Videos
|
Travel-tourism

Bajrang Setu Uttrakhand / ବଜରଙ୍ଗ ସେତୁରେ ଚାଲିବା ପାଇଁ ଦେବାକୁ ପଡ଼ିବ ଟଙ୍କା, ଜାଣନ୍ତୁ ଟିକେଟ୍ ମୂଲ୍ୟ

Subhramjit Ray
Browse all articles by Subhramjit Ray
·22 mins ago·2 min read
ବଜରଙ୍ଗ ସେତୁରେ ଚାଲିବା  ପାଇଁ ଦେବାକୁ ପଡ଼ିବ ଟଙ୍କା, ଜାଣନ୍ତୁ ଟିକେଟ୍ ମୂଲ୍ୟ
Photo Source: Social Media/AI

Key Points

ଉତ୍ତରାଖଣ୍ଡର ଟିହରି ଓ ପୌଡ଼ି ଜିଲ୍ଲାକୁ ସଂଯୋଗ କରୁଥିବା ବଜରଙ୍ଗ ସେତୁର ଗ୍ଲାସ୍ ଡେକ୍ ଖୋଲିବାକୁ ପ୍ରସ୍ତୁତି ଚାଲିଛି। ଏଥିପାଇଁ ବୟସ୍କଙ୍କୁ ୧୦୦ ଓ ପିଲାଙ୍କୁ ୫୦ ଟଙ୍କା ଟିକେଟ୍ ଦେବାକୁ ପଡ଼ିବ। ୬୯ କୋଟି ଟଙ୍କାରେ ନିର୍ମିତ ଏହି ସେତୁର ଉଦଘାଟନ ତାରିଖ ଏଯାଏଁ ସ୍ଥିର ହୋଇନାହିଁ।

ଡେଡାଡୁନ:  ଉତ୍ତରାଖଣ୍ଡର ଟିହରି ଜିଲ୍ଲାରେ ନିର୍ମିତ ହୋଇଥିବା କାଚ ପୋଲ (Glass Bridge) ବଜରଙ୍ଗ ସେତୁକୁ ନେଇ ଆସିଛି ବଡ଼ ଖବର। ରାଜ୍ୟର ଟିହରି ଜିଲ୍ଲାର ତପୋବନ ଏବଂ ପୌଡ଼ି ଜିଲ୍ଲାର ଲକ୍ଷ୍ମଣଝୁଲାକୁ ସଂଯୋଗ କରୁଥିବା ଏହି ନବନିର୍ମିତ କାଚ ପୋଲର ଡେକ୍ (Bajrang Setu Glass Deck) ସଞ୍ଚାଳନ, ଭିଡ଼ ପରିଚାଳନା ଏବଂ ଟିକେଟ୍ ବିକ୍ରି ପାଇଁ ଲୋକ ନିର୍ମାଣ ବିଭାଗ (Uttrakhand PWD Dept) ବିଭିନ୍ନ ସଂସ୍ଥାକୁ ଦାୟିତ୍ୱ ପ୍ରଦାନ କରିଛି। ହେଲେ ତଥାପି ଏହି ସେତୁର ଆନୁଷ୍ଠାନିକ ଉଦଘାଟନ ତାରିଖ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ଉଦଘାଟନ ପରେ ଏହାକୁ କେବଳ ସାଧାରଣ ଲୋକ ଏବଂ ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ। ଯାହା ଉପରେ ଚଳ ପ୍ରଚଳ କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ଦେୟ ପ୍ରଦାନ କରିବାକୁ ହେବ। ଏଥିପାଇଁ ଏକ ଟିକେଟ୍ ବ୍ୟବସ୍ଥା ମଧ୍ୟ କରାଯାଇଛି।

ସୁରକ୍ଷା ଦୃଷ୍ଟିରୁ ପ୍ରାୟ ୯୨ ବର୍ଷ ପୁରୁଣା ଲକ୍ଷ୍ମଣଝୁଲା ସେତୁ (Old Laxman Jhula Uttarakhand) ଗତ ୨୦୧୯ ଜୁଲାଇରେ ଯାତାୟାତ ପାଇଁ ବନ୍ଦ ହୋଇଥିଲା। ଏକ ବିକଳ୍ପ ଭାବରେ PWD ବିଭାଗ ଗତ ୨୦୨୨ ରେ ନରେନ୍ଦ୍ର ନଗର ଠାରେ ବଜରଙ୍ଗ ସେତୁର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲା। ମଝିରେ ସେତୁ ଉପରେ ସାଧାରଣ ଯାତାୟାତ ହେଉଥିଲା। ହେଲେ କିଛି ଦୁର୍ବୃତ୍ତ 65mm ଘନ କାଚ ଫୁଟପାଥ୍ (Bajrang Setu Glass Footpath) କ୍ଷତିଗ୍ରସ୍ତ କରିବା ପରେ, ବିଭାଗକୁ ଏହାର ସୁରକ୍ଷା ଏବଂ ରକ୍ଷଣାବେକ୍ଷଣ ସୁନିଶ୍ଚିତ କରିବା ପାଇଁ କଠୋର ପଦକ୍ଷେପ ନେବାକୁ ପଡ଼ିଥିଲା।

କେତେ ରହିବ ଟିକେଟ ମୂଲ୍ୟ?
ବଜରଙ୍ଗ ସେତୁ ଗ୍ଲାସ ଡେକ୍ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ, ଏକ ଦେୟ ଲାଗୁ କରାଯାଇଛି। ଏହି ସେତୁରେ ଯିବା ଆସିବା କରିବା ଲାଗି ବୟସ୍କ ବ୍ୟକ୍ତିଙ୍କ ପାଇଁ ୧୦୦ ଏବଂ ଛୋଟ ପିଲାଙ୍କ ପାଇଁ ୫୦ ଟଙ୍କା ଟିକେଟ ମୂଲ୍ୟ ରଖାଯାଇଛି।

ଏହା ସହ ପଢନ୍ତୁ: ବଜରଙ୍ଗ ସେତୁରେ ଚାଲିବା ପାଇଁ ଲାଗିବ ଟିକେଟ୍! କେତେ ରହିଛି ପ୍ରବେଶ ଶୁଳ୍କ? କ'ଣ ରହିଛି ଏହାର ବୈଶିଷ୍ଟ୍ୟ?

ବଜରଙ୍ଗ ସେତୁର ସୁରକ୍ଷା
କାଚ ନିର୍ମିତ ଏହି ସେତୁର ମଧ୍ୟଭାଗରୁ ଗ୍ଲାସ୍ ଡେକ୍ ଆଡ଼କୁ ସିଧାସଳଖ ଫୁଟପାଥ୍ ଆଡ଼କୁ ଯିବାକୁ ରୋକିବା ପାଇଁ, ରେଲିଂ ଉଚ୍ଚତାକୁ ପ୍ରାୟ ୪ ଫୁଟ୍ରୁ ୬ ଫୁଟ୍କୁ ବୃଦ୍ଧି କରାଯାଇଛି। PWD ପୂର୍ବରୁ ଗ୍ଲାସ ଡେକ୍ ସଞ୍ଚାଳନ, ଯାତ୍ରୀ ଏବଂ ଭିଡ଼ ପରିଚାଳନା ଏବଂ ସୁରକ୍ଷା ପାଇଁ ଦୁଇଟି ଟେଣ୍ଡର ଜାରି କରିଥିଲା। ହେଲେ ତଥାପି କୌଣସି ସଂସ୍ଥା ଆଗକୁ ନ ଆସିବା ପରେ, ତୃତୀୟ ଟେଣ୍ଡର ଜାରି ହୋଇଥିଲା। ବର୍ତ୍ତମାନ ଏଥିପାଇଁ ଏକ ସଂସ୍ଥାକୁ ଚୟନ କରାଯାଇଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୬୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ବଜରଙ୍ଗ ସେତୁ
ପ୍ରାୟ ୧୩୨.୯୦ ମିଟର ଲମ୍ବା "ଗ୍ଲାସ୍ ସ୍ପାନ୍ ବ୍ରିଜ୍" (Glass Span Bridge) ବଜରଙ୍ଗ ସେତୁ ପ୍ରାୟ ୬୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି। ଏହାର ମୋଟ ପ୍ରସ୍ଥ ୮ ମିଟର, ଉଭୟ ପାର୍ଶ୍ୱରେ ପଦଯାତ୍ରୀଙ୍କ ପାଇଁ ୧.୫ ମିଟର ଲମ୍ବ କାଚ ଫୁଟପାଥ୍ ରହିଛି। ଏହା ସହିତ ଏହି ପୋଲର ମଧ୍ୟଭାଗ ହାଲୁକା ୪ ଚକିଆ ଯାନବାହନ ପାଇଁ ଉଦ୍ଦିଷ୍ଟ ରହିଛି। ନରେନ୍ଦ୍ର ନଗର PWD କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରବୀଣ କର୍ଣ୍ଣୱାଲଙ୍କ ମତରେ, ସେତୁର ଉଦଘାଟନ ତାରିଖ ସ୍ଥିର କରାଯିବ। ବର୍ତ୍ତମାନ ଲୋକ ସେତୁର ମଧ୍ୟଭାଗ ଦେଇ ଯାତାୟାତ କରୁଛନ୍ତି, ହେଲେ ପର୍ଯ୍ୟଟକ କାଚ ଡେକ୍ ଖୋଲିବାକୁ ଅପେକ୍ଷା କରିଛନ୍ତି।