Viral Video / ବିବାହ ମଝିରେ କର୍ତ୍ତବ୍ୟ କଲେ ନବବଧୂ; ଅସୁସ୍ଥ କ୍ୟାଟରିଂ ଷ୍ଟାଫଙ୍କ କଲେ ଚିକିତ୍ସା
·2 hours ago·2 min read

Key Points
ନବ ବିବାହିତା ଡାକ୍ତରଙ୍କ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ନବବଧୂ ବେଶରେ ଥିବା ଡାକ୍ତର ଜଣଙ୍କ ଦୁଇ ଜଣ କ୍ୟାଟରିଂ କର୍ମଚାରୀ ଅସୁସ୍ଥ ହୋଇ ପଡ଼ିଥିବା ବେଳେ ତାଙ୍କୁ ପ୍ରାଥମିକ ଉପଚାର ଦେଇଛନ୍ତି ।
ନୂଆଦିଲ୍ଲୀ: ବିବାହର ଖୁସି ଭିତରେ କର୍ତ୍ତବ୍ୟ ନିଭାଇଲେ ଡାକ୍ତର । ଅସୁସ୍ଥ କ୍ୟାଟରିଂ କର୍ମଚାରୀଙ୍କ କଲେ ଚିକିତ୍ସା । କେରଳର କନ୍ନୁରର ନବ ବିବାହିତା ଡାକ୍ତରଙ୍କ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ନବବଧୂ ବେଶରେ ଥିବା ଡାକ୍ତର ଜଣଙ୍କ ଦୁଇ ଜଣ କ୍ୟାଟରିଂ କର୍ମଚାରୀ ଅସୁସ୍ଥ ହୋଇ ପଡ଼ିଥିବା ବେଳେ ତାଙ୍କୁ ପ୍ରାଥମିକ ଉପଚାର ଦେଇଛନ୍ତି ।
ବିବାହ ଉତ୍ସବ ଭିତରେ ହଠାତ୍ ଦୁଇ ଜଣ ମହିଳା କ୍ୟାଟରିଂ କର୍ମଚାରୀ ଅସୁସ୍ଥ ହୋଇ ପଡ଼ିଥିଲେ । ଯାହା ଦେଖି ବଧୂ ବେଶରେ ଥିବା ଡକ୍ଟର ଶିରୀନ ସୁବୈର ତୁରନ୍ତ ସହାୟତା ପାଇଁ ପହଞ୍ଚିଥିଲେ । ଏବେ ଉକ୍ତ ଭିଡିଓ ସୋସିଆଲ୍ ମିଡିଆରେ ସମସ୍ତଙ୍କ ମନ ଜିଣୁଛି ।
ଏଥିସହ ପଢ଼ନ୍ତୁ: ୫ ବର୍ଷର କୁନିଝିଅ ସହ ବଡ଼ ଅଘଟଣ; ସୁନା ବିସ୍କୁଟ ଗିଳିଦେଲା..
କନ୍ନୁରର ପାନୁରରେ ରୁହନ୍ତି ଡକ୍ଟର ଶିରୀନ ସୁବୈର । ସେ ଡକ୍ଟର ରିଜାଜଙ୍କୁ ବିବାହ କରିବା ବେଳେ କ୍ୟାଟରିଂର ୨ ଜଣ ଷ୍ଟାଫ୍ ଅସୁସ୍ଥ ହୋଇ ପଡ଼ିଥିଲେ । ଜଣେ ମହିଳାଙ୍କ ନାକରୁ ରକ୍ତ ବାହାରୁଥିବା ବେଳେ ଅନ୍ୟ ଜଣଙ୍କ ମୁଣ୍ଡ ବୁଲାଉଥିଲା ।
କ୍ୟାଟରିଂ କର୍ମଚାରୀ ଅସୁସ୍ଥ ହୋଇ ପଡ଼ିଥିବା ଜାଣିବା ପରେ ଶିରୀନ ବିଳମ୍ବ ନ କରି ଚିକିତ୍ସା ପାଇଁ ଆଗେଇ ଆସିଥିଲେ । ପ୍ରାଥମିକ ଉପଚାର କରିଥିଲେ । ଏନେଇ ଶିରୀନ କହିଛନ୍ତି, "ସେ ସମୟରେ ଯାହା ଆବଶ୍ୟକତା ଥିଲା, ତାହା ମୁଁ କରିଛି ।" ଏବେ ଶିରୀନ ଓଟ୍ଟାପାଲମର ବଲ୍ଲୁୱନାଡ଼ ହସ୍ପିଟାଲ୍ରେ ଜରୁରୀକାଳୀନ ଭେଷଜ ବିଶେଷଜ୍ଞ ଭାବେ ପ୍ରଥମ ବର୍ଷ ପାଠ ପଢ଼ୁଛନ୍ତି ।
ଭିଡିଓ ଭାଇରାଲ୍ ହେବା ପରେ ଏବେ ଶିରୀନଙ୍କୁ ନେଇ ସବୁଠି ଚର୍ଚ୍ଚା ହେଉଛି । କିନ୍ତୁ, ଶିରୀନ ଏହି ଘଟଣାକୁ ସେତେ ବଡ଼ ବୋଲି ମାନୁ ନାହାନ୍ତି । ସେ କହିଛନ୍ତି, "ଏହା ବଡ଼ କଥା ନୁହେଁ । ଯଦି ଆମେ ରାସ୍ତାରେ ଯାଉଥିବା ବେଳେ କାହାରିକୁ ଅଚେତ ଦେଖୁ, ତୁରନ୍ତ ସାହାଯ୍ୟ କରିବା କଥା ମନକୁ ଆସେ । ଆମେ ଯାହା ପାରୁ କରୁ ପୁଣି ମେଡିକାଲ୍ ନେଇଯାଉ ।"
ଏଥିସହ ପଢ଼ନ୍ତୁ: ବିବାହ ମଣ୍ଡପରେ ବରର ମୁହଁ ଦେଖି, ବିବାହ କରିବାକୁ ସିଧା ମନା କରିଦେଲା କନ୍ୟା… ଶିଶୁପାଳ ହୋଇ ଫେରିଲା ବର
ଏଥିସହ ଶିରୀନ ସମସ୍ତଙ୍କୁ ପ୍ରାଥମିକ ଉପଚାର ନେଇ ଜାଣିବା ଉପରେ ଗୁରୁତ୍ଵ ଦେଇଛନ୍ତି । ସେ କହିଛନ୍ତି, "ଜରୁରୀ ସ୍ଥିତିରେ ଶୀଘ୍ର ସିପିଆର୍ ଦେବା ଗୁରୁତ୍ଵପୂର୍ଣ୍ଣ ହୋଇଥାଏ ଓ ପ୍ରାଥମିକ ଉପଚାରରେ ବିଳମ୍ବ ପାଇଁ ରୋଗୀ ବଞ୍ଚିବାର ସମ୍ଭାବନା ହ୍ରାସ ପାଇଥାଏ ।"
ଶିରୀନ କହିଛନ୍ତି, "ମୁଁ ଯେତେବେଳେ କ୍ୟାଟରିଂ କର୍ମଚାରୀଙ୍କୁ ସହାୟତା କରୁଥିଲି, ଜାଣି ନଥିଲି କେହି ଭିଡିଓ କରୁଛନ୍ତି । ପରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଜାଣିଲି । ଚିକିତ୍ସା କରିବା ମୋର କର୍ତ୍ତବ୍ୟ ଥିଲା, ଅଧିକ କିଛି ନୁହେଁ ।"

முதலில் மருத்துவர் பின்னர் தான் மணப்பெண்
— Rajini (@rajini198080) August 21, 2026
மண பந்தலில் அமர்ந்த மருத்துவர் ஷிரின் வரவேற்பு நிகழ்ச்சியில்
உணவு பரிமாற கேட்டரிங் வேலைக்கு வந்த பெண்ணுக்கு
மூக்கில் இருந்து ரத்தம் வடிய அவர் செய்வது அறியாமல் சுற்றி இருந்தவர்கள் நிற்க pic.twitter.com/PWdQqmvIzt
କ୍ୟାଟରିଂ କର୍ମଚାରୀ ଅସୁସ୍ଥ ହୋଇ ପଡ଼ିଥିବା ଜାଣିବା ପରେ ଶିରୀନ ବିଳମ୍ବ ନ କରି ଚିକିତ୍ସା ପାଇଁ ଆଗେଇ ଆସିଥିଲେ । ପ୍ରାଥମିକ ଉପଚାର କରିଥିଲେ । ଏନେଇ ଶିରୀନ କହିଛନ୍ତି, "ସେ ସମୟରେ ଯାହା ଆବଶ୍ୟକତା ଥିଲା, ତାହା ମୁଁ କରିଛି ।" ଏବେ ଶିରୀନ ଓଟ୍ଟାପାଲମର ବଲ୍ଲୁୱନାଡ଼ ହସ୍ପିଟାଲ୍ରେ ଜରୁରୀକାଳୀନ ଭେଷଜ ବିଶେଷଜ୍ଞ ଭାବେ ପ୍ରଥମ ବର୍ଷ ପାଠ ପଢ଼ୁଛନ୍ତି ।
ଭିଡିଓ ଭାଇରାଲ୍ ହେବା ପରେ ଏବେ ଶିରୀନଙ୍କୁ ନେଇ ସବୁଠି ଚର୍ଚ୍ଚା ହେଉଛି । କିନ୍ତୁ, ଶିରୀନ ଏହି ଘଟଣାକୁ ସେତେ ବଡ଼ ବୋଲି ମାନୁ ନାହାନ୍ତି । ସେ କହିଛନ୍ତି, "ଏହା ବଡ଼ କଥା ନୁହେଁ । ଯଦି ଆମେ ରାସ୍ତାରେ ଯାଉଥିବା ବେଳେ କାହାରିକୁ ଅଚେତ ଦେଖୁ, ତୁରନ୍ତ ସାହାଯ୍ୟ କରିବା କଥା ମନକୁ ଆସେ । ଆମେ ଯାହା ପାରୁ କରୁ ପୁଣି ମେଡିକାଲ୍ ନେଇଯାଉ ।"
ଏଥିସହ ପଢ଼ନ୍ତୁ: ବିବାହ ମଣ୍ଡପରେ ବରର ମୁହଁ ଦେଖି, ବିବାହ କରିବାକୁ ସିଧା ମନା କରିଦେଲା କନ୍ୟା… ଶିଶୁପାଳ ହୋଇ ଫେରିଲା ବର
ଏଥିସହ ଶିରୀନ ସମସ୍ତଙ୍କୁ ପ୍ରାଥମିକ ଉପଚାର ନେଇ ଜାଣିବା ଉପରେ ଗୁରୁତ୍ଵ ଦେଇଛନ୍ତି । ସେ କହିଛନ୍ତି, "ଜରୁରୀ ସ୍ଥିତିରେ ଶୀଘ୍ର ସିପିଆର୍ ଦେବା ଗୁରୁତ୍ଵପୂର୍ଣ୍ଣ ହୋଇଥାଏ ଓ ପ୍ରାଥମିକ ଉପଚାରରେ ବିଳମ୍ବ ପାଇଁ ରୋଗୀ ବଞ୍ଚିବାର ସମ୍ଭାବନା ହ୍ରାସ ପାଇଥାଏ ।"
ଶିରୀନ କହିଛନ୍ତି, "ମୁଁ ଯେତେବେଳେ କ୍ୟାଟରିଂ କର୍ମଚାରୀଙ୍କୁ ସହାୟତା କରୁଥିଲି, ଜାଣି ନଥିଲି କେହି ଭିଡିଓ କରୁଛନ୍ତି । ପରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଜାଣିଲି । ଚିକିତ୍ସା କରିବା ମୋର କର୍ତ୍ତବ୍ୟ ଥିଲା, ଅଧିକ କିଛି ନୁହେଁ ।"
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories