Timmersain Mahadev Cave Uttarakhand / ଉତ୍ତରାଖଣ୍ଡର 'ଅମରନାଥ ଗୁମ୍ଫା'; ଯେଉଁଠି ପ୍ରତିବର୍ଷ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ବାବା ବର୍ଫାନୀ
·1 week ago·2 min read

Key Points
ଚାମୋଲି ଜିଲ୍ଲାର ନୀତି ଉପତ୍ୟକାରେ ଅବସ୍ଥିତ ଟିମରସେନ ମହାଦେବ ଗୁମ୍ଫା ଏପରି ଏକ ରହସ୍ୟମୟ ତୀର୍ଥସ୍ଥଳ। ଏହି ଗୁମ୍ଫାକୁ ଉତ୍ତରାଖଣ୍ଡର "ଛୋଟ ଅମରନାଥ" ଭାବରେ ମଧ୍ୟ ଜଣାଶୁଣା।
Ice Shivling Sighting in Uttarakhand: କୁହାଯାଏ ଦେବଭୂମି ଉତ୍ତରାଖଣ୍ଡ ପର୍ବତ ଏବଂ ରଙ୍ଗୀନ ଉପତ୍ୟକାର ପ୍ରତ୍ୟେକ କୋଣ ଅନୁକୋଣରେ ବିରାଜମାନ କରିଥାନ୍ତି ଭଗବାନ ଶିବ। ରାଜ୍ୟର ଚାମୋଲି ଜିଲ୍ଲାର ନୀତି ଉପତ୍ୟକାରେ ଅବସ୍ଥିତ ଏକ ରହସ୍ୟମୟ ଶିବ ମନ୍ଦିର। ଯାହାର ନାଁ ହେଉଛି ଟିମରସେନ ମହାଦେବ ଗୁମ୍ଫା। ଏହି ମନ୍ଦିର ହେଉଛି ଏପରି ଏକ ରହସ୍ୟମୟ ମନ୍ଦିର, ଯାହା ବିଷୟରେ ବହୁତ କମ୍ ଲୋକ ଜାଣିଛନ୍ତି। ଏହି ଗୁମ୍ଫାକୁ ଉତ୍ତରାଖଣ୍ଡର "ଛୋଟ ଅମରନାଥ" ମଧ୍ୟ କୁହାଯାଏ। ଶୀତକାଳୀନ ତୁଷାରପାତ ସମୟରେ ଏଠାରେ ପ୍ରାକୃତିକ ଭାବରେ ଗଠିତ ଶିବଲିଙ୍ଗ ଦର୍ଶନ ଦେଇଥାଏ। ଯଦିଓ ମେ ମାସରୁ ଅକ୍ଟୋବର ମଧ୍ୟରେ ସମୟ ସୁନ୍ଦର ଉପତ୍ୟକା ଏବଂ ଟ୍ରେକିଂ ପାଇଁ ଅନୁକୂଳ ବୋଲି ବିବେଚନା କରାଯାଏ। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଏହି ମନ୍ଦିରର ମହିମା ବର୍ଣ୍ଣନା କରିବା ସହିତ ମନ୍ଦିର ବିଷୟରେ ଆକର୍ଷଣୀୟ ତଥ୍ୟ ମଧ୍ୟ ପ୍ରଦାନ କରିଛନ୍ତି। ସେ ମନ୍ଦିରର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି।
ଚାମୋଲି ଜିଲ୍ଲାର ନୀତି ଉପତ୍ୟକାରେ ଜୋଶୀମଠ ଠାରୁ ପ୍ରାୟ ୮୫ କିଲୋମିଟର ଦୂରରେ ଅବସ୍ଥିତ ରହିଛି ଟିମରସେନ ମହାଦେବ ମନ୍ଦିର। ଯାହାକୁ 'ଛୋଟ ଅମରନାଥ' ମଧ୍ୟ କୁହାଯାଏ। କାରଣ ଏଠାରେ ବରଫରୁ ଏକ ପ୍ରାକୃତିକ ଶିବଲିଙ୍ଗ ଗଠିତ ହୋଇଥାଏ। ମନ୍ଦିରର ଏକ ଭିଡି଼ଓ ସେୟାର କରି ମୁଖ୍ୟମନ୍ତ୍ରୀ ଧାମି ଲେଖିଛନ୍ତି, "ଚାମୋଲି ଜିଲ୍ଲାର ନୀତି ଉପତ୍ୟକାରେ ଅବସ୍ଥିତ ଟିମରସେନ ମହାଦେବ ଗୁମ୍ଫା ଆସ୍ଥା, ବିଶ୍ୱାସ, ଆଧ୍ୟାତ୍ମିକତା ଏବଂ ପ୍ରକୃତିର ଏକ ଚମତ୍କାର ସଙ୍ଗମସ୍ଥଳ। ଗୁମ୍ଫା ମଧ୍ୟରେ ବରଫରୁ ଏକ ଶିବଲିଙ୍ଗର ପ୍ରାକୃତିକ ଗଠନ ବିଶେଷ ଧାର୍ମିକ ଗୁରୁତ୍ୱ ବହନ କରେ। ଚାମୋଲି ଜିଲ୍ଲା ପରିଦର୍ଶନ କରିବା ସମୟରେ, ଏହି ପବିତ୍ର ସ୍ଥାନକୁ ନିଶ୍ଚିତ ଭାବରେ ପରିଦର୍ଶନ କରନ୍ତୁ।"
ଛୋଟ ଅମରନାଥ ଗୁମ୍ଫାର ରହସ୍ୟ
ଅବସ୍ଥିତି: ଭାରତ-ଚୀନ୍ ସୀମା ନିକଟରେ, ସମୁଦ୍ର ପତ୍ତନରୁ ପ୍ରାୟ ୧୨ ହଜାର ଫୁଟ ଉଚ୍ଚତାରେ ଅବସ୍ଥିତ ରହିଛି ଏହି ପବିତ୍ର ଗୁମ୍ଫା।
ବରଫାବୃତ୍ତ ଶିବଲିଙ୍ଗ: ଶୀତ ଏବଂ ବସନ୍ତ ଋତୁର ଆରମ୍ଭରେ (ବିଶେଷକରି ଜାନୁଆରୀ-ଅପ୍ରେଲ ମାସ ମଧ୍ୟରେ) ପ୍ରାୟ ୨ ଫୁଟ୍ ରୁ ୧୦ ଫୁଟ ଉଚ୍ଚତା ବିଶିଷ୍ଟ ଏକ ପ୍ରାକୃତିକ ବରଫ ଶିବଲିଙ୍ଗ ଏଠାରେ ଗଠିତ ହୁଏ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନ୍ୟାନ୍ୟ ମାସ: ଗ୍ରୀଷ୍ମ ଋତୁରେ ମଧ୍ୟ ଏଠାରେ ବାବା ବର୍ଫାନୀଙ୍କ (ଭଗବାନ ଶିବ) ଦର୍ଶନ କରିପାରିବେ।
ଏହା ସହ ପଢନ୍ତୁ: ଚର୍ଚ୍ଚାରେ ଆଦି କୈଳାଶ ଯାତ୍ରା; ୩୯ ଦିନରେ ଭାଙ୍ଗିଲା ସମସ୍ତ ପୂର୍ବ ରେକର୍ଡ଼
ଛୋଟା ଅମରନାଥ ମନ୍ଦିରରେ କିପରି ପହଞ୍ଚିବେ?
ଋଷିକେଶ ଠାରୁ ପ୍ରାୟ ୩୩୨ କିଲୋମିଟର ଏବଂ ଜୋଶୀମଠ ଠାରୁ ପ୍ରାୟ ୮୬ କିଲୋମିଟର ଦୂରରେ ଅବସ୍ଥିତ ରହିଛି ଟିମରସେନ ମହାଦେବ ମନ୍ଦିର। ନୀତି ଗ୍ରାମ ନିକଟରେ ନୀତି ଉପତ୍ୟକା ଦେଇ ଜୋଶୀମଠ ପର୍ଯ୍ୟନ୍ତ ସଡ଼କ ପଥରେ ଯାତ୍ରା କରିହେବ। ଗୁମ୍ଫାରେ ପହଞ୍ଚିବା ପାଇଁ ମୁଖ୍ୟ ରାସ୍ତାରୁ ପ୍ରାୟ ୧ କିଲୋମିଟର ଟ୍ରେକିଂ କରିବାକୁ ପଡ଼ିଥାଏ। ଯେହେତୁ ଏହା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ, ସେଥିପାଇଁ ପରିଦର୍ଶନ କରିବା ପୂର୍ବରୁ ସ୍ଥାନୀୟ ପ୍ରଶାସନ ଏବଂ ଅନୁମତି ଆବଶ୍ୟକତା ଯାଞ୍ଚ କରିନେବା ଗୁରୁତ୍ୱପୂର୍ଣ୍ଣ।
ଟିମରସେନ ମହାଦେବ ଗୁମ୍ଫାର ରହସ୍ୟ
ଟିମରସେନ ମହାଦେବ ଗୁମ୍ଫା ଗଡ଼ୱାଲ ହିମାଳୟ ଅଞ୍ଚଳର ସବୁଠାରୁ ପବିତ୍ର ଏବଂ ଅନାଲୋଚିତ ଶିବ ମନ୍ଦିର ମଧ୍ୟରୁ ଅନ୍ୟତମ। ଏହି ଦିବ୍ୟ ଗୁମ୍ଫା ମନ୍ଦିର ଏହାର ଶାନ୍ତ ପରିବେଶ, ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଆଧ୍ୟାତ୍ମିକ ଶକ୍ତି ପାଇଁ ଜଣାଶୁଣା। ମାନ୍ୟତା ରହିଛି ଶୀତଦିନେ, ଗୁମ୍ଫା ଭିତରେ ସ୍ୱାଭାବିକ ଭାବରେ ବରଫରେ ତିଆରି ଏକ ଶିବଲିଙ୍ଗ ସୃଷ୍ଟି ହୋଇଥାଏ। ଯାହାର ଆକାର ଅମରନାଥର ଶିବଲିଙ୍ଗ ସହିତ ସମାନ। ଏହି ଅଞ୍ଚଳ ଭାରତ-ଚୀନ୍ ସୀମା ନିକଟରେ ଏକ ସମ୍ବେଦନଶୀଳ ସାମରିକ କ୍ଷେତ୍ର ମଧ୍ୟରେ ଆସିଥାଏ। ଏଠାକୁ ପରିଦର୍ଶନରେ ଆସିବା ପୂର୍ବରୁ ପ୍ରଶାସନିକ କିମ୍ବା ସ୍ଥାନୀୟ ଅନୁମତି କିମ୍ବା ପରିଚୟପତ୍ର ଆବଶ୍ୟକ ହୋଇପାରେ।

Related Topics
Explore more stories