LPG Gas Cylinder Blast Bengaluru / ସିଲିଣ୍ଡର ଡେଲିଭରି କରିବା ବେଳେ ଅଘଟଣ; ଅଳ୍ପକେ ବର୍ତ୍ତିଲା ଜୀବନ
·1 hour ago·2 min read

Key Points
ବେଙ୍ଗାଲୁରୁର ମଲ୍ଲେଶ୍ୱରମ୍ ଅଞ୍ଚଳରେ ଗ୍ୟାସ୍ ସିଲିଣ୍ଡର ପହଞ୍ଚାଇବାକୁ ଆସିଥିବା ଜଣେ ଯୁବକ ଘର ବାହାରେ ସିଲିଣ୍ଡର ରଖିବା ଆରମ୍ଭ କରିବା ମାତ୍ରେ ଏପରି କିଛି ଘଟିଗଲା ଯାହା କେହି କଳ୍ପନା ମଧ୍ୟ କରିନଥିଲେ।
ଅନେକ ସମୟରେ ଲୋକ ପ୍ରାୟତଃ ଏଲପିଜ ଗ୍ୟାସ ସିଲିଣ୍ଡର (LPG Gas Cylinder) ସୁରକ୍ଷାକୁ ହାଲୁକା ଭାବରେ ଗ୍ରହଣ କରନ୍ତି। ହେଲେ ତଥାପି ଏକ ଛୋଟ ଭୁଲ ମଧ୍ୟ ଏକ ବଡ଼ ଦୁଃଖଦ ଘଟଣା ଘଟାଇପାରେ। ସଦ୍ୟ ବେଙ୍ଗାଲୁରୁ ସ୍ଥିତ ମଲ୍ଲେଶ୍ୱରମ୍ ଅଞ୍ଚଳରେ ଦେଖିବାକୁ ମିଳିଛି ଏହାର ସଦ୍ୟତମ ଘଟଣାକ୍ରମ। ଯେଉଁଠି ଏକ ଭୟାନକ ଅଘଟଣ ଘଟିଯାଇଛି। ସିଲିଣ୍ଡର ଡେଲିଭରି କରିବାକୁ ଆସିଥିବା ଜଣେ ଯୁବକ ଏହାକୁ ଏକ ଘରେ ରଖିବା ମାତ୍ରେ ହଠାତ୍ ଏଥିରେ ନିଆଁ ଲାଗି ଯାଇଥିଲା। ଦେଖୁ ଦେଖୁ କିଛି ସମୟ ମଧ୍ୟରେ ଏଥିରେ ଜୋରଦାର ବିସ୍ଫୋରଣ ହୋଇଥିଲା। ସୌଭାଗ୍ୟବଶତଃ ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ବ୍ୟକ୍ତି, ଯିଏ ସିଲିଣ୍ଡର ଡେଲିଭରି କରିବାକୁ ଆସିଥିଲେ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। ତାଙ୍କୁ କୌଣସି ଗୁରୁତର ଆଘତ ଲାଗିନଥିଲା।
ରିପୋର୍ଟ ଅନୁଯାୟୀ ଘରେ ରହୁଥିବା ଜଣେ ମହିଳା ଦ୍ୱାର ବନ୍ଧ ଧୋଇଥିଲେ। ମହିଳା ଜଣଙ୍କ ସେଠାରେ ପୂଜ ପାଠ କରିବା ସହ ତେଲ ଦୀପ ଜାଳିଥିଲେ। ଯେତେବେଳେ ସେଠାରେ ପୂଜାର୍ଚ୍ଚନା କରାଯାଉଥିଲା ସେତେବେଳ ଡେଲିଭରି ବୟ ଗ୍ୟାସ ସିଲିଣ୍ଡର ଡେଲିଭରି କରିବାକୁ ପହଞ୍ଚିଥିଲେ। ଘରର ଦ୍ୱାର ବନ୍ଧରେ ଦୀପ ଜଳୁଥିବା ନେଇ ଜାଣିନଥିଲେ ଡେଲିଭରି ବୟ। ଯେତେହେଳେ ଡେଲିଭରି ବୟ ତାଙ୍କ କାନ୍ଧରେ ବୋହି ଆଣିଥିବା ସିଲିଣ୍ଡର ଦ୍ୱାର ପାଖରେ ରଖିଥିଲେ, ସେତେବେଳେ ସେ ସିଲିଣ୍ଡର କ୍ୟାପ୍ ଖୋଲିଥିଲେ। ହେଲେ ସିଲିଣ୍ଡର ମଧ୍ୟରୁ ପୂର୍ବରୁ ଗ୍ୟାସ୍ ଲିକ୍ ହେଉଥିଲା।
ଏହାକୁ ସେହି ଘରର ଚଟାଣରେ ରଖିବା ମାତ୍ରେ ଲିକ୍ ହେଉଥିବା ଗ୍ୟାସ ଜଳୁଥିବା ଦୀପ ନିଆଁ ସଂସ୍ପର୍ଶରେ ଆସିଥିଲା। ଯାହା ଫଳରେ ହଠାତ୍ ନିଆଁ ଲାଗି ଯାଇଥିଲା। ଏହା ପରେ ଏକ ଜୋରଦାର ବିସ୍ଫୋରଣ ହୋଇଥିଲା। ଯେତେବେଳେ ସିଲିଣ୍ଡର ରେ ହଠାତ୍ ନିଆଁ ଲାଗିଗଲା, ସେତବେଳେ ଡେଲିଭରି ବୟ ତୁରନ୍ତ ଦେଖାଇ ତୁରନ୍ତ ପଛକୁ ହଟିଗଲେ। ଯାହା ଫଳରେ ଏକ ବଡ଼ ଅଘଟଣକୁ ଏଡାଇ ଦିଆଯାଇଥିଲା। ଉପସ୍ଥିତ ବୁଦ୍ଧି ଯୋଗୁଁ ଡେଲିଭର ଜଣଙ୍କ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories