Videos
|
Viral stories

Girl Swallowed Gold Biscuit / ୫ ବର୍ଷର କୁନିଝିଅ ସହ ବଡ଼ ଅଘଟଣ; ସୁନା ବିସ୍କୁଟ ଗିଳିଦେଲା...

Debashree Debasmita Sahoo
Browse all articles by Debashree Debasmita Sahoo
·21 hours ago·2 min read
୫ ବର୍ଷର କୁନିଝିଅ ସହ ବଡ଼ ଅଘଟଣ; ସୁନା ବିସ୍କୁଟ ଗିଳିଦେଲା...
Girl Swallowed Gold Biscuit

Key Points

ଖେଳୁ ଖେଳୁ ଘଟିଲା ବଡ଼ ଅଘଟଣ
ସୁନା ବିସ୍କୁଟ ଗିଳିଦେଲା କୁନିଝିଅ
ହେଲେ ଝିଅ ପାଖକୁ ଏହା ଆସିଲା କେଉଁଠୁ ?
ଚୀନରୁ ଏକ ଚମକାଇଦେଲା ପରି ଘଟଣା ସାମ୍ନାକୁ ଆସିଛି । ଉତ୍ତର ଚୀନର ଏକ ୫ବର୍ଷର କୁନିଝିଅକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, କାରଣ ଝିଅଟି ୫୦ ଗ୍ରାମର ସୁନା ବିସ୍କୁଟ ଗିଳିଦେଇଥିଲା । କୁନିଝିଅକୁ ଗୁରୁତର ସ୍ଥିତିରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ ପରିବାର ଲୋକେ । ତେବେ ଝିଅଟି ଖେଳୁ ଖେଳୁ ସୁନା ବିସ୍କୁଟଟି ଗିଳି ଦେଇଥିବା ଜଣାପଡ଼ିଛି । ସୁନା ବିସ୍କୁଟ ଗିଳିଦେବା ଫଳରେ ପିଲାଟିର ଆଭ୍ୟନ୍ତରୀଣ ଭାଗରେ କ୍ଷତ ଓ ରକ୍ତସ୍ରାବର ଭୟ ମଧ୍ୟ ଥିଲା ।

ହସ୍ପିଟାଲରେ ପହଞ୍ଚିବା ପରେ ଏକ୍ସ-ରେରୁ ଜଣାପଡ଼ିଥିଲା ଯେ ଏହି ସୁନା ବିସ୍କୁଟଟି ୪ ସେଣ୍ଟିମିଟର ଲମ୍ବା ଥିଲା । ଝିଅଟି ଏହାକୁ ଗିଳିଦେବା ପରେ ତାର ପେଟରେ ଏହା ଲାଖି ରହିଥିଲା । ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ପିଲାଟି ଖେଳୁ ଖେଳୁ ସୁନା ବିସ୍କୁଟ ଗିଳି ଦେଇଥିଲା । ପରିବାର ଲୋକେ ଆଖପାଖ ସମସ୍ତ ଛୋଟ କ୍ଲିନିକ୍‌କୁ ଝିଅକୁ ନେଇଥିଲେ । ମାତ୍ର କେହି ବି ଜରୁରୀ ପରିସ୍ଥିତିରେ ଏଣ୍ଡୋସ୍କୋପିକ୍ ଜରିଆରେ ଏହାକୁ ବାହାର କରିବାର ସୁବିଧା ନଥିଲା । ଯେହେତୁ ସୁନା ବିସ୍କୁଟଟି ଟାଣ, ଏଣୁ ପାଇପରେ ଫସିଯିବାର ସମ୍ଭାବନା ଥିଲା । ଯଦି ଏପରି ଛାଡ଼ି ଦିଆଯିବ ତେବେ ଏହା ପେଟ ଭିତର ଅଂଶକୁ କ୍ଷତବିକ୍ଷତ କରିପାରେ ।

  • କେମିତି ବାହାରିଲା ସୁନା ବିସ୍କୁଟ ?
ଚୀନର କିଛି ଡାକ୍ତର ଅପରେସନ ଯୋଗେ ସୁନା ବିସ୍କୁଟକୁ ଝିଅର ପେଟରୁ ବାହାର କରିବାର ନିଷ୍ପତ୍ତି ନେଇଥିଲେ । ଅପରେସନ କରିବା ମଧ୍ୟ କଷ୍ଟସାଧ୍ୟ ଥିଲା, କାରଣ ସେହି ସ୍ଥାନଟି ବେଶ ଛୋଟ ଥିଲା । ଏହାପରେ ଡାକ୍ତରମାନେ ଅପରେସନ ସମୟରେ ଏଣ୍ଡୋସ୍କୋପିକ୍ କରିଥିଲେ ଓ ଏକ ଫାନ୍ଦ ଉପକରଣ ସାହାଯ୍ୟରେ ବିସ୍କୁଟକୁ ଧରିଥିଲେ ଓ ଖୁବ ସତର୍କତାର ସହ ପେଟରୁ ବାହାର କରିଥିଲେ । ଡାକ୍ତରୀ ଟିମ କିଛି ମିନିଟ୍ ମଧ୍ୟରେ ବିସ୍କୁଟକୁ ବାହାର କରିବାରେ ସଫଳ ହୋଇଥିଲେ । ମାତ୍ର ଏହା ବହୁତ ଜଟିଳ ଅପରେସନ ଥିଲା ।

ପଢନ୍ତୁ ଏହି ଖବର: କୁନିଝିଅ ବ୍ୟାଗରେ ଲୁଚାଯାଇଥିଲା ଭଏସ୍ ରେକର୍ଡର...ଏମିତି ଖୋଲିଲା ପ୍ଲେ ସ୍କୁଲର ରହସ୍ୟ

ଅପରେସନ ପରେ କୁନିଝିଅଟି ସୁସ୍ଥ ଥିବା ଜଣାପଡ଼ିଛି । ଯେତେବେଳେ ଏହି ଅପରେସନ ସମ୍ପର୍କରେ ଖବର ଭାଇରାଲ ହୋଇଥିଲା, ସେତେବେଳେ ଲୋକେ ପ୍ରଶ୍ନ କରିଥିଲେ ଯେ କୁନିଝିଅକୁ ଏହି ମହଙ୍ଗା ସୁନା ବିସ୍କୁଟ କେଉଁଠୁ ମିଳିଥିଲା ? ଅନ୍ୟ କିଛି ୟୁଜର ପରାମର୍ଶ ଦେଇଥିଲେ ଯେ ପିତାମାତାଙ୍କୁ କୁନିପିଲାଙ୍କଠାରୁ ଏପରି ଜିନିଷ ଦୂରେଇ ରଖିବା ଉଚିତ । ଜଣେ ୟୁଜର ଲେଖିଛନ୍ତି, "ଭାବିବା କଥା ହେଉଛି ଏହି ପରିବାର ଏତେ ଧନୀ ଯେ ଖୁବ ସହଜରେ କୁନିଝିଅ ନିକଟରେ ସୁନା ବିସ୍କୁଟ ପହଞ୍ଚାଇ ଦେଉଛି ।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
China: 5-Year-Old Girl Swallows 50-Gram Gold Bar, Rushed to Hospital in Critical Condition | Argus News