Videos
|
Viral stories

SIR Reunites 2 Brothers / ଦୁଇ ହଜିଥିବା ଭାଇଙ୍କୁ ୩୫ବର୍ଷ ପରେ ଏକାଠି କଲା SIR; କୁଣ୍ଢାଇ ପକାଇ କାନ୍ଦିଲେ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ଦୁଇ ହଜିଥିବା ଭାଇଙ୍କୁ ୩୫ବର୍ଷ ପରେ ଏକାଠି କଲା  SIR; କୁଣ୍ଢାଇ ପକାଇ କାନ୍ଦିଲେ
SIR Reunites 2 Brothers

Key Points

କମାଲ୍ କଲା SIR
୩୫ବର୍ଷ ପରେ ହେଲା ଚମତ୍କାର
ହଜିଥିବା ଦୁଇ ଭାଇ ଏକାଠି ହେଲେ
ଚଣ୍ଡୀଗଡ଼: ଦେଶ ସାରା ଜାରି ଥିବା ସ୍ଵତନ୍ତ୍ର ଭୋଟର ତାଲିକା ସଂଶୋଧନ ବା ଏସଆଇଆର କେବଳ ଭୋଟ ଦେବାର ଅଧିକାର ଦେଉଛି ତାହା ନୁହେଁ । ଏହା ଅନେକ ହଜିଯାଇଥିବା ପରିବାରକୁ ମଧ୍ୟ ଏକାଠି କରୁଛି । ହରିୟାଣା ଜିନ୍ଦରେ ମଧ୍ୟ କିଛି ଏପରି ଘଟିଛି, ଯାହା ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ୩୫ ବର୍ଷ ପୂର୍ବେ ହଜିଯାଇଥିବା ଦୁଇ ଭାଇଙ୍କୁ ଶେଷରେ ଏକାଠି କରିଛି SIR । ବହୁ ବର୍ଷ ପରେ ଦୁଇ ଭାଇ ପରସ୍ପରକୁ ଦେଖିବା ପରେ ନିଜ କୋହ ସମ୍ଭାଳିପାରିନଥିଲେ । ପରସ୍ପରକୁ ଆଲିଙ୍ଗନ କରି କାନ୍ଦିବାକୁ ଲାଗିଥିଲେ, ଯାହାକି ସେଠାରେ ଉପସ୍ଥିତ ବ୍ୟକ୍ତିଙ୍କୁ ମଧ୍ୟ ଭାବବିହ୍ବଳ କରାଇଥିଲା ।

  • ହଜିଥିବା ଭାଇକୁ ଦେଖିଲେ ସୀତାରାମ
ସୀତାରାମ ନିଜର ସ୍କୁଲ ଲିଭିଂ ସାର୍ଟିଫିକେଟ୍ (SLC) ନେବା ପାଇଁ ସ୍କୁଲରେ ପହଞ୍ଚିଥିଲେ । ଠିକ୍ ସେତିକି ବେଳେ ସେଠାରେ ଉପସ୍ଥିତ ବ୍ଲକ ସ୍ତରୀୟ ଅଧିକାରୀ (BLO) ତାଙ୍କୁ ତାଙ୍କ ଗାଁ ନାମ, ବାପା ଓ ଭାଇଙ୍କ ନାଁ ପଚାରିଥିଲେ । ଭାଇ ନାଁ କହିବା ପରେ ବିଏଲଓ ସଙ୍ଗେସଙ୍ଗେ ସୀତାରାମଙ୍କ ହଜିଯାଇଥିବା ଭାଇ ସତ୍ୟାପନ ସମ୍ପର୍କରେ ଜାଣିବାକୁ ପାଇଥିଲେ । ଏସଆଇଆର ଯୋଗୁଁ ସତ୍ୟାପନଙ୍କ ପୂରା ବିବରଣୀ ଜଣାପଡ଼ିଥିଲା । ଏହାପରେ ବିଏଲଓ ସତ୍ୟାପନଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେ । ଫୋନରେ ସୀତାରାମଙ୍କ ନାଁ ଶୁଣିବା ପରେ ସତ୍ୟାପନ କହିଥିଲେ, "ହଁ, ସେ ମୋର ଭାଇ । ମୁଁ ତାଙ୍କୁ ୩୫ ବର୍ଷ ହେଲାଣି ଖୋଜୁଛି ।"

  • ଦୀର୍ଘ ଦିନ ପରେ ଭାଇକୁ ଦେଖି କାନ୍ଦିଲେ
ସୀତାରାମଙ୍କ ଠିକଣା ପାଇବା ପରେ ସତ୍ୟାପନ ସେଠାରେ ପହଞ୍ଚିଥିଲେ । ୩ ଦଶନ୍ଧି ପରେ ଦୁଇ ଭାଇ ପରସ୍ପରକୁ ଦେଖିଥିଲେ ଓ ଭାବବିହ୍ବଳ ହୋଇପଡ଼ିଥିଲେ । ପରସ୍ପରକୁ କୁଣ୍ଢାଇ କାନ୍ଦିବାକୁ ଲାଗିଥିଲେ । ସତେ ଯେପରି ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟିଥିଲା । ଦୁଇ ଭାଇଙ୍କ ମଧ୍ୟରେ ପ୍ରେମ, ଶ୍ରଦ୍ଧାଭାବ ଦେଖି ସ୍କୁଲ ପରିସରରେ ଉପସ୍ଥିତ ଥିବା ଲୋକମାନଙ୍କ ଆଖି ମଧ୍ୟ ଓଦା ହୋଇଯାଇଥିଲା । ସେଠାରେ ଉପସ୍ଥିତ ସହକାରୀ ନିର୍ବାଚନୀ ପଞ୍ଜୀକରଣ ଅଧିକାରୀ (AERO) ଡକ୍ଟର ରମେଶ କୁମାର ଦୁଇ ଭାଇଙ୍କ ଏହି ମିଳନକୁ ନିଜ ଜୀବନର ଏକ ବିଶେଷ ମୁହୂର୍ତ୍ତ ବୋଲି କହିଥିଲେ । ସେ କହିଥିଲେ ଯେ ଏସଆଇଆଇ କେବଳ ଏକ ଆଇନଗତ ପ୍ରକ୍ରିୟା ନୁହେଁ, ବରଂ ସମ୍ପର୍କକୁ ଯୋଡ଼ିବାର ମାଧ୍ୟମ ସାଜିଛି ।

ପଢନ୍ତୁ ଏହି ଖବର: SIRରେ ବଡ଼ ପରିବର୍ତ୍ତନ: ନୂଆ ଭୋଟରଙ୍କ ପାଇଁ 'ଫର୍ମ 6' ପରିବର୍ତ୍ତନ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ହେଉଛି ଭୋଟର ତାଲିକାରେ ଥିବା ନାମ ଓ ତଥ୍ୟକୁ ଯାଞ୍ଚ କରିବା, ବାଦ ଦେବା କିମ୍ବା ସଂଶୋଧନ କରିବା ପ୍ରକ୍ରିୟାକୁ କୁହାଯାଏ । ଏହି ପ୍ରକ୍ରିୟାରେ ନୂଆ ଯୋଗ୍ୟ ଭୋଟରଙ୍କ ନାମ ଯୋଡ଼ାଯାଏ, ମୃତ କିମ୍ବା ସ୍ଥାନାନ୍ତରିତ ବ୍ୟକ୍ତିଙ୍କ ନାମ ବାଦ ଦିଆଯାଏ । ଏହାସହିତ ନାମ, ଠିକଣା, ବୟସ ଆଦିରେ ଭୁଲ ଥିଲେ ସଂଶୋଧନ କରାଯାଏ । ଏପରିକି ଭୋଟର ତାଲିକାରେ ନକଲି ନାମ ଥିଲେ, ତାକୁ ଚିହ୍ନଟ କରାଯାଏ । ଏବେ ସାରା ଦେଶରେ ଏହି ଯାଞ୍ଚ ପ୍ରକ୍ରିୟା ଜାରି ଥିବା ସହ ମତାଦାତାଙ୍କ ଠିକଣା ଆଦି ଅପଡେଟ୍ ହେଉଥିବାରୁ ଏହା ଅନେକ ସମ୍ପର୍କକୁ ଯୋଡ଼ିବାର କାମ ମଧ୍ୟ କରୁଛି ।