୁ ଶିଙ୍ଗଣାପୁର ଗ୍ରାମକୁ ନ୍ୟାୟର ଦେବତା ଭଗବାନ ଶନି ଦେବଙ୍କ ସହ ଯୋଡ଼ି ଦେଖାଯାଏ। କୁହାଯାଏ ଯେ ଶନି ଦେବଙ୍କ ବିଶେଷ କୃପା ଏହି ଗାଁ ଉପରେ ରହିଛି। ସ୍ଥାନୀୟ ଗ୍ରାମବାସୀ ଶନି ଦେବଙ୍କ ଉପରେ ବହୁତ ଆସ୍ଥା ରଖିଥାନ୍ତି। ଶନି ଶିଙ୍ଗଣାପୁର ଗ୍ରାମର ଲୋକେ ନିଜ ଘର କିମ୍ବା ଦୋକାନରେ ତାଲା ଲଗାନ୍ତିନାହିଁ। ଏପରିକି ଏଠାକାର ପୋଲିସ ଥାନାର ଦ୍ୱାରରେ କୌଣସି ତାଲା ବ୍ୟବହାର ହୁଏ ନାହିଁ। ବର୍ଷ ବର୍ଷ ଧରି ଶନିଦେବଙ୍କ ଉପରେ ରହିଥିବା ଦୃଢ ବିଶ୍ୱାସ କାରଣରୁ ଏହି ପରମ୍ପରା ବର୍ତ୍ତମାନ ପର୍ଯ୍ୟନ୍ତ ଚାଲିଆସୁଛି। ଯାହା ଆଜି ମଧ୍ୟ ଅନୁସରଣ କରାଯାଉଛି।
ଶନି ଶିଙ୍ଗଣାପୁର ଗାଁର କାହାଣୀ ଏକ କଳା ପଥର ସହିତ ଜଡି଼ତ। ଏକ କିମ୍ବଦନ୍ତୀ ଅନୁସାରେ ଦିନେ ପନସନାଲା ନଦୀରେ ଏକ କଳା ପଥର ଭାସି ଆସିଥିଲା। ଯାହା ନଦୀ କୂଳରେ ଆସି ଲାଗିଥିବାର ଜଣେ ପଶୁଚରାଳି ଦେଖିବାକୁ ପାଇଥିଲେ। ଏହି କଳା ପଥରରୁ ରକ୍ତ ବାହାରୁଥିବାର ଦେଖିବାକୁ ମିଳିଥିଲା। ପରେ ସେହି ଦିନ ରାତିରେ ଭଗବାନ ଶନି ସେହି ପଶୁଚରାଳିଙ୍କ ସ୍ୱପ୍ନରେ ଆସିଥିଲେ। ଶନିଦେବ ନିଜକୁ ସେହି କଳା ପଥର ଭାବରେ ପରିପ୍ରକାଶ କରିବା ସହ ଏହାକୁ ତାଙ୍କୁ ଗାଁରେ ସ୍ଥାପନ କରିବାକୁ ସ୍ୱପ୍ନାଦେଶ କରିଥିଲେ।
ଚାରିଧାମ ଯାତ୍ରା: କେତେ ଟଙ୍କାରେ ବୁଲି ପାରିବେ ସମସ୍ତ ତୀର୍ଥସ୍ଥାନ?
ସେହି କଳା ପଥରକୁ ବିନା ଛାତ ରହିଥିବା ଏକ ଖୋଲା ସ୍ଥାନରେ ସ୍ଥାପନ କରିବାକୁ ନିଜେ ନିର୍ଦ୍ଦେଶ ଦେଇଥିଲେ ଭଗବାନ ଶନିଦେବ। ଯାହା ଦ୍ଵାରା ସେ ବିନା ବାଧାରେ ଗାଁ ଉପରେ ନଜର ରଖିପାରିବେ। ଏହି କାରଣରୁ ସେହି ସମୟରୁ ସ୍ଥାନୀୟ ଗ୍ରାମବାସୀ ଭଗବାନ ଶନିଦେବଙ୍କ ଉପରେ ବିଶ୍ୱାସ ରଖି ସେମାନଙ୍କ ଘର ଏବଂ ଦୋକାନରୁ ତାଲା କାଢି ଦେଇଥିଲେ। ଏମିତିରେ ଏହି ଗାଁରେ କେବେ ଚୋରି ହୁଏ ନାହିଁ।
ଶନି ଶିଙ୍ଗଣାପୁର ଗାଁ ଭଗବାନ ଶନିଦେବଙ୍କ ମନ୍ଦିର ପାଇଁ ପ୍ରସିଦ୍ଧ। ଯାହା ଅହମ୍ମଦନଗର ଜିଲ୍ଲା ମୁଖ୍ୟାଳୟରୁ ୩୫ କିମି ଦୂରରେ ଅବସ୍ଥିତ। ଜଣେ ଭକ୍ତ ସକାଳ ପାଞ୍ଚଟାରୁ ରାତି ଦଶଟା ପର୍ଯ୍ୟନ୍ତ ଏହି ମନ୍ଦିରରେ ଦର୍ଶନ କରିପାରିବେ। ଯଦିଓ ସପ୍ତାହର ସମସ୍ତ ୭ ଦିନ ଏହି ମନ୍ଦିର ଖୋଲା ରହିଥାଏ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories