IRCTC latest action / ଅନଧିକୃତ ଇ-କ୍ୟାଟରିଂ ପ୍ଲାଟଫର୍ମ ବିରୋଧରେ ଆରମ୍ଭ ହୋଇଗଲା ଆଇଆରସିଟିସି ଆକ୍ସନ
·1 hour ago·2 min read

Key Points
ସ୍ୱାସ୍ଥ୍ୟଗତ ବିପଦ ବ୍ୟତୀତ, ଅନୁମୋଦିତ ନଥିବା ୱେବସାଇଟ୍ ରେ ଦେୟ ସମ୍ବନ୍ଧୀୟ ବିବରଣୀ ଏବଂ ଅନ୍ୟାନ୍ୟ ତଥ୍ୟ ସେୟାର କରିବା ଦ୍ୱାରା ଯାତ୍ରୀ ତଥ୍ୟ ଗୋପନୀୟତା ଏବଂ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥାନ୍ତି।
ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଏକ ବଡ଼ ପଦକ୍ଷେପ ନେଇଛି ଇଣ୍ଡିଆନ୍ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି)। ଭାରତୀୟ ରେଳ ନେଟୱାର୍କ ଅଧିନରେ କାର୍ଯ୍ୟ କରୁଥିବା ଅନଧିକୃତ ଇ-କ୍ୟାଟରିଂ ୱେବସାଇଟ୍ (unauthorized e-catering websites) ଏବଂ ମୋବାଇଲ୍ ଆପ୍ (Mobile App) କୁ ଚିହ୍ନଟ କରି ଏହାକୁ ବନ୍ଦ କରିବା ପାଇଁ ଏକ କଠୋର ଅଭିଯାନ ଆରମ୍ଭ କରିଛି।
ଆଇଆରସିଟିସି (IRCTC) ପକ୍ଷରୁ ଜାରି ହୋଇଥିବା ଏକ ବିବୃତ୍ତି ଅନୁଯାୟୀ, ଏହି ବେଆଇନ ପ୍ଲାଟଫର୍ମ, ଯାତ୍ରୀଙ୍କ ପାଇଁ ଗମ୍ଭୀର ବିପଦ ସୃଷ୍ଟି କରୁଛି। ଏହା ପ୍ରାୟତଃ ଏପରି ସ୍ଥାନରୁ ଖାଦ୍ୟ ସଂଗ୍ରହ କରିଥାନ୍ତି ଯାହାର କୌଣସି ବୈଧ ଲାଇସେନ୍ସ ନଥାଏ ଏବଂ ଯେଉଁଠାରେ ଭାରତୀୟ ଖାଦ୍ୟ ସୁରକ୍ଷା ମାନକ ପ୍ରାଧିକରଣ (FSSAI) ନିୟମାବଳୀ ପାଳନ କରାଯାଏ ନାହିଁ। ଯାହା ଫଳରେ ଖାଦ୍ୟର ସ୍ୱଚ୍ଛତା, କର୍ମଚାରୀଙ୍କ ତାଲିମ ଅଭାବ ଏବଂ ଖାଦ୍ୟ ପରିବେଷଣ କରୁଥିବା ବ୍ୟକ୍ତିଙ୍କ ପାଇଁ ବାଧ୍ୟତାମୂଳକ ସ୍ୱାସ୍ଥ୍ୟ ପରୀକ୍ଷା ନହେବା ଭଳି ଗୁରୁତର ସମସ୍ୟା ଦେଖାଦେଉଛି।
ସ୍ୱାସ୍ଥ୍ୟଗତ ବିପଦ ବ୍ୟତୀତ, ଯଦି ଉପଭୋକ୍ତା ଅନୁମୋଦିତ ହୋଇନଥିବା ୱେବସାଇଟ୍ ରେ ନିଜର PNR ବିବରଣୀ, ଯୋଗାଯୋଗ ସୂଚନା (Contact Details) ଏବଂ ଦେୟ ସମ୍ବନ୍ଧୀୟ ତଥ୍ୟ (Payment Credentials) ପ୍ରଦାନ କରନ୍ତି, ତାହେଲେ ସେମାନେ ତଥ୍ୟ ଗୋପନୀୟତା (Data Privacy) ଏବଂ ଠକେଇର ସାମ୍ନା କରିପାରନ୍ତି। ଯାହା ଫଳରେ ସେମାନେ 'ଫିସିଂ' (phishing), ପରିଚୟ ଚୋରି (identity theft) ଏବଂ ଠକେଇର ଶିକାର ହେବାର ଆଶଙ୍କା ରହିଥାଏ। ଏହା ବ୍ୟତୀତ, ଅର୍ଡର ବିଳମ୍ବିତ ହୋଇପାରେ କିମ୍ବା ବାତିଲ ହୋଇପାରେ ଅଥବା ଉପଭୋକ୍ତାଙ୍କ ନିକଟରେ ପହଞ୍ଚି ନପାରେ। ଏଭଳି କ୍ଷେତ୍ରରେ ଅଭିଯୋଗର ସମାଧାନ ପାଇଁ କୌଣସି ନିର୍ଭରଯୋଗ୍ୟ ବ୍ୟବସ୍ଥା ମଧ୍ୟ ନଥାଏ।
ଏହା ସହ ପଢନ୍ତୁ: କାହିଁକି ୩୦% ଯାତ୍ରୀ ପ୍ରିମିୟମ୍ ଟ୍ରେନ୍ ରେ ଖାଉନାହାଁନ୍ତି ଆଇଆରସିଟିସି ଖାଦ୍ୟ? ପ୍ରକୃତ କାରଣ ନିଜେ କହିଲେ ଅଧ୍ୟକ୍ଷ
IRCTC କେବଳ ଚେତାବନୀ ଦେଇ ଅଟକି ଯାଇନାହିଁ। ବରଂ ଏହାର ବ୍ରାଣ୍ଡ୍ ଅପବ୍ୟବହାର କରୁଥିବା ସଂସ୍ଥା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛି। ଅନୁମତି ପ୍ରାପ୍ତ ନଥିବା ପ୍ଲାଟଫର୍ମ ମଧ୍ୟରେ Railrestro.com, Railmitra.com, Travelkhana.com, Trainscafe.com, Dibrail.com, Railfood.net, Travelerfood.com, Foodontrack.in, Ecatering.app, Khanaonline.in, Trainway.in, Railmeal.com ଏବଂ Trainmenu.com ଅନ୍ତର୍ଭୂକ୍ତ ରହିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ବ୍ୟତୀତ ଆଇଆରସିଟିସି ଯାତ୍ରୀଙ୍କୁ କେବଳ ଏହାର ଅଫିସିଆଲ୍ ଇ-କ୍ୟାଟରିଂ (IRCTC e-Catering) ୱେବସାଇଟ୍, 'Food on Track' App କିମ୍ବା ଅନୁମୋଦିତ ଅଂଶୀଦାରଙ୍କ ମାଧ୍ୟମରେ ଖାଦ୍ୟ ଅର୍ଡର କରିବାକୁ ପରାମର୍ଶ ଦେଇଛି। ଏହି ମାଧ୍ୟମ ସ୍ୱଚ୍ଛତା ମାନକ, ସ୍ୱଚ୍ଛ ବିଲିଂ ଏବଂ ସୁରକ୍ଷିତ ଦେୟ ପ୍ରକ୍ରିୟା ନିଶ୍ଚିତ କରିଥାନ୍ତି। ଅନୁମୋଦିତ ବିକ୍ରେତାଙ୍କ ଏକ ସଦ୍ୟତମ ତାଲିକା ଅଫିସିଆଲ୍ ପ୍ଲାଟଫର୍ମ ଠାରେ ଉପଲବ୍ଧ ରହିଛି।
ଯଦି ଯାତ୍ରୀ ଟ୍ରେନ୍ କିମ୍ବା ଷ୍ଟେସନ ଠାରେ କୌଣସି ଅନୁମୋଦିତ ହୋଇନଥିବା ବିକ୍ରେତାଙ୍କୁ ଦେଖନ୍ତି, ତାହେଲେ ସେମାନେ ରେଳ ସୁରକ୍ଷା ବଳ (RPF) ହେଲ୍ପଲାଇନ୍ ନମ୍ବର ୧୮୨ ସହ ଯୋଗାଯୋଗ କରନ୍ତୁ। ଏହି ବିବୃତ୍ତିରେ କୁହାଯାଇଛି ଯେ, ଏଭଳି ଅନଧିକୃତ କାର୍ଯ୍ୟକଳାପ କର ଫାଙ୍କିବା ଏବଂ ଅନୁଚିତ ପ୍ରତିଯୋଗିତା ସୃଷ୍ଟି କରିବା ନେଇ ମଧ୍ୟ ଆଶଙ୍କା ସୃଷ୍ଟି କରିଥାଏ। ଅନ୍ୟପକ୍ଷରେ IRCTC ଏହାର ଅଫିସିଆଲ୍ ସେବା ଯାତ୍ରୀଙ୍କ ପାଇଁ ସୁରକ୍ଷିତ ଏବଂ ବିଭିନ୍ନ ପ୍ରକାରର ହୋଇଥାଏ।

Related Topics
Explore more stories