Videos
|
Viral-stories

Bengaluru CEO Controversy / UPରୁ ରାଜସ୍ଥାନ ଯାଏଁ ପୁରୁଷଙ୍କୁ ଚାକିରି ମନା ? CEOଙ୍କ ଘୋଷଣାକୁ ନେଇ ବିବାଦ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
UPରୁ ରାଜସ୍ଥାନ ଯାଏଁ ପୁରୁଷଙ୍କୁ ଚାକିରି ମନା ? CEOଙ୍କ ଘୋଷଣାକୁ ନେଇ ବିବାଦ
Bengaluru CEO Controversy

Key Points

ବେଙ୍ଗାଲୁରୁ CEOଙ୍କ ବିବାଦୀୟ ଘୋଷଣା
୪ ରାଜ୍ୟର ପୁରୁଷଙ୍କ ପାଇଁ ‘ନୋ ଜବ୍’
CEOଙ୍କ ପୋଷ୍ଟକୁ ନେଇ ତୁମୁଳ ଚର୍ଚ୍ଚା
ବେଙ୍ଗାଲୁରୁର ଜଣେ CEOଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଏବେ ବେଶ୍‌ ଚର୍ଚ୍ଚା । ଉତ୍ତର ଭାରତର ୪ଟି ରାଜ୍ୟର ପୁରୁଷ ପ୍ରାର୍ଥୀଙ୍କୁ ଚାକିରି ନଦେବା ନେଇ CEOଙ୍କ ପୋଷ୍ଟ ସାମ୍ନାକୁ ଆସିବା ପରେ ବଢ଼ିଛି ବିବାଦ । ପୋଷ୍ଟ ଭାଇରାଲ ହେବା ସହ ସୋସିଆଲ ମିଡିଆରେ ଉଠିଛି ଅନେକ ପ୍ରଶ୍ନ—ଚାକିରିରେ ଏଭଳି ରାଜ୍ୟଭିତ୍ତିକ ଭେଦଭାବ କେତେ ଯୁକ୍ତିଯୁକ୍ତ ? ଆଉ ଏହି ଘୋଷଣା ପଛରେ ପ୍ରକୃତ କାରଣ କ’ଣ ?

ବେଙ୍ଗାଲୁରୁର ଜଣେ CEOଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଏବେ ଇଣ୍ଟରନେଟରେ ଜୋରଦାର ଚର୍ଚ୍ଚା । କମ୍ପାନୀରେ ଉତ୍ତର ଭାରତର ୪ଟି ରାଜ୍ୟର ପୁରୁଷ ପ୍ରାର୍ଥୀଙ୍କୁ ଚାକିରି ନଦେବା ନେଇ ଘୋଷଣା କରିଥିବା ଦାବି ପରେ ସୃଷ୍ଟି ହୋଇଛି ବିବାଦ । କାର୍ତ୍ତିକ ଏସ୍‌ଜି ନାମକ ଜଣେ CEO ସୋସିଆଲ ମିଡିଆ ପ୍ଲାଟଫର୍ମ 'X'ରେ ଏକ ପୋଷ୍ଟ କରି ଏହି ଘୋଷଣା କରିଥିବା କୁହାଯାଉଛି । ତାଙ୍କ ପୋଷ୍ଟ ଅନୁସାରେ, କମ୍ପାନୀ ଭିତରେ ଦୀର୍ଘ ସମୟ ଧରି ଆଲୋଚନା ଓ ବିତର୍କ ପରେ ଏଭଳି ନିଷ୍ପତ୍ତି ନିଆଯାଇଛି ।
ପୋଷ୍ଟରେ ଉତ୍ତରପ୍ରଦେଶ, ରାଜସ୍ଥାନ, ବିହାର ଏବଂ ମଧ୍ୟପ୍ରଦେଶ—ଏହି ୪ଟି ରାଜ୍ୟର ପୁରୁଷ ପ୍ରାର୍ଥୀଙ୍କୁ କମ୍ପାନୀରେ ନିଯୁକ୍ତି ନଦେବା କଥା ଉଲ୍ଲେଖ ରହିଛି । ଏହା ସହ କମ୍ପାନୀରେ ରାଜସ୍ଥାନର ଜଣେ ମହିଳା କର୍ମଚାରୀ ପୂର୍ବରୁ କାମ କରୁଛନ୍ତି ଏବଂ ସେ ମଧ୍ୟ ଏହି ନିଷ୍ପତ୍ତି ସହ ସହମତ ବୋଲି CEO ଦାବି କରିଛନ୍ତି ।

ଏହି ପୋଷ୍ଟ ସାମ୍ନାକୁ ଆସିବା ପରେ ଚାକିରିରେ ରାଜ୍ୟଭିତ୍ତିକ ଭେଦଭାବକୁ ନେଇ ପ୍ରଶ୍ନ ଉଠିଛି । କିଛି ସୋସିଆଲ ମିଡିଆ ୟୁଜର୍ସ ଏହାକୁ ଅଞ୍ଚଳଭିତ୍ତିକ ପକ୍ଷପାତ ବୋଲି ଅଭିଯୋଗ କରିବା ସହ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ପୋଷ୍ଟଟି ଭାଇରାଲ ହେବା ପରେ ଅନେକ ୟୁଜର୍ସ ନିଜ ନିଜ ମତ ରଖିଛନ୍ତି । କେହି CEOଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିବା ବେଳେ, ଆଉ କେହି ବେଙ୍ଗାଲୁରୁର ଲୋକମାନେ ମଧ୍ୟ ଦିଲ୍ଲୀ ଓ ନୋଏଡା ଭଳି ସହରରେ ଚାକିରି କରୁଥିବା କଥା ଉଲ୍ଲେଖ କରିଛନ୍ତି ।  ତେବେ ଏହି ଘୋଷଣାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଥମିବାର ନାଁ ନେଉନାହିଁ । ନିଯୁକ୍ତି କ୍ଷେତ୍ରରେ ଏଭଳି ନିଷ୍ପତ୍ତିର ଆଇନଗତ ଓ ନୈତିକ ପ୍ରଭାବ କ’ଣ ହୋଇପାରେ, ତାହାକୁ ନେଇ ମଧ୍ୟ ଆଲୋଚନା ଜୋର ଧରିଛି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: