Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଜାହାଜମାନଙ୍କର ମୃତ୍ୟୁ ପରେ ଦିଆଯାଉଛି କବର

Travel & Tourism

ଜାହାଜମାନଙ୍କର ମୃତ୍ୟୁ ପରେ ଦିଆଯାଉଛି କବର

Priyadarshini Dixit
Browse all articles by Priyadarshini Dixit
·2 years ago·2 min read
ଜାହାଜମାନଙ୍କର ମୃତ୍ୟୁ ପରେ ଦିଆଯାଉଛି କବର

ଅର୍ଗସ ବ୍ୟରୋ : ଜୀବନର ଏକ ବଡ ସତ୍ୟ ହେଉଛି  ଯିଏବି ଏ ଦୁନିଆରେ ଜନ୍ମ ନେଇଛି  ତାର ମୃତ୍ୟୁ ସୁନିଶ୍ଚିତ । ସେ ମଣିଷ ହୁଅନ୍ତୁ କି ଜୀବଜନ୍ତୁ ହୁଅନ୍ତୁ ଅବା ଉଦ୍ଭିଦ। ମଣିଷର ମୃତ୍ୟୁ ପରେ ତା ପରିବାର ଲୋକେ ତାଙ୍କୁ ଶ୍ମଶାନରେ ପୋଡିଦେଇଥା’ନ୍ତି କିମ୍ବା କବରରେ ପୋତି ଦେଇଥା’ନ୍ତି । ସେହିପରି ଇଂଲଣ୍ଡରେ ଏପରି ଏକ ସ୍ଥାନ ରହିଛି ଯେଉଁଠାରେ ଜାହାଜମାନଙ୍କର ମୃତ୍ୟୁ ପରେ କବର ଦିଆଯାଏ । ଏହି କାରଣରୁ ଏହି ସ୍ଥାନକୁ ‘ଜାହାଜର କବରସ୍ଥାନ’ ମଧ୍ୟ କୁହାଯାଏ ।


 ଇଂଲଣ୍ଡର ଗ୍ଲୋସେଷ୍ଟରସାୟରର ସବର୍ନ ନଦୀ ନିକଟରେ ପର୍ଟନ ହଲ୍କସ ଅଛି । ଯାହା ଜାହାଜର କବରସ୍ଥାନ ଭାବରେ ବେଶ୍ ପରିଚିତ ।  ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ସ୍ଥାନରେ ଥିବା ସମସ୍ତ ଜାହାଜ ଏବେ ପଥରରେ ପରିଣତ ହୋଇଯାଇଛନ୍ତି । ପ୍ରାୟ ୨୦୦ ବର୍ଷ ପୂର୍ବେ, ସବର୍ନ ନଦୀର ଏକ ଭାଗକୁ ପାର କରିବା ପାଇଁ ଗ୍ଲୋସେଷ୍ଟରସାୟର ଓ ଶାର୍ପନିସ ନାମକ ଦୁଇଟି ଅଞ୍ଚଳ ମଧ୍ୟରେ ଏକ କେନାଲ ଖୋଳା ଯାଇଥିଲା । ୧୮୨୭ ମସିହାରେ ଖୋଳା ଯାଇଥିବା ଏହି କେନାଲର ମୋଟେଇ ପ୍ରାୟ ୨୬ ମିଟର , ଗଭୀର ପ୍ରାୟ ୫.୫ ମିଟର ଥିଲା। ଏଥିରେ ପ୍ରାୟ ୬୦୦ ଟନ ଓଜନର ଜାହାଜ ରହିପାରୁଥିଲା । ୧୯୦୯ମସିହାରେ, ନଦୀର ସେହି କୂଳ ସମ୍ପୂର୍ଣ୍ଣ ଧୋଇ ହୋଇଗଲା । ଏହି ସମସ୍ୟାର ସମାଧାନ ପାଇଁ କେନାଲ ନିର୍ମାଣକାରୀ କମ୍ପାନୀର ମୁଖ୍ୟ ଇଞ୍ଜିନିୟର ଏକ ଯୋଜନା ପ୍ରସ୍ତୁତ କରିଥିଲେ । ପୁରୁଣା ଜାହାଜଗୁଡ଼ିକୁ ନଦୀ କୂଳରେ ରଖିବା ପାଇଁ ସେ ପରାମର୍ଶ ଦେଇଥିଲେ। ଯାହାଦ୍ୱାରା କେନାଲ ଏବଂ ନଦୀ ମଧ୍ୟରେ ଥିବା ଛୋଟ ଜମିକୁ ବନ୍ୟା ପରିସ୍ଥିତିରୁ ରକ୍ଷା କରାଯାଇପାରିବ । 


ପରେ ସାର୍ପନେସ ଡାକ୍‌ରୁ ଡର୍ଜନେ ପୁରୁଣା ଜାହାଜକୁ ଅଣାଗଲା ଏବଂ ଜାହାଜଗୁଡିକରେ ଛିଦ୍ର ତିଆରି କରାଯାଇଥିଲା ଯାହା ଦ୍ୱାରା ବନ୍ୟା ଜଳରେ ଆସୁଥିବା ମାଟି ଜାହାଜରେ ଜମା ହୋଇଯିବ ଏବଂ  ଜାହାଜଗୁଡ଼ିକ ଭାରୀ ହୋଇଯିବ। ଫଳରେ ସେଗୁଡ଼ିକ ଜଳପ୍ରବାହକୁ ରୋକିବା ସହ ଭାସିଯିବେ ନାହିଁ । ଧୀରେ ଧୀରେ ଜାହାଜଗୁଡିକରେ ମାଟି ଜମି କଠିନ ହୋଇଗଲା । ଏବେ ବି ସେହି ଜାହାଜଗୁଡ଼ିକ ଦୀର୍ଘ ବର୍ଷ ଧରି ସେହି ସ୍ଥାନରେ ପଡ଼ି ରହିଛି । ସବର୍ନ ନଦୀ କୂଳରେ ବର୍ତ୍ତମାନ ପ୍ରାୟ ୮୦ଟି ଜାହାଜ ମୃତପ୍ରାୟ ଅବସ୍ଥାରେ ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ପର୍ଯଟନ ଖବର...
 

Argus Whatsapp Channel Mobile Top
Sponsored
Ships are buried after death | Argus News