Viral Fight / ମାତ୍ର ୭୩୦ ଟଙ୍କାର ସପିଂ; ଆଉ ତା' ପରେ ବ୍ୟାଟ୍ ଧରି ରାସ୍ତା ମଝିରେ ପିଟାପିଟି
·3 months ago·2 min read

Key Points
ଦୋକାନୀ ଓ ଗ୍ରାହକଙ୍କ ମଧ୍ୟରେ ତୁମୁଳକାଣ୍ଡ
ମାତ୍ର ୭୩୦ ଟଙ୍କାର ସପିଂକୁ ନେଇ ଗଣ୍ଡଗୋଳ
ରାସ୍ତା ମଝିରେ ବ୍ୟାଟ୍, ଷ୍ଟମ୍ପ ଧରି ଓହ୍ଲାଇଲେ ଲୋକେ

ହଠାତ୍ ରବିବାର ମାର୍କେଟ ପାଲଟିଲା କ୍ରିକେଟ୍ ମୈଦାନ । ହାତରେ ବ୍ୟାଟ୍, ଷ୍ଟମ୍ପ ଧରି ରାସ୍ତାରେ ଲୋକେ । କେହି କିଛି ବୁଝିବା ଆଗରୁ ମାରପିଟ, ଗାଳିଗୁଲଜ । ଏହା ବଜାର ନା କୁସ୍ତି ମୈଦାନ ନା କ୍ରିକେଟ୍ ପଡ଼ିଆ ତାହା ଲୋକେ ବୁଝିପାରୁନଥିଲା । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ଉତ୍ତରପ୍ରଦେଶ ଝାନ୍ସି ଜିଲ୍ଲାର ସବୁଠୁ ବ୍ୟସ୍ତ ବଜାର ମାନିକଚୌକରେ । ଗ୍ରାହକ ଓ ଦୋକାନୀଙ୍କ ମଧ୍ୟରେ ମାତ୍ର ୭୩୦ ଟଙ୍କାର ସପିଂକୁ ନେଇ ଗଣ୍ଡଗୋଳ ହୋଇଥିଲା ।
ନିଜ ପିଲାଙ୍କ ପାଇଁ ବ୍ୟାଟ୍ ଓ ବଲ୍ କିଣିବାକୁ ପହଞ୍ଚିଥିବା ଜଣେ ଗ୍ରାହକ ଓ ଦୋକାନୀଙ୍କ ମଧ୍ୟରେ ସାମାନ୍ୟ ବଚସା ଶେଷରେ ମାରପିଟରେ ପରିଣତ ହୋଇଥିଲା । ମଝିରାସ୍ତାରେ ଉଭୟ ପକ୍ଷ ମଧ୍ୟରେ ବ୍ୟାଟ୍ ଓ ଷ୍ଟମ୍ପ ଧରି ମାରପିଟ ଆରମ୍ଭ ହୋଇଯାଇଥିଲା । ବଜାରରେ ଉପସ୍ଥିତ ଲୋକେ ପୁରା ଘଟଣାର ଭିଡିଓ ନିଜ ମୋବାଇଲ କ୍ୟାମେରାରେ ରେକର୍ଡ କରିଥିଲେ, ଯାହାକି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଦୋକାନୀ ଓ ଗ୍ରାହକଙ୍କ ମଧ୍ୟରେ ଏତେ ଜୋରରେ ଗଣ୍ଡଗୋଳ ହୋଇଥିଲା ଯେ ଦେଖୁ ଦେଖୁ ଭିଡ଼ ଜମିଥିଲା ।

- କଣ ପୂରା ଘଟଣା ?
- କଣ କହିଲେ ଦୋକାନୀ ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଇଦ ପୂର୍ବରୁ ବଜାରରେ ବଢୁଛି ଟ୍ରମ୍ପ-ନେତାନ୍ୟାହୁ ମଇଁଷିର ଚାହିଦା; ସେଲ୍ଫି ପାଇଁ ପ୍ରବଳ ଭିଡ଼
ତେବେ ସମ୍ପୃକ୍ତ ଗ୍ରାହକ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯିବା ଯୋଗୁଁ ଔପଚାରିକ ଭାବେ କୌଣସି ମାମଲା ରୁଜୁ କରାଯାଇନାହିଁ । କିନ୍ତୁ ଏହି ମାରପିଟର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହାପରେ ଝାନ୍ସି ପୋଲିସ ମଧ୍ୟ ସକ୍ରିୟ ଅଛି । କୋତବାଲି ପୋଲିସ ପୁରା ଘଟଣାର ଯାଞ୍ଚ କରୁଥିବାବେଳେ ଭାଇରାଲ ଭିଡିଓକୁ ମଧ୍ୟ ପରଖିଛି ।

Related Topics
Explore more stories