Crocodile In Bathroom / ବାଥରୁମ ଭିତରେ ୭ ଫୁଟର ହିଂସ୍ର କୁମ୍ଭୀର; କବାଟ ଖୋଲିଲା ବେଳକୁ ଡରି ଛାନିଆ
·1 hour ago·2 min read

Key Points
ରାତି ଅଧରେ ଡରିଗଲେ ଘର ମାଲିକ
ପାଦ ତଳୁ ମାଟି ଖସିଗଲା
କାରଣ ବାଥରୁମ ଭିତରେ ଥିଲା କୁମ୍ଭୀର
ପାଦ ତଳୁ ମାଟି ଖସିଗଲା
କାରଣ ବାଥରୁମ ଭିତରେ ଥିଲା କୁମ୍ଭୀର
ଗାନ୍ଧୀନଗର: ରାତି ପ୍ରାୟ ୧୧ଟା । ପୂରା ପରିବାର ନିଘୋଡ଼ ନିଦରେ ଶୋଇଥିଲା । ଠିକ୍ ସେତିକିବେଳେ ଘର ବାହାରେ କୁକୁର ଜୋର ଶବ୍ଦ କରି ଭୋକିଥିଲେ । ପ୍ରଥମେ ଲାଗିଥିଲା କିଏ ଅଜଣା ଲୋକ ହୋଇଥିବ ବା କୌଣସି ପଶୁ ବାହାରିଛି । ଏହାପରେ ବି ଭୋକିବା ବନ୍ଦ ହୋଇନଥିଲା । ଏହାପରେ ଘର ମାଲିକ ବାଲାଭାଈ ଚୌହାନ ଉଠିଥିଲେ ଓ ବାହାରକୁ ଦେଖିଥିଲେ । ଏହାପରେ ଯେତେବେଳେ ସେ ବାଥରୁମ ଭିତରକୁ ପ୍ରବେଶ କରିଥିଲେ, ଠିକ୍ ସେତିକିବେଳେ ତାଙ୍କ ପାଟି ତଳୁ ମାଟି ଖସିଯାଇଥିଲା । କାରଣ ଗାଧୁଆଘର ଭିତରେ ଥିଲା ଏକ ବିଶାଳକାୟ ୭-ଫୁଟର ହିଂସ୍ର କୁମ୍ଭୀର ।
ବାଥରୁମରେ ପ୍ରାୟ ୭ ଫୁଟର ଏକ ଲମ୍ବା କୁମ୍ଭୀର ପଶିଥିଲା । ଏହି ଛାତିଥରା ଘଟଣା ଗୁଜୁରାଟ ଆଣନ୍ଦ ଜିଲ୍ଲାର ନ୍ତ୍ରମ୍ବୋୱାଡ-ଖଡିୟାରାପୁର ଅଞ୍ଚଳରେ ଘଟିଛି । ବୁଧବାର ବିଳମ୍ବିତ ରାତିରେ ହଠାତ୍ ବିଶାଳକାୟ କୁମ୍ଭୀରଟି ଘର ଭିତରକୁ ଚାଲିଆସିଥିଲା । ଏହି ଘଟଣା ପରିବାର ଲୋକେ ଜାଣିବା ପରେ ଭୟଭୀତ ହୋଇପଡ଼ିଥିଲେ । ଭୟଭୀତ ପରିବାର ତୁରନ୍ତ ବନ ବିଭାଗକୁ ଖବର ଦେଇଥିଲା । ସୂଚନା ମିଳିବା ପରେ ବନ ବିଭାଗର ଅଧିକାରୀ ନିଲେଶ ଭରୱାଡ ଓ ମନୀଷ ପ୍ରଜାପତି ଘଟଣାସ୍ଥଳରେ ପହଞ୍ଚିଥିଲେ । ବାଥରୁମ ପରି ଛୋଟ ଘରେ କୁମ୍ଭୀରକୁ ଧରିବା ସହଜ ନଥିଲା । ପ୍ରାୟ ୧ଘଣ୍ଟା ପରେ ଉଦ୍ଧାରକାରୀ ଟିମ କୁମ୍ଭୀରକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା ।
ଉଦ୍ଧାର ପରେ କୁମ୍ଭୀରକୁ ମଲାତଜ ଗାଁର ପୋଖରୀରେ ଛଡ଼ାଯାଇଥିଲା । ବନ ବିଭାଗ ସହ କୁମ୍ଭୀର ଉଦ୍ଧାର କରିବାକୁ ଯାଇଥିବା ଦୟା ଫାଉଣ୍ଡେସନର ସଭାପତି ନିତେଶ ଚୌହାନ କହିଛନ୍ତି ଯେ ବିଭାଗ ପକ୍ଷରୁ ସୂଚନା ମିଳିବା ପରେ ସେମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ କୁମ୍ଭୀରକୁ ଉଦ୍ଧାର କରି ତାର ପ୍ରାକୃତିକ ବାସସ୍ଥାନରେ ଛାଡ଼ିଦିଆଯାଇଥିଲା । ବନ ବିଭାଗର କହିବାନୁସାରେ, ବର୍ଷା ଋତୁରେ ପୋଖରୀ ଓ ଜଳାଶୟର ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଇଥାଏ । ଏଥିଲାଗି କୁମ୍ଭୀର ଖାଦ୍ଯ ଅନ୍ଵେଷଣ କିମ୍ବା ଶରୀରର ତାପମାତ୍ରାରେ ସନ୍ତୁଳନ ରକ୍ଷା କରିବା ଲାଗି ବାହାରକୁ ବାହାରି ଥାଇପାରେ ।

- ପୂର୍ବରୁ ଅଛନ୍ତି ୧୦୦ରୁ ଅଧିକ କୁମ୍ଭୀର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories