Videos
|
Viral-stories

Delhi Dehradun Expressway Trcuk Accident / ହୋର୍ଡିଂ ପାଇଁ ଧୋକ୍କା ଖାଇଗଲେ ଡ୍ରାଇଭର; ବୋର୍ଡ଼ ଭିତରେ ପୁରାଇ ଦେଲେ ଟ୍ରକ୍

Argus News
Browse all articles by Argus News
·24 mins ago·2 min read
ହୋର୍ଡିଂ ପାଇଁ ଧୋକ୍କା ଖାଇଗଲେ ଡ୍ରାଇଭର; ବୋର୍ଡ଼ ଭିତରେ ପୁରାଇ ଦେଲେ ଟ୍ରକ୍
Delhi Dehradun Expressway Trcuk Accident

Key Points

ଦିଲ୍ଲୀ-ଡେରାଡୁନ୍ ଏକ୍ସପ୍ରେସୱେରେ ରାସ୍ତା ପରି ଦେଖାଯାଉଥିବା ଏକ ବିଲବୋର୍ଡ଼ ଭିଡିଓ ଭାଇରାଲ ହୋଇଛି। ଜଣେ ଟ୍ରକ୍ ଡ୍ରାଇଭର ଏହାକୁ ପ୍ରକୃତ ରାସ୍ତା ଭାବି ସିଧା ଗାଡ଼ି ଚଲାଇ ସେଥିରେ ପଶିଗଲେ।
ଦିଲ୍ଲୀ-ଡେରାଡୁନ୍ ଏକ୍ସପ୍ରେସୱେ ଖୋଲିବା ପର ଠାରୁ ବିଭିନ୍ନ କାରଣକୁ ନେଇ ଏହା ଚର୍ଚ୍ଚାରେ ରହିଛି। ଉଦଘାଟନର କିଛି ମାସ ପରେ ଏକ୍ସପ୍ରେସୱେ ର ବିଭିନ୍ନ ସ୍ଥାନରେ ଗାତ ଦେଖିବାକୁ ମିଳିଥିଲା। ଏପରିକି ଏହା ଖୋଲିବା ପରଠାରୁ ଅନେକ ଦୁର୍ଘଟଣା ଘଟିଥିଲା। ସଦ୍ୟ ଦିଲ୍ଲୀ-ଡେରାଡୁନ୍ ଏକ୍ସପ୍ରେସୱେ ସହ ଜଡ଼ିତ ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଦେଖିବାକୁ ମିଳିଛି। ଭାଇରାଲ ଭିଡିଓ ଅନୁଯାୟୀ, ଏକ୍ସପ୍ରେସୱେ ଠାରେ ଲାଗିଥିବା ଏକ ହୋର୍ଡିଂ ପାଇଁ ଏହି ଦୁର୍ଘଟଣା ଘଟିଥିବାର କୁହାଯାଉଛି।

ଏକ୍ସପ୍ରେସୱେ ଠାରେ ଲାଗିଥିଲା ରାସ୍ତା ଭଳି ନଜର ଆସୁଥିବା ହୋର୍ଡିଂ
ଅନେକ ଲୋକ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ଭିଡି଼ଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ଏକ୍ସପ୍ରେସୱେ ପାର୍ଶ୍ୱରେ ଲଗାଯାଇଥିବା ଏକ ହୋର୍ଡିଂ ଦେଖାଯାଉଛି। ଏଥିରେ ଲେଖା ହୋଇଛି, "ଦେବଭୂମି ଆସୁଥିବା ସମସ୍ତ ପରିଦର୍ଶକଙ୍କୁ ସ୍ୱାଗତ।" ବଡ଼ କଥା ହେଉଛି ଏହି ହୋର୍ଡିଂ ଯେପରି ଲଗାଯାଇଛି ଏବଂ ଏଥିରେ ଯାହା ଲେଖାଯାଇଛି ତାହାକୁ ଦେଖିଲେ ଯେକେହି ଧୋକ୍କା ଖାଇପାରନ୍ତି।

ଏହା ସହ ପଢନ୍ତୁ: ଦିଲ୍ଲୀ-ଡେରାଡୁନ୍ ଏକ୍ସପ୍ରେସୱେରେ ରାସ୍ତା ପରି ଦେଖାଯାଉଥିବା ଏକ ବିଲବୋର୍ଡର ଭିଡିଓ ଭାଇରାଲ ହୋଇଛି। ଜଣେ ଟ୍ରକ୍ ଡ୍ରାଇଭର ଏହାକୁ ପ୍ରକୃତ ରାସ୍ତା ଭାବି ସିଧା ଗାଡ଼ି ଚଲାଇ ସେଥିରେ ପଶିଗଲେ।
ଦିଲ୍ଲୀ-ଡେରାଡୁନ୍ ଏକ୍ସପ୍ରେସୱେ ଠାରେ ଲାଗିଥିବା ଏହି ହୋର୍ଡିଂ ବାସ୍ତବରେ ରାସ୍ତାରେ ଲଗାଯାଉଥିବା କୌଣସି ହୋର୍ଡିଂ କିମ୍ବା ପେଣ୍ଟିଂ ଭଳି ନଜର ଆସୁନାହିଁ। ବରଂ ରାସ୍ତାର ଏକ ପ୍ରତିକୃତି ଭଳି ନଜର ଆସୁଛି। ଏହି ହୋର୍ଡିଂ ଏକ ଚାରି ଲେନ୍ ରାସ୍ତା ଭଳି ମନେ ହେଉଛି। ଯେଉଁଥିରେ ଏକ ଓଭରହେଡ୍ ଗ୍ୟାଣ୍ଟ୍ରି ବୋର୍ଡ ରହିଛି। ବରଂ ଏହା ଦେବଭୂମି ଆସୁଥିବା ସମସ୍ତ ପରିଦର୍ଶକଙ୍କୁ ସ୍ୱାଗତ କରୁଥିବା ଏକ ସ୍ୱାଗତ ଫାଟକ।


ହୋର୍ଡିଂ ଦେଖି ଧୋକ୍କା ଖାଇଗଲେ ଡ୍ରାଇଭର
ଏକ ଭାଇରାଲ ଭିଡି଼ଓ ଅନୁଯାୟୀ, ଜଣେ ଟ୍ରକ୍ ଡ୍ରାଇଭର ଏକ୍ସପ୍ରେସୱେ ପାର୍ଶ୍ୱରେ ଲଗାଯାଇଥିବା ଏହି ହୋର୍ଡିଂ ଦେଖି ଧୋକ୍କା ଖାଇ ଯାଇଥିଲେ। ସେ ହୋର୍ଡିଂ ଦେଖିବା ପରେ ଏହାକୁ ଆଗକୁ ଯାଇଥିବା ରାସ୍ତା ଭାବି ଭୁଲରେ ତାଙ୍କ ଟ୍ରକ୍ ଗଡ଼ାଇ ଦେଇଥିଲେ। ଏକ୍ସ-ପୋଷ୍ଟ ଅନୁଯାୟୀ ହୋର୍ଡିଂ ସହ ଧକ୍କା ହେବା ଯୋଗୁଁ ଟ୍ରକ୍ କ୍ଷତିଗ୍ରସ୍ତ ହୋଇଥିଲା, ହେଲେ ଡ୍ରାଇଭର ଜଣଙ୍କ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ, ସୋସିଆଲ ମିଡିଆ ୟୁଜର ଏହି ହୋର୍ଡିଂ ବିବରଣୀ ଏବଂ ଏହାର ସତ୍ୟତାକୁ ପ୍ରଶଂସା କରିଥିଲେ। ହେଲେ ସେମାନେ ଏହାକୁ ନେଇ ମଧ୍ୟ ଚିନ୍ତା ପ୍ରକଟ କରିଥିଲେ।

ଶ୍ରୀକାନ୍ତ ବାଲାଜୀ ନାମକ ଜଣେ ୟୁଜର ଏକ୍ସ-ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ ଡେରାଡୁନ ଠାରେ, ଜଣେ କଣ୍ଟେନର ଟ୍ରକ୍ ଡ୍ରାଇଭର ଦିଲ୍ଲୀ-ଡେରାଡୁନ୍ ଏକ୍ସପ୍ରେସୱେ ନିକଟରେ ଏକ ରାସ୍ତାର ଚିତ୍ରକୁ ପ୍ରକୃତ ରାସ୍ତା ବୋଲି ଭାବି ଭୁଲ ବଶତଃ ତାଙ୍କ ଟ୍ରକ୍ କୁ ଏକ କାନ୍ଥରେ ଧକ୍କା ଦେଇଥିଲେ। ଯାହା ଫଳରେ ଟ୍ରକ୍ କ୍ଷତିଗ୍ରସ୍ତ ହୋଇଥିଲା। ଘଟଣା ପରେ ଡ୍ରାଇଭର ବହୁତ କ୍ରୋଧିତ ହୋଇ ପଡ଼ିଥିବା ଜଣାପଡ଼ିଛି। ସେହି ସମୟରେ, "ଇଣ୍ଡିଆନ୍ ଟେକ୍ ଆଣ୍ଡ୍ ଇନଫ୍ରା" (Indian Tech & Infra) ହ୍ୟାଣ୍ଡେଲ ପକ୍ଷରୁ ପୋଷ୍ଟ କରାଯାଇଥିଲା ଯେ ଦିଲ୍ଲୀର ଜଣେ ଟ୍ରକ୍ ଡ୍ରାଇଭର, ରାସ୍ତାରେ ଲାଗିଥିବା ବୋର୍ଡ ଦେଖିବା ପରେ ଏହାକୁ ପ୍ରକୃତ ରାସ୍ତା ଭାବି କାନ୍ଥରେ ଟ୍ରକ୍ ପିଟି ଦେଇଥିଲେ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: