Videos
|
Travel-tourism

27 October Train Ticket Insurance / ୨୭ ଅକ୍ଟୋବରରୁ ସମସ୍ତ ଟ୍ରେନ୍ ଟିକେଟ୍ ପାଇଁ ବୀମା ବାଧ୍ୟତାମୂଳକ; ରେଳବାଇକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

Subhramjit Ray
Browse all articles by Subhramjit Ray
·59 mins ago·2 min read
୨୭ ଅକ୍ଟୋବରରୁ ସମସ୍ତ ଟ୍ରେନ୍ ଟିକେଟ୍ ପାଇଁ ବୀମା ବାଧ୍ୟତାମୂଳକ; ରେଳବାଇକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ
27 October Train Ticket Insurance

Key Points

ସୁପ୍ରିମକୋର୍ଟ ନିର୍ଦ୍ଦେଶ ପାଳନ କରି ଅକ୍ଟୋବର ୨୭ ତାରିଖରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ରେଳବାଇକୁ ନିର୍ଦ୍ଦେଶ ଦେଇଛନ୍ତି। ଯାହା ଦ୍ଵାରା କାଉଣ୍ଟର ଟିକେଟ୍ ଧାରୀ ମଧ୍ୟ ସେମାନଙ୍କ ଯାତ୍ରା ସମୟରେ ସମାନ ସୁରକ୍ଷା ପାଇବେ।
ରେଳ ଯୋଗେ ଯାତ୍ରା କରୁଥିବା ଲକ୍ଷ ଲକ୍ଷ ଯାତ୍ରୀଙ୍କ ପାଇଁ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ଆଶ୍ୱସ୍ତିକର ରାୟ ଶୁଣାଇଛନ୍ତି। ସୁପ୍ରିମକୋର୍ଟ ଭାରତୀୟ ରେଳବାଇକୁ ଅନଲାଇନ୍ ଟିକେଟ୍ ପରି ରେଳବାଇ ସଂରକ୍ଷଣ କାଉଣ୍ଟର ଠାରେ କିଣାଯାଇଥିବା ଅଫ୍-ଲାଇନ୍ ଟିକେଟ୍ ପାଇଁ ବାଧ୍ୟତାମୂଳକ ଯାତ୍ରା ବୀମା କଭର ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ ଦେଇ ଏହି ଐତିହାସିକ ନିର୍ଦ୍ଦେଶ କାଉଣ୍ଟର ଠାରୁ ଟିକେଟ କ୍ରୟ କରୁଥିବା ଯାତ୍ରୀଙ୍କ ପ୍ରତି ହେଉଥିବା କଥିତ ଭେଦଭାବକୁ ସମାପ୍ତ କରିଛି।

କ'ଣ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ?
ସୁପ୍ରିମକୋର୍ଟ ରେଳବାଇକୁ ଆସନ୍ତା ଅକ୍ଟୋବର ୨୭ ତାରିଖରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯାହା ଦ୍ୱାରା କାଉଣ୍ଟର ଟିକେଟ୍ ଧାରକଙ୍କ ପାଇଁ ଯାତ୍ରା ସମୟରେ ସମାନ ସୁରକ୍ଷା ସୁନିଶ୍ଚିତ ହେବ। ବର୍ତ୍ତମାନ ପର୍ଯ୍ୟନ୍ତ କେବଳ IRCTC (Indian Railway Catering and Tourism Corporation) ମାଧ୍ୟମରେ ଅନଲାଇନ୍ ଟିକେଟ୍ ବୁକିଂ କରୁଥିବା ଯାତ୍ରୀଙ୍କ ବୀମା ସୁବିଧା (Train Ticket Insurance Coverage) ପାଇବା ପାଇଁ ଯୋଗ୍ୟ ଥିଲେ।

ଏହା ସହ ପଢନ୍ତୁ: ଏଣିକି ଯାତ୍ରା ବେଳେ ମାନ୍ୟ ହେବ ନାହିଁ ଟ୍ରେନ ଟିକେଟ୍ ସ୍କ୍ରିନସଟ୍ କିମ୍ବା ହ୍ୱାଟସଆପ୍ ଫଟୋ; ରେଳବାଇ ପକ୍ଷରୁ ନୂତନ ନିୟମ ଲାଗୁ

ହେଲେ ରେଳଷ୍ଟେସନ କାଉଣ୍ଟର (Railway Station Ticket Counter) ଠାରୁ ଟିକେଟ୍ କିଣୁଥିବା ଯାତ୍ରୀ ବିଶେଷକରି ଗ୍ରାମାଞ୍ଚଳର ଲୋକ, ବୃଦ୍ଧ, ଶ୍ରମିକ ଏବଂ ସ୍ମାର୍ଟଫୋନ୍ କିମ୍ବା ଡିଜିଟାଲ୍ ସାକ୍ଷରତା ଅଭାବୀ ବ୍ୟକ୍ତି ଏହି ସୁବିଧାରୁ ବଞ୍ଚିତ ଥିଲେ। ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଟିକେଟ୍ କିଣିବା ପଦ୍ଧତି ତାହା ଅନଲାଇନ୍ କିମ୍ବା କା ଅଫ୍-ଲାଇନ ଆଧାରରେ ଯାତ୍ରୀଙ୍କ ଜୀବନର ମୂଲ୍ୟ କିମ୍ବା ସୁରକ୍ଷାକୁ ଅଣଦେଖା କରାଯାଇ ପାରିବ ନାହିଁ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରେଲୱେ ଏବଂ PRS ସଫ୍ଟୱେର ହେବ ପରିବର୍ତ୍ତନ
ସୁପ୍ରିମକୋର୍ଟ ଏହି ଆଦେଶ ଜାରି କରିବା ପରେ, ଭାରତୀୟ ରେଳବାଇ ଏବଂ ଯାତ୍ରୀ ସଂରକ୍ଷଣ ପ୍ରଣାଳୀ (Passenger Reservation System) କୁ କାଉଣ୍ଟର ଠାରେ ଟିକେଟ୍ ବୁକ୍ କରିବା ସମୟରେ ମଧ୍ୟ ଯାତ୍ରୀଙ୍କୁ ବୀମା ସୁବିଧାର ବିକଳ୍ପ ପ୍ରଦାନ କରିବା ପାଇଁ ସେମାନଙ୍କର ସଫ୍ଟୱେର୍ ଏବଂ ଟିକେଟ୍ ବ୍ୟବସ୍ଥାରେ ଆବଶ୍ୟକୀୟ ପରିବର୍ତ୍ତନ କରିବାକୁ ପଡିବ। ସୁପ୍ରିମକୋର୍ଟ ଦେଇ ଏହି ଆଦେଶ ଦେଶବ୍ୟାପୀ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ପ୍ରଦାନ କରିବ। ଯେଉଁମାନେ ପାରମ୍ପରିକ କାଉଣ୍ଟର ଟିକେଟ୍ କିଣିବା ପାଇଁ ଲମ୍ବା ଧାଡ଼ିରେ ଠିଆ ହୋଇଥାନ୍ତି। ଏହା ପୂର୍ବରୁ ଗତ ମେ ୧୧ ତାରିଖରେ, କେନ୍ଦ୍ର ସରକାର କୋର୍ଟଙ୍କୁ ଆଶ୍ୱାସନା ଦେଇଥିଲେ ଯେ ଅଫଲାଇନ୍ ଟିକେଟ୍ ପାଇଁ ମଧ୍ୟ ବୀମା ପ୍ରଦାନ କରିବା ଉପରେ ନିଷ୍ପତ୍ତି ନିଆଯାଇଛି। ସୁପ୍ରିମକୋର୍ଟ ଖଣ୍ଡପୀଠ ଉଲ୍ଲେଖ କରିଛନ୍ତି ଯେ ସରକାର ଏ ସମ୍ପର୍କରେ କୌଣସି ସୂଚନା ପ୍ରଦାନ କରିନାହାଁନ୍ତି।