Videos
|
Viral stories

Half Pant Ban / ଏହି କଲେଜରେ ବ୍ୟାନ୍ ହେଲା ଛୋଟ ଡ୍ରେସ୍; ସୋସିଆଲ ମିଡିଆରେ ପ୍ରବଳ ଅସନ୍ତୋଷ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ଏହି କଲେଜରେ ବ୍ୟାନ୍ ହେଲା ଛୋଟ ଡ୍ରେସ୍; ସୋସିଆଲ ମିଡିଆରେ ପ୍ରବଳ ଅସନ୍ତୋଷ
Shorts Ban

Key Points

ଦିଲ୍ଲୀର ଜଣାଶୁଣା କଲେଜରେ ଛୋଟ ଡ୍ରେସ୍ ପିନ୍ଧିବା ବ୍ୟାନ୍
ଲାଗୁ ହେଲା ନୂଆ ଡ୍ରେସ୍ କୋଡ୍
ଛାତ୍ରୀଙ୍କ ଲାଗି ଜରୁରୀ ନିୟମ ଲାଗୁ
ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀର ଜଣାଶୁଣା ସେଣ୍ଟ ଷ୍ଟିଫେନ୍ସ କଲେଜର ଏକ ନିଷ୍ପତ୍ତି ଏବେ ସୋସିଆଲ ମିଡିଆରେ ବିତର୍କ ଆରମ୍ଭ କରିଛି। ଅନେକ ଏହାକୁ ଶୃଙ୍ଖଳା ବଜାୟ ରଖିବା ପାଇଁ ଏକ ଭଲ ପଦକ୍ଷେପ ବୋଲି କହୁଥିବାବେଳେ ଅନ୍ୟମାନେ ଏହାକୁ ସେମାନଙ୍କର ବ୍ୟକ୍ତିଗତ ପସନ୍ଦ ଉପରେ ଏକ ହସ୍ତକ୍ଷେପ ଭାବରେ ଦେଖୁଛନ୍ ତି। କଲେଜ ସମସ୍ତ ଛାତ୍ରଛାତ୍ରୀଙ୍କୁ ଏହି ନିୟମଗୁଡ଼ିକୁ କଡ଼ାକଡ଼ି ପାଳନ କରିବାକୁ ଅନୁରୋଧ କରିଛି । ନୋଟିସରେ କଲେଜର ପ୍ରିନ୍ସିପାଲ୍ ପ୍ରଫେସର ସୁସାନ୍ ଏଲିଆସ୍ ସ୍ୱାକ୍ଷର କରିଛନ୍ତି ।

  • କେଉଁଠାରେ ହାଫ ପ୍ୟାଣ୍ଟ ପିନ୍ଧିବା ନିଷେଧ ?
ଜୁଲାଇ ୨୬ରେ ଜାରି ହୋଇଥିବା "କ୍ୟାମ୍ପସ୍ ନିୟମାବଳୀ ଏବଂ ନିର୍ଦ୍ଦେଶାବଳୀ" ନୋଟିସ୍ ଅନୁଯାୟୀ, ଛାତ୍ରମାନଙ୍କୁ ଶ୍ରେଣୀଗୃହ, ଟ୍ୟୁଟୋରିଆଲ୍ ରୁମ୍, ଲ୍ୟାବ, କଲେଜ ପରିସର, ଆସେମ୍ବଲି ହଲ୍, ଲାଇବ୍ରେରୀ ଏବଂ ଡାଇନିଂ ହଲରେ ଛୋଟ ପ୍ୟାଣ୍ଟ ବା ସର୍ଟସ୍ ପିନ୍ଧିବାକୁ ଅନୁମତି ଦିଆଯିବ ନାହିଁ ।

  • ଡ୍ରେସ୍ କୋଡ୍ ସହ ଏହି ନିୟମ ଲାଗୁ
ଜାତୀୟ ଖବର ସରବରାହ ସଂସ୍ଥା ଏଏନଆଇ ରିପୋର୍ଟ ଅନୁଯାୟୀ, କଲେଜ ଡ୍ରେସ୍ କୋଡ୍ ବ୍ୟତୀତ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ଜାରି କରିଛି । ନୋଟିସରେ ସ୍ପଷ୍ଟ ଭାବରେ ଉଲ୍ଲେଖ ଅଛି ଯେ ସମଗ୍ର କ୍ୟାମ୍ପସ ଏକ ଧୂମପାନ ମୁକ୍ତ ଅଞ୍ଚଳ । ଯେକୌଣସି ଛାତ୍ର ଧୂମପାନ କରୁଥିବାର ଦେଖିଲେ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହା ବ୍ୟତୀତ, ଛାତ୍ରମାନଙ୍କୁ କ୍ୟାମ୍ପସକୁ ସଫା ରଖିବାକୁ ଏବଂ ସବୁବେଳେ ଡଷ୍ଟବିନରେ ଅଳିଆ ପକାଇବାକୁ ଅନୁରୋଧ କରାଯାଇଛି। କଲେଜ ପକ୍ଷରୁ ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ ପ୍ରତ୍ୟେକ ଛାତ୍ରଛାତ୍ରୀ ସର୍ବଦା ନିଜ କଲେଜ ପରିଚୟପତ୍ର ବହନ କରିବେ । ଆବଶ୍ୟକ ହେଲେ, ଡାଇନିଂ ହଲ୍ ପ୍ରବେଶ କରିବା ପୂର୍ବରୁ ଏହି ପରିଚୟପତ୍ର ଆବଶ୍ୟକ ହୋଇପାରେ ।

ପଢନ୍ତୁ ଏହି ଖବର: ଝିଅ ନୁହେଁ ପୁଅ ମାନଙ୍କ ପାଇଁ ବି ଲାଗିଲା କଟକଣା: ନା ଛୋଟ ପ୍ୟାଣ୍ଟ ପିନ୍ଧିପାରିବେ, ନା ଫୋନ୍ ବ୍ୟବହାର କରିପାରିବେ

  • ସୋସିଆଲ ମିଡିଆରେ ନୂଆ ବିତର୍କ
ନୋଟିସ୍ ପ୍ରକାଶ ପାଇବା ମାତ୍ରେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇବା ଆରମ୍ଭ ହୋଇଯାଇଛି । କେତେକ ଯୁକ୍ତି ଦେଇଥିଲେ ଯେ ଶୃଙ୍ଖଳା ଏବଂ ପ୍ରତିଷ୍ଠାନର ମର୍ଯ୍ୟାଦା ବଜାୟ ରଖିବା ପାଇଁ କଲେଜର ଏପରି ନିୟମ ତିଆରି କରିବାର ଅଧିକାର ଅଛି । ସେପଟେ ଅନେକ ଛାତ୍ର ଏବଂ ସୋସିଆଲ ମିଡିଆ ବ୍ୟବହାରକାରୀ କହିଛନ୍ତି ଯେ ପୋଷାକ ପିନ୍ଧିବା ବ୍ୟକ୍ତିଗତ ପସନ୍ଦର ବିଷୟ ଏବଂ ଏପରି କଟକଣା ଆଣିବା ଅନୁଚିତ୍ । ଏହି ଡ୍ରେସ୍ କୋଡର ହଠାତ୍ ଆବଶ୍ୟକତା ସମ୍ପର୍କରେ କଲେଜ ପକ୍ଷରୁ କିଛି ପ୍ରତିକ୍ରିୟା ଦିଆଯାଇନାହିଁ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: