Videos
|
Viral stories

Employee Fired / Bossକୁ କିଡନୀ ଦେଲେ; ରିକଭରି ପାଇଁ ଛୁଟି ନେବାରୁ ଚାକିରିରୁ ବିଦା

Debashree Debasmita Sahoo
Browse all articles by Debashree Debasmita Sahoo
·8 hours ago·2 min read
Bossକୁ କିଡନୀ ଦେଲେ; ରିକଭରି ପାଇଁ ଛୁଟି ନେବାରୁ ଚାକିରିରୁ ବିଦା
Employee Fired

Key Points

କିଡନୀ ନେଲେ ତଥାପି ଦେଲେନି ଛୁଟି
ଅଙ୍ଗଦାନ ପରେ ସୁସ୍ଥତା ପାଇଁ ଛୁଟି ମାଗିଥିଲେ
ଏହାପରେ ସିଧା ଚାକିରିରୁ ବିଦା କରିଦେଲେ ବସ୍
ୱାଶିଂଟନ: ସୋସିଆଲ ମିଡିଆରେ ଏବେ ଏକ ଘଟଣା ବେଶ ଚର୍ଚ୍ଚାକୁ ଆସିଛି, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଜଣେ ମହିଳା କର୍ମଚାରୀ ଅଫିସରେ ନିଜ ମାଲିକଙ୍କ ଜୀବନ ବଞ୍ଚାଇବାକୁ ବୃକକ ବା କିଡନୀ ଦାନ କରିଦେଇଥିଲେ । ଲୋକେ ଭାବିଥିଲେ ମହିଳା ଜଣକ ଏପରି କଲେ ମାଲିକଙ୍କ ସହିତ ତାଙ୍କର ସମ୍ପର୍କ ନିବିଡ଼ ହୋଇଯିବ । ମାତ୍ର କିଛି ମାସ ପରେ ଘଟଣା ପୂରା ଓଲଟି ଯାଇଥିଲା । ବସ୍ ଉକ୍ତ ମହିଳା କର୍ମଚାରୀଙ୍କୁ ଚାକିରିରୁ ବିଦା କରିଦେଇଥିଲେ । ଶେଷରେ ଏହି ଘଟଣା ଏବେ କୋର୍ଟରେ ପହଞ୍ଚିଛି ।

  • କିଡନୀ ଦେବାକୁ ପଛେଇ ନଥିଲେ
କୁହାଯାଉଛି ଏହି ଘଟଣାଟି ଆମେରିକାରେ ଘଟିଛି । ମହିଳା କର୍ମଚାରୀ ଡେବି ଷ୍ଟିଭାନ୍ସ କିଡନୀ ଦାନ କରିବା ସମୟରେ ବସ୍‌ଙ୍କ ସହିତ ମେଳ ଖାଉ ନଥିଲା । ଏହାପରେ ମଧ୍ୟ ସେ ପଛକୁ ହଟିନଥିଲେ ଏବଂ ପେୟାର୍ଡ ଏକ୍ସଚେଞ୍ଜ ପ୍ରୋଗ୍ରାମରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଙ୍ଗଦାତା ଅନ୍ୟ କୌଣସି ରୋଗୀଙ୍କୁ ଅଙ୍ଗ ଦାନ କରନ୍ତି, ଯାହାଦ୍ଵାରା ରୋଗୀଙ୍କୁ ଟ୍ରାନ୍ସପ୍ଲାଣ୍ଟ ସୁବିଧା ସହଜରେ ମିଳିଥାଏ । ଏହିପରି ଭାବରେ ଡେବି ମଧ୍ୟ ନିଜ ବସ୍‌ଙ୍କୁ ଅଙ୍ଗଦାନ କରିଥିଲେ ।

  • ଅପରେସନ ପାଇଁ ଡେବିଙ୍କୁ ସମସ୍ୟା
ବୃକକ୍ ଦାନ କରିବାର କିଛି ମାସ ପରେ ଡେବିଙ୍କୁ ଅନେକ ସ୍ଵାସ୍ଥ୍ୟ ସମ୍ଵନ୍ଧୀୟ ସମସ୍ୟା ଦେଖାଯାଇଥିଲା । ଏଥିଲାଗି ସେ ଅଫିସରୁ ଲଗାତାର ଛୁଟି ନେଉଥିଲେ । ବାରମ୍ବାର ଛୁଟି ନେଉଥିବାରୁ ଅଫିସରେ ତାଙ୍କ ସହ ଭଲ ବ୍ୟବହାର କରାଯାଉନଥିଲା ବୋଲି ଡେବି ଅଭିଯୋଗ କରିଛନ୍ତି । ଡେବିଙ୍କ କହିବାନୁସାରେ, ଅଙ୍ଗଦାନ ପରେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବା ଲାଗି ତାଙ୍କୁ ସାମାନ୍ୟ ଅଧିକ ସମୟ ଲାଗିଥିଲା, ଯାହାକି ବସ୍‌ଙ୍କୁ ଆଦୌ ପସନ୍ଦ ନଥିଲା । ଏପରିକି ବସ୍‌ ଜଣକ ତାଙ୍କୁ କଟ୍ଟୁ କଥା କହିଥିଲେ । ଏହାପରେ ସେ ଅଧିକ ଛୁଟି ନେଉଥିବା କାରଣ ଦର୍ଶାଇ ଡେବିଙ୍କ କିଡନୀକୁ ନିଜ ଶରୀରରେ ଲଗାଇଥିବା ବସ୍ ଜଣକ ତାଙ୍କୁ ଶେଷରେ ଚାକିରିରୁ ବିଦା କରିଥିଲେ ।

ପଢନ୍ତୁ ଏହି ଖବର: ଦିଲ୍ଲୀରେ ସ୍ଥାୟୀ ସରକାରୀ ଚାକିରି; ହ୍ୟାଣ୍ଡସମ ସାଲାରୀ...UPSC ଆଣିଲା ନୂଆ ନିଯୁକ୍ତି

ଏହି ସମସ୍ୟା ସମ୍ପର୍କରେ ଯେତେବେଳେ ଡେବି କମ୍ପାନୀର ମ୍ୟାନେଜରଙ୍କ ସହିତ ଆଲୋଚନା କରିଥିଲେ, ସେତେବେଳେ କୌଣସି ସାହାଯ୍ୟ ମିଳିନଥିଲା । ତଥାପି ଡେବି ପରାଜୟ ସ୍ଵୀକାର କରିନଥିଲେ । ଶେଷରେ ଏହି ଘଟଣା କୋର୍ଟରେ ପହଞ୍ଚିଥିଲା । ଏହି ମାମଲା ଅନେକ ବର୍ଷ ଧରି ଚାଲିଥିଲା ଓ ଡେବି ଦୃଢତାର ସହିତ ଆଇନଗତ ଲଢେଇ ଲଢିଚାଲିଥିଲେ । ଶେଷରେ ଦୁଇ ପକ୍ଷ ମଧ୍ୟରେ ବୁଝାମଣା ପରେ ଏହି ମାମଲା ବନ୍ଦ ହୋଇଥିବା ଜଣାପଡ଼ିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: