Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଇଦ ପୂର୍ବରୁ ବଜାରରେ ବଢୁଛି ଟ୍ରମ୍ପ-ନେତାନ୍ୟାହୁ ମଇଁଷିର ଚାହିଦା; ସେଲ୍ଫି ପାଇଁ ପ୍ରବଳ ଭିଡ଼

Viral stories

Trump Buffalo / ଇଦ ପୂର୍ବରୁ ବଜାରରେ ବଢୁଛି ଟ୍ରମ୍ପ-ନେତାନ୍ୟାହୁ ମଇଁଷିର ଚାହିଦା; ସେଲ୍ଫି ପାଇଁ ପ୍ରବଳ ଭିଡ଼

Debashree Debasmita Sahoo
Browse all articles by Debashree Debasmita Sahoo
·3 days ago·2 min read
ଇଦ ପୂର୍ବରୁ ବଜାରରେ ବଢୁଛି ଟ୍ରମ୍ପ-ନେତାନ୍ୟାହୁ ମଇଁଷିର ଚାହିଦା; ସେଲ୍ଫି ପାଇଁ ପ୍ରବଳ ଭିଡ଼
Trump Buffalo

Key Points

ବକ୍ରିଦ୍ ପୂର୍ବରୁ ବାଂଲାଦେଶ ବଜାରରେ ମଇଁଷି ଭାଇରାଲ
ଟ୍ରମ୍ପ ଓ ନେତାନ୍ୟାହୁ ମଇଁଷି ସହ ସେଲ୍ଫି ନେବାକୁ ପ୍ରବଳ ଭିଡ଼
ବାଂଲାଦେଶରେ ଇଦ୍-ଉଲ-ଅଜହାର ପ୍ରସ୍ତୁତି ଭିତରେ ସୋସିଆଲ ମିଡିଆରେ ଦୁଇଟି ମଇଁଷି ଖୁବ ଭାଇରାଲ ହେବାରେ ଲାଗିଛି । ବଜାର ଭିତରେ ଗୋଟିଏ ଜାଗାରେ ଜମୁଛି ଭିଡ଼ । ମଇଁଷି ସହ ସେଲ୍ଫି ନେବା ଲାଗି ଲାଇନ୍ ଲଗାଉଛନ୍ତି ଲୋକେ । ହୃଷ୍ଟପୃଷ୍ଟ ଶରୀର, ସ୍ଵଭାବ ଓ ଚେହେରାକୁ ନେଇ ଲୋକେ ଦୁଇ ମଇଁଷିର ନାଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଦେଇଛନ୍ତି ।

ଢାକା ନିକଟ ଏକ ଫାର୍ମରେ ରଖାଯାଇଥିବା ଏହି ମଇଁଷିକୁ ଦେଖିବା ଲାଗି ଲୋକଙ୍କ ଭିଡ଼ ଜମୁଛି । ଲୋକେ ମଇଁଷି ସହିତ ଫଟୋ ଓ ସେଲ୍ଫି ଉଠାଉଛନ୍ତି, ଏବେ ଏହି ଦୁଇ ମଇଁଷି ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ବାଂଲାଦେଶର ସ୍ଥାନୀୟ ଲୋକେ ମଧ୍ୟ ଫଟୋକୁ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ବହୁଳ ମାତ୍ରାରେ ପୋଷ୍ଟ କରୁଛନ୍ତି ।

  • କାହିଁକି ଦିଆଗଲା ଏପରି ନାମ ?
ବାଂଲାଦେଶ ମିଡିଆ ଅନୁସାରେ, ଡୋନାଲ୍ଡ ଟ୍ରମ୍ପ ନାଁର ମଇଁଷିର ଓଜନ ପ୍ରାୟ ୭୦୦ କିଲୋଗ୍ରାମ । ଏହି ଟ୍ରମ୍ପର ହାଲୁକା ଚମଡ଼ା ଥିବାବେଳେ ସୁନେଲି ରଙ୍ଗର କେଶ ଅଛି, ଯେଉଁଥିଲାଗି ଲୋକେ ଏହି ମଇଁଷିର ନାମ ଟ୍ରମ୍ପ ରଖିଛନ୍ତି । କିଛି ଭ୍ରମଣକାରୀ କହିଛନ୍ତି ଯେ ଏହି ମଇଁଷିର ଚେହେରା ଟ୍ରମ୍ପଙ୍କ ପରି ଦିଶୁଛି, କିନ୍ତୁ ଏହାର ସ୍ଵଭାବ ପୁରା ଶାନ୍ତ ।


  • କଣ କହୁଛନ୍ତି ମଇଁଷି ମାଲିକ ?
ଏହି ଟ୍ରମ୍ପ ମଇଁଷି ମାଲିକ ଜିୟାଉଦ୍ଦିନ କହିଛନ୍ତି ଯେ ତାଙ୍କ ଛୋଟ ଭାଇ ଏପରି ନାମକରଣ କରିଥିଲା । ସାଧାରଣତଃ ଆଲବିନୋ ପ୍ରଜାତିର ମଇଁଷି ଶାନ୍ତ ସ୍ଵଭାବର ହୋଇଥାନ୍ତି, ଯେତେବେଳ ଯାଏଁ ପଶକୁ ଉସୁକାଇନଥାନ୍ତି ଲୋକେ । ରିପୋର୍ଟ ଅନୁସାରେ, ବକ୍ରିଦ୍ ପୂର୍ବରୁ ଏହି ମଇଁଷି ବିକ୍ରି ହୋଇସାରିଛି । ଅନ୍ୟପଟେ ବେଞ୍ଜାମିନ୍ ନେତାନ୍ୟାହୁ ନାଁରେ ମଧ୍ୟ ଏକ ମଇଁଷି ରହିଛି, ଯାହାକି ଭାଇରାଲ ହେଉଛି । ଏହାର ଓଜନ ୭୫୦ କେଜିରୁ ଅଧିକ ଏବଂ ଏହାର ସ୍ଵଭାବ ଟ୍ରମ୍ପ ମଇଁଷିର ପୁରା ଓଲଟା ।

ପଢନ୍ତୁ ଏହି ଖବର: ଯାହାକୁ ଦେଖୁଛି ତାକୁ କାମୁଡୁଛି ଗୁଣ୍ଡୁଚିମୂଷା; ଆହତ ହେଲେଣି ୧୮ ଜଣ

  • ନେତାନ୍ୟାହୁ ମଇଁଷିର ସ୍ଵଭାବ
ଫାର୍ମରେ ଥିବା ଲୋକଙ୍କ କହିବାନୁସାରେ, ଏହି ମଇଁଷିର ସ୍ଵଭାବ ଆକ୍ରମଣପୂର୍ଣ୍ଣ । ଏହା ବେଶ ଜୋରରେ ଗର୍ଜନ କରେ ଏବଂ ହ୍ୟାଣ୍ଡଲରଙ୍କ ଆଡ଼କୁ ଦୌଡ଼େ । ଏହି ମଇଁଷିର ଆଚାର କେତେବେଳେ ବି ବଦଳିପାରେ । ଏଣୁ ଲୋକେ ଏହାଠାରୁ ସାବଧାନ ରହିଥାନ୍ତି । ହଠାତ୍ ଆକ୍ରମଣ କରୁଥିବାରୁ ଲୋକଙ୍କୁ କ୍ଷତି ପହଞ୍ଚିଥାଏ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bangladesh “Trump and Netanyahu Buffaloes” Video Goes Viral Ahead of Eid, Sparks Online Buzz | Argus News