Heartwarming Story / ୨୦୦ ବର୍ଷ ପରେ ଘରେ ଶୁଭିଲା ଝିଅର କୁଆଁ କୁଆଁ ଡାକ…ରଥରେ ଘରକୁ ଫେରିଲା ‘ରାଜକୁମାରୀ’
·2 hours ago·2 min read

Key Points
ପ୍ରାୟ ୨୦୦ ବର୍ଷ ଏବଂ ପାଞ୍ଚ ପିଢ଼ିର ଦୀର୍ଘ ପ୍ରତୀକ୍ଷା ପରେ
ପାରଲି ଜିଲ୍ଲାର ଦହିଫାଲେ ପରିବାର ଏକ କନ୍ୟାକୁ ଏମିତି ସ୍ବାଗତ କରିଛନ୍ତି,
ଯାହା ଆପଣ ଶୁଣିଲେ ବିଶ୍ବାସ କରିପାରିବେନି
ପାରଲି ଜିଲ୍ଲାର ଦହିଫାଲେ ପରିବାର ଏକ କନ୍ୟାକୁ ଏମିତି ସ୍ବାଗତ କରିଛନ୍ତି,
ଯାହା ଆପଣ ଶୁଣିଲେ ବିଶ୍ବାସ କରିପାରିବେନି
ଆଜିକାଲି ଯେତେବେଳେ କନ୍ୟା ସନ୍ତାନଙ୍କୁ ଜନ୍ମ ହେବାପରେ ଫୋପାଡ଼ିଦେବା କଥା ଆମେ ଶୁଣୁଛେ। ସେତେବେଳେ ମହାରାଷ୍ଟ୍ରର ବୀଡ ଜିଲ୍ଲାରୁ ଏକ ହୃଦୟସ୍ପର୍ଶୀ ଚିତ୍ର ସାମ୍ନାକୁ ଆସିଛି। ପ୍ରାୟ ୨୦୦ ବର୍ଷ ଏବଂ ପାଞ୍ଚ ପିଢ଼ିର ଦୀର୍ଘ ପ୍ରତୀକ୍ଷା ପରେ, ପାରଲି ଜିଲ୍ଲାର ଦହିଫାଲେ ପରିବାର ଏକ କନ୍ୟାକୁ ଏମିତି ସ୍ବାଗତ କରିଛନ୍ତି। ଯାହା ଆପଣ ଶୁଣିଲେ ବିଶ୍ବାସ କରିପାରିବେନି। ଝିଅଟି ଜନ୍ମ ହୋଇଛି ବୋଲି ପୂରା ପରିବାର ତାର ଆସିବାକୁ ଧୁମଧାମରେ ସ୍ବାଗତ କରିଛନ୍ତି। ଆପଣ ଭାବୁଥିବେ କୌଣସି ଫିଲ୍ମର କାହାଣୀ କିନ୍ତୁ ନା ଏହା ସମ୍ପୂର୍ଣ୍ଣ ସତ ଘଟଣା।
ଏହାସହ ପଢ଼ନ୍ତୁ: ନବବଧୂଙ୍କ ସାହସକୁ ସଲାମ… ଓଢ଼ଣୀରେ ବାଇକ୍ ଚାଳକଙ୍କ ଜୀବନ ବଞ୍ଚାଇଲେ
ପରିବାର ଦୁଇ ଶତାବ୍ଦୀ ପରେ ଏକ କନ୍ୟା ଜନ୍ମକୁ ବହୁ ଖୁସିରେ ପାଳନ କରିଛନ୍ତି। ଏକ ରାଜକୁମାରୀକୁ ସ୍ୱାଗତ କରିଛନ୍ତି। ହସ୍ପିଟାଲରୁ ଡିସଚାର୍ଜ ହେବା ପରେ, ନବଜାତ ଶିଶୁ ଏବଂ ତାଙ୍କ ମାଆଙ୍କୁ ଫୁଲରେ ସଜାଯାଇଥିବା ଏକ ବିରାଟ ରଥରେ ବଡ଼ ଧୁମଧାମ ଏବଂ ଆଡମ୍ବର ସହିତ ଘରକୁ ଅଣାଯାଇଥିଲା।
ସୌଭାଗ୍ୟବତୀ କଳ୍ପନା ଋଷିକୂଲ୍ୟା ଦହିଫାଲେ ଏକ ଶିଶୁକନ୍ୟା ଜନ୍ମ ଦେଇଥିଲେ। ପରିବାର ତାଙ୍କର ନାମ ଗାର୍ଗୀ ରଖିଥିଲେ। ପରିବାର ଲୋକଙ୍କ କହିବା ଅନୁଯାୟୀ, ଗତ ପାଞ୍ଚ ପିଢ଼ି ଧରି ସେମାନଙ୍କ ପରିବାରରେ କୌଣସି କନ୍ୟା ସନ୍ତାନ ଜନ୍ମ ହୋଇ ନଥିଲା। ଯେତେବେଳେ ମା ଏବଂ ଶିଶୁକୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା, ପରିବାର ଫୁଲରେ ତିଆରି ଏକ ରଥ ନିର୍ମାଣ କରିଥିଲେ। ଢୋଲ ଏବଂ ଝାଞ୍ଜ ବଜାଇବା ସହିତ ଏକ ଶୋଭାଯାତ୍ରା କରାଯାଇଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗାର୍ଗୀଙ୍କ ଜେଜେବାପା ଲିମ୍ବାଜୀ ଦହିଫଲେ ନାତୁଣୀ ଜନ୍ମ ନେଇଥିବା ଶୁଣି ବହୁତ ଖୁସି ହୋଇଯାଇଥିଲେ। ଖୁସିରେ କାନ୍ଦି ପକାଇଲେ। ସେ କହିଥିଲେ ଯେ, ପରିବାରରେ ଝିଅ ଜନ୍ମ ହେବା ବଡ଼ ସୌଭାଗ୍ୟର କଥା। ଦୀର୍ଘବର୍ଷ ଧରି ଘରେ ଝିଅଟିଏ ନଥିଲା। ଆମ ପରିବାରରେ ଗୋଟିଏ ଝିଅ ହେବାକୁ ଆମେ କେତେ ଯେ, ପୂଜାପାଠ କରୁଥିଲୁ। ଶେଷରେ ଝିଅର କୁଆଁ କୁଆଁ ଡାକରେ ଅମ ଘର ଯେମିତି ପୂରି ଉଠିଲା।
Related Topics
Explore more stories