Medical Success / ରୋଗୀଙ୍କୁ ଛୋଟ ପଡ଼ିଲା ଅପରେସନ୍ ବେଡ୍; ୩୨ ଦିନରେ କମାଇଲେ ୪୯ କେଜି ଓଜନ
·2 weeks ago·2 min read

Key Points
ଓଜନ ଥିଲା ୨୦୯ କେଜି
ଛୋଟ ପଡ଼ିଲା ଅପରେସନ୍ ବେଡ୍
୩୨ଦିନରେ କମାଇଲେ ୪୯କେଜି ଓଜନ
ଛୋଟ ପଡ଼ିଲା ଅପରେସନ୍ ବେଡ୍
୩୨ଦିନରେ କମାଇଲେ ୪୯କେଜି ଓଜନ
ନୂଆଦିଲ୍ଲୀ: ବେଳେବେଳେ କିଛି ରୋଗୀଙ୍କ ତୁରନ୍ତ ଅପରେସନ କରାଯାଏ ନାହିଁ, ପ୍ରଥମେ ସେମାନଙ୍କୁ ଅପରେସନ୍ କରିବା ପାଇଁ ଯୋଗ୍ଯ କରାଯାଏ । ଏମ୍ସ ଦିଲ୍ଲୀରେ ଏପରି ଏକ ଖବର ସାମ୍ନାକୁ ଆସିଛି, ଯେଉଁଠି ଜଣେ ୩୨ ବର୍ଷୀୟ ଯୁବକଙ୍କ ଓଜନ ଏତେ ଅଧିକ ଥିଲା ଯେ ତାଙ୍କୁ ସାଧାରଣ ଅପରେସନ ଟେବୁଲ୍ରେ ଶୁଆଇବା ଅସମ୍ଭବ ଥିଲା । ୨୦୯ କେଜି ଓଜନ, ୧୯୮ ସେମିର ପେଟ ଓ ଶ୍ଵାସକ୍ରିୟା କରିବାରେ ବଡ଼ ସମସ୍ୟା । ଅବସ୍ଥା ଏପରି ଥିଲା ଯେ ଡାକ୍ତର ଅପରେସନ କରିବା ପୂର୍ବରୁ ଚିକିତ୍ସା କରିବାର ପଦ୍ଧତିକୁ ପରିବର୍ତ୍ତନ କଲେ।
ପ୍ରାୟ ୧ ମାସ ପର୍ଯ୍ୟନ୍ତ ଏହି ପଦ୍ଧତି ଜାରି ଥିଲା । ଅନେକ ବିଶେଷଜ୍ଞ ଡାକ୍ତରୀ ଟିମ ଏହି କାମରେ ଲାଗିପଡ଼ିଲେ । ରୋଗୀଙ୍କୁ କମ କ୍ୟାଲୋରୀଯୁକ୍ତ ଖାଦ୍ଯ ଦିଆଯାଇଥିଲା । ଶେଷରେ ମାତ୍ର ୩୨ ଦିନ ମଧ୍ୟରେ ରୋଗୀଙ୍କ ଓଜନ ୨୦୯ କେଜିରୁ ୧୬୦ କେଜିରେ ପହଞ୍ଚିଥିଲା । ଏବେ ସେ ବିନା କୌଣସି ଆଶାବାଡ଼ିରେ ଏକା ଚାଲିପାରୁଛନ୍ତି ।
ପଢନ୍ତୁ ଏହି ଖବର: ଗର୍ଲଫ୍ରେଣ୍ଡର ପିରିୟଡ ବ୍ଲଡକୁ -80°Cରେ ରଖୁଛନ୍ତି ଏହି କୋଟିପତି ପ୍ରେମିକ; କହିଦେଲେ କାରଣ

- କଣ କହିଲେ ଏମ୍ସ ଡାକ୍ତର ?
ପଢନ୍ତୁ ଏହି ଖବର: ଗର୍ଲଫ୍ରେଣ୍ଡର ପିରିୟଡ ବ୍ଲଡକୁ -80°Cରେ ରଖୁଛନ୍ତି ଏହି କୋଟିପତି ପ୍ରେମିକ; କହିଦେଲେ କାରଣ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ରୋଗୀଙ୍କୁ କେବଳ ମୋଟାପଣ ସମସ୍ୟା ନଥିଲା, ବରଂ ଏହା ବ୍ୟତୀତ ଶୋଇବାର ସମସ୍ୟା, ଉଚ୍ଚ ରକ୍ତଚାପ, ପ୍ରି-ଡାଇବେଟିସ, ଗ୍ୟାସ ଜନିତ ସମସ୍ୟ, ଅବସାଦ ଓ ଆଣ୍ଠୁଗଣ୍ଠି ସମସ୍ୟା ମଧ୍ୟ ଥିଲା । ତାଙ୍କ ଅବସ୍ଥା ଏପରି ହୋଇଥିଲା ଯେ ସେ ବିନା ଯନ୍ତ୍ର ସାହାଯ୍ୟରେ ନିଶ୍ଵାସ ମଧ୍ୟ ନେଇପାରୁନଥିଲେ । ଅମ୍ଳଜାନ ସ୍ତର ମଧ୍ୟ ହ୍ରାସ ପାଉଥିଲା । ଏହି ସମୟରେ ଅପରେସନ କରିବା ସମ୍ଭବ ନଥିଲା ।
- କେବଳ ୩୨ଦିନ, ବଦଳିଲା ଚିତ୍ର
Related Topics
Explore more stories