Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସେଲୁନ ପାଲଟିଲା ATM; ଯିଏ ଦେଖୁଛି ସିଏ କାବା

Viral stories

Viral ATM Salon / ସେଲୁନ ପାଲଟିଲା ATM; ଯିଏ ଦେଖୁଛି ସିଏ କାବା

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ସେଲୁନ ପାଲଟିଲା ATM; ଯିଏ ଦେଖୁଛି ସିଏ କାବା
Viral ATM Salon

Key Points

ଏଟିଏମ ଭିତରେ ଚାଲିଛି ଚୁଟି କଟା
ପୂରା ସେଲୁନ ଭଳି ଚୁଟି କାଟୁଛନ୍ତି ଦୋକାନୀ
ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
ବିହାର ସର୍ବଦା ଅଜବ କାମ ଏବଂ ଜୁଗାଡ଼ ପାଇଁ ସାରା ଦେଶରେ ଚର୍ଚ୍ଚାରେ ରହେ । କିନ୍ତୁ ଏଥର, ରାଜଧାନୀ ପାଟନା ନିକଟସ୍ଥ ଦାନାପୁର ଅଞ୍ଚଳର ଏକ ଫଟୋ ସୋସିଆଲ ମିଡିଆରେ ଜୁଗାଡ଼ର ପରିଭାଷାକୁ ବଦଳାଇ ଦେଇଛି । ଲୋକମାନେ ସାଧାରଣତଃ ଟଙ୍କା ଉଠାଇବା ପାଇଁ ଯେଉଁ ATM ବୁଥ୍ ଗୁଡ଼ିକୁ ବ୍ୟବହାର କରନ୍ତି, ସେଗୁଡ଼ିକ ଏବେ କଇଁଚି ଏବଂ ଚୁଟିରେ ପରିପୂର୍ଣ୍ଣ । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

  • ଏଟିଏମ ଭିତରେ କଟାଯାଉଛି ଚୁଟି
ତେବେ ବିହାର ଦାନାପୁରରେ ଥିବା ଏକ ପରିତ୍ୟକ୍ତ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏଟିଏମକୁ କେହି ଜଣେ "AC ସେଲୁନ୍"ରେ ପରିଣତ କରିଛନ୍ତି । ଭାଇରାଲ୍ ଭିଡିଓରେ, ଏଟିଏମ୍ ବୁଥଟି ଏକ ଚେୟାର, ଏକ ବଡ଼ ଦର୍ପଣ ଏବଂ ସମସ୍ତ ସେଲୁନ୍ ଉପକରଣ ସହିତ ସଜ୍ଜିତ ହୋଇଛି । ଗ୍ରାହକମାନେ ଆରାମରେ କେଶ ଏବଂ ଦାଢ଼ି କାଟିବା ସହିତ ଏଟିଏମ୍‌ର ଏସିର ଉପଭୋଗ କରୁଛନ୍ତି । ବାହାରକୁ ଦେଖିଲେ ଏହା ଏକ ବ୍ୟାଙ୍କ ଏଟିଏମ୍ ପରି ଦେଖାଯାଉଛି, କିନ୍ତୁ ଭିତରଟି ଏକ ବିଳାସପୂର୍ଣ୍ଣ ହେୟାର ଷ୍ଟୁଡିଓ ପାଲଟିଛି ।

  • ATMରେ କାହିଁକି ଖୋଲିଲା ସେଲୁନ୍ ?
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏଟିଏମଟି ଦୀର୍ଘ ଦିନ ଧରି ଅଚଳ ଅବସ୍ଥାରେ ରହିଥିଲା । ଖାଲି ବୁଥ୍ ଏବଂ ଏୟାର କଣ୍ଡିସନିଂ ସିଷ୍ଟମର ସୁଯୋଗ ନେବା ପାଇଁ ଏହାକୁ ଏକ ସେଲୁନରେ ପରିଣତ କରାଯାଇଛି । ତଥାପି, ଏହା ସରକାରୀ ଅନୁମତିରେ କରାଯାଇଥିଲା କି ଏକ ଅବୈଧ ଦଖଲ ଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ହେଲେ ପ୍ରତିଦିନ ଯେପରି ଗ୍ରାହକ ସେଲୁନକୁ ଯାଇ ଚୁଟି, ଦାଢି କାଟନ୍ତି ଠିକ୍ ସେହିପରି ଏହା ଭିତରେ ଗ୍ରାହକ ଚୁଟି କାଟୁଥିବା ଦେଖିବାକୁ ମିଳିଛି ।



ପଢନ୍ତୁ ଏହି ଖବର: ଯାହାକୁ ଦେଖୁଛି ତାକୁ କାମୁଡୁଛି ଗୁଣ୍ଡୁଚିମୂଷା; ଆହତ ହେଲେଣି ୧୮ ଜଣ

  • ସୋସିଆଲ ମିଡିଆରେ କମେଣ୍ଟ ବର୍ଷା
ଏହି ଭିଡିଓକୁ ସୋସିଆଲ ମିଡିଆରେ ବହୁଳ ଭାବରେ ସେୟାର କରାଯାଉଛି, ଏହାକୁ "ଡିଜିଟାଲ ଇଣ୍ଡିଆର ନୂତନ ସେଲୁନ୍ ମଡେଲ୍" ବୋଲି କୁହାଯାଉଛି । ଭିଡିଓଟି ଅନଲାଇନରେ ପ୍ରକାଶ ପାଇବା ମାତ୍ରେ ବ୍ୟବହାରକାରୀମାନେ ମଜାଦାର କମେଣ୍ଟ ପୋଷ୍ଟ କରିବା ଆରମ୍ଭ କରିଛନ୍ତି । ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, "ଏହା କେବଳ ବିହାରରେ ସମ୍ଭବ ।" ତେବେ ବିହାରରେ ଏପରି ଅଜବ ଘଟଣା ପ୍ରାୟତଃ ଘଟିଥାଏ, ଯେଉଁଥିପାଇଁ ଏହା ଖବରର ଶିରୋନାମାରେ ରହିଥାଏ ଓ ଲୋକେ ଏଥିପାଇଁ ରାଜ୍ୟକୁ ନେଇ ମଜା ମଧ୍ୟ କରିଥାନ୍ତି । 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
SBI ATM in Bihar Allegedly Turned Into Hair Salon, Viral Video Sparks Reactions | Argus News