Varanasi Ropeway Service Update / ବାରାଣସୀ କ୍ୟାଣ୍ଟ ଠାରୁ ଗୋଦୌଲିଆ ପର୍ଯ୍ୟନ୍ତ ଚାଲିବ ରୋପୱେ; କେବେଠୁ ଆରମ୍ଭ ହେବ ସେବା?
·2 hours ago·2 min read

Key Points
ପ୍ରତିଦିନ ବହୁ ସଂଖ୍ୟକ ପର୍ଯ୍ୟଟକ କାଶୀ ପରିଦର୍ଶନ କରନ୍ତି। ରୋପୱେ ଖୋଲିବା ଦ୍ୱାରା ଭକ୍ତଙ୍କୁ ବହୁତ ସୁବିଧା ହେବ। ରୋପୱେ ଖୋଲିବା ସହିତ, କ୍ୟାଣ୍ଟରୁ କାଶୀ ବିଶ୍ୱନାଥ ପହଞ୍ଚିବାକୁ ମାତ୍ର ୧୬ ମିନିଟ୍ ସମୟ ଲାଗିବ।
ଦୀପାବଳି ପୂର୍ବରୁ ବାରଣାସୀ ବାସିନ୍ଦାଙ୍କୁ ମିଳିପାରେ ଏକ ବଡ଼ ଉପହାର। ଉତ୍ତର ପ୍ରଦେଶର ବାରାଣସୀ ଠାରେ ବିଶ୍ୱର ତୃତୀୟ ଏବଂ ଦେଶର ପ୍ରଥମ ସହରାଞ୍ଚଳ ପରିବହନ ରୋପୱେ କାମ ଦ୍ରୁତ ଗତିରେ ଚାଲିଛି। ପ୍ରଥମ ପର୍ଯ୍ୟାୟ ପରୀକ୍ଷାମୂଳକ ଟ୍ରାଏଲ୍ ରନ୍ ସମାପ୍ତ ହୋଇଛି। ଏବେ ଦ୍ୱିତୀୟ ପର୍ଯ୍ୟାୟରେ ସିଗ୍ରା ଅଞ୍ଚଳର ବିଦ୍ୟାପୀଠ ଷ୍ଟେସନ ଠାରେ ପରୀକ୍ଷା ମୂଳକ ଟ୍ରାଏଲ୍ ରନ୍ ଚାଲିଛି। ଏହି ଅପରେସନ୍ ର ଏକ ଭିଡି଼ଓ ଏବେ ସାମ୍ନାକୁ ଆସିଛି। ଯେଉଁଥିରେ ଯାତ୍ରୀଙ୍କୁ ନେଇ ଯାଉଥିବା ରୋପୱେ ଟ୍ରଲି ଯାତ୍ରା କରୁଥିବାର ଦେଖିବାକୁ ମିଳିଥିଲା। କୌଣସି ରୋପୱେ ସେବାକୁ କାର୍ଯ୍ୟକ୍ଷମ କରିବା ପୂର୍ବରୁ, ଏହାକୁ ବିନା କୌଣସି ବାଧାରେ ଏବଂ ସୁରୁଖୁରୁରେ ଏହାର ସେବା ଆରମ୍ଭ କରିବା ପାଇଁ ଟ୍ରଏଲ ରନ୍ କରାଯାଏ।
କାଶୀ ବିଦ୍ୟାପୀଠ ଷ୍ଟେସନ ଠାରେ ହୋଇଥିଲା ରୋପୱେ ଟ୍ରାଏଲ୍ ରନ୍
ସିଗ୍ରା ଅଞ୍ଚଳର କାଶୀ ବିଦ୍ୟାପୀଠ ଷ୍ଟେସନ ଏବଂ ଆଖପାଖ ଅଞ୍ଚଳରେ ପରୀକ୍ଷାମୂଳକ ଭାବରେ ରୋପୱେ ଟ୍ରାଏଲ୍ ରନ୍ କରାଯାଉଛି। ବାରାଣସୀ ଠାରେ ୩.୮୫ କିଲୋମିଟର ରୋପୱେ ନିର୍ମାଣ କରାଯାଉଛି। ଯାହା ୫ ଷ୍ଟେସନ ସହ ସଂଯୋଗ କରୁଛି। ବାରାଣସୀ କ୍ୟାଣ୍ଟ ରେଳ ଷ୍ଟେସନ ଠାରୁ ଆରମ୍ଭ ହୋଇ କାଶୀ ବିଦ୍ୟାପୀଠ, ରଥଯାତ୍ରା, ଚର୍ଚ୍ଚ ଏବଂ ଗୋଦୌଲିଆ ଠାରେ ଶେଷ ହେବ। ଏହାର ନିର୍ମାଣ କାମ ପ୍ରାୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଏବଂ ପରୀକ୍ଷାମୂଳକ ଟ୍ରାଏଲ ରନ୍ ଚାଲିଛି।
ଏହା ସହ ପଢନ୍ତୁ: ବାରାଣସୀରେ ଆରମ୍ଭ ହେବ ରୋପୱେ ସେବା; ସହଜ ହେବ କାଶୀ ବିଶ୍ୱନାଥଙ୍କ ଦର୍ଶନ
ରୋପୱେ କରିଡର ଠାରେ ନିର୍ମାଣ କରାଯାଇଛି ୨୯ ଟାୱାର
ବାରଣାସୀ କ୍ୟାଣ୍ଟ ଠାରୁ ଗୋଦୌଲିଆ ପର୍ଯ୍ୟନ୍ତ ରୋପୱେ କରିଡ଼ର ଠାରେ ୨୯ ଟାୱାର ନିର୍ମାଣ କରାଯାଇଛି। ଷ୍ଟେସନ ପରିସରରେ କାର୍ଯ୍ୟ ଶେଷ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷାମୂଳକ ଟ୍ରାଏଲ୍ ରନ୍ ମଞ୍ଜୁର ହେବା ମାତ୍ରେ ରୋପୱେ କୁ ସାଧାରଣ ଲୋକଙ୍କ ପାଇଁ ଖୋଲାଯିବ। ରୋପୱେ ସେବା କାର୍ଯ୍ୟ ସମୟକୁ ବହୁତ ସଞ୍ଚୟ କରିବ। ବର୍ତ୍ତମାନ, ସହର ମଧ୍ୟରେ ପ୍ରବଳ ଯାତାୟାତ ଯୋଗୁଁ ଲୋକଙ୍କ ପାଇଁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରିବା ଅତ୍ୟନ୍ତ କଷ୍ଟକର ହୋଇପଡୁଛି। ଯାହା ବର୍ଷା ଋତୁରେ ପରିସ୍ଥିତି ଆହୁରି ଖରାପ ହୋଇଯାଏ।
୧୬ ମିନିଟ ମଧ୍ୟରେ ପହଞ୍ଚିବେ କାଶୀ ବିଶ୍ୱନାଥ ମନ୍ଦିର
ପ୍ରତିଦିନ ବହୁ ସଂଖ୍ୟକ ପର୍ଯ୍ୟଟକ କାଶୀ ବିଶ୍ୱନାଥ ପରିଦର୍ଶନ କରିଥାନ୍ତି। ରୋପୱେ ଖୋଲିବା ଦ୍ୱାରା ତୀର୍ଥଯାତ୍ରୀଙ୍କୁ ବହୁତ ସୁବିଧା ହେବ। ରୋପୱେ ସେବା ସହିତ ବାରଣାସୀ କ୍ୟାଣ୍ଟ ଠାରୁ କାଶୀ ବିଶ୍ୱନାଥ ଯାତ୍ରା କେବଳ ୧୬ ମିନିଟ ମଧ୍ୟରେ ଶେଷ ହେବ। କ୍ୟାଣ୍ଟ ରେଳ ଷ୍ଟେସନ ଠାରୁ ଗୋଦୌଲିଆ ପର୍ଯ୍ୟନ୍ତ ସଡ଼କ ପଥରେ ୪୫ ମିନିଟ ଯାତ୍ରା ମାତ୍ର ୧୬ ମିନିଟ ମଧ୍ୟରେ ଶେଷ ହେବ। କାଶୀ ବିଶ୍ୱନାଥ ମନ୍ଦିରରୁ ଗୋଦୌଲିଆ ଷ୍ଟେସନ ପ୍ରାୟ ୭୦୦ ମିଟର ଦୂରରେ ଅବସ୍ଥିତ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: