Videos
|
Viral-stories

Speed bike crashed into a tree Telangana / ଦେଖୁ ଦେଖୁ ଗଛରେ ପିଟି ହୋଇଗଲା ଦ୍ରୁତଗାମୀ ବାଇକ୍; ଅକାଳେ ଚାଲିଗଲା ୨ ଜୀବନ

Subhramjit Ray
Browse all articles by Subhramjit Ray
·1 hour ago·2 min read
ଦେଖୁ ଦେଖୁ ଗଛରେ ପିଟି ହୋଇଗଲା ଦ୍ରୁତଗାମୀ ବାଇକ୍; ଅକାଳେ ଚାଲିଗଲା ୨ ଜୀବନ
Speed bike crashed into a tree Telangana

Key Points

ଏହି ଦୁର୍ଘଟଣା ପରେ ସୋସିଆଲ ମିଡିଆରେ ପ୍ରସାରିତ ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ଏକ ବାଇକ୍ ଦ୍ରୁତ ଗତିରେ ଆସି ହଠାତ୍ ଏକ ଗଛ ସହିତ ଧକ୍କା ହୋଇଛି।
ଗତ ରବିବାର (ଅକ୍ଟୋବର ୧୮) ତେଲେଙ୍ଗାନାର ମେଧାଚଳ-ମାଲକାଜଗିରି ଜିଲ୍ଲାରେ ଘଟିଯାଇଛି ଏକ ଛାତି ଥରାଇ ଦେବା ଭଳି ସଡ଼କ ଦୁର୍ଘଟଣା। ଏଠାରେ ଏକ ଦ୍ରୁତଗାମୀ ୟାମାହା R15 ବାଇକ୍ ରାସ୍ତା କଡରେ ଥିବା ଏକ ଗଛ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ମିଳିଛି। ସେମାନେ ହେଉଛନ୍ତି କସମସ୍ (୨୨) ଏବଂ ସୁମିତ (୨୩), ଉଭୟେ ଝାଡ଼ଖଣ୍ଡର ବାସିନ୍ଦା ହୋଇଥିବାର କୁହାଯାଉଛି।

ଉଭୟ ମୃତକ ଯୁବକ ରାଜଧାନୀ ହାଇଦ୍ରାବାଦ ନିକଟବର୍ତ୍ତୀ ଜେନୋମ ଭ୍ୟାଲି ସ୍ଥିତ ଅଲୀବାଦ ଗାଁ ଆଡକୁ ଦ୍ରୁତ ଗତିରେ ଯାଉଥିଲେ। ହେଲେ ଏହି ସମୟରେ ସେମାନଙ୍କ ବାଇକ୍ ନିୟନ୍ତ୍ରଣ ହରାଇ ରାସ୍ତା କଡରେ ରହିଥିବା ଏକ ଗଛ ସହ ଧକ୍କା ହୋଇଥିଲା। ସୋସିଆଲ ମିଡ଼ିଆରେ ଏହି ଘଟଣାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି ୟାମାହା R15 ବାଇକ୍ ଦ୍ରୁତ ଗତିରେ ଯାଉଥିବା ବେଳେ ରାସ୍ତାରେ କଡ଼ରେ ରହିଥିବା ଗଛ ସହିତ ଦେଖୁ ଦେଖୁ ପିଟି ହୋଇଯାଉଛି। ଏହି ଧକ୍କା ଏତେ ଶକ୍ତିଶାଳୀ ଥିଲା ଯେ ଉଭୟ ବାଇକ ଆରୋହୀ କିଛି ଉଚ୍ଚତା ପର୍ଯ୍ୟନ୍ତ ଉଡ଼ି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ବାଇକ୍ ପାଖରେ ପଡ଼ିଯାଇଥିବା, ବେଳେ ଅନ୍ୟ ଜଣେ କିଛି ମିଟର ଦୂରରେ ପଡ଼ିଥିଲେ। ଉଭୟଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

ହାଇଦ୍ରାବାଦ ସହର ଉପକଣ୍ଠସ୍ଥ ଥିବା ଜେନୋମ ଭ୍ୟାଲି ଥାନା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିବାର କୁହାଯାଉଛି। ଏହି ଘଟଣା ପରେ ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଗାନ୍ଧୀ ହସ୍ପିଟାଲ ପଠାଇଥିଲା। ଏହି ଗାଡ଼ି ଧକ୍କା ଏତେ ଜୋରରେ ଥିଲା ଯେ ୟାମାହା R15 ବାଇକ ମୁହୂର୍ତ୍ତକ ମଧ୍ୟରେ ଖଣ୍ଡ ଖଣ୍ଡ ହୋଇ ଯାଇଥିଲା। ଏହାର ଅନେକ ଖଣ୍ଡ ଛିନଛତ୍ର ହୋଇ ଏମେ ତେଣେ ପଡ଼ିଥିଲା। ଉଭୟ ମୃତ ବାଇକ ଆରୋହୀ ଦୁଇଟି ସ୍ଥାନରେ ପଡ଼ିଥିଲେ। ଦୁର୍ଘଟଣାର ଏକ ଭିଡିଓରେ ଘଟଣାସ୍ଥଳର ଏକ ନିର୍ଜନ ପରିବେଶ ଦେଖାଯାଇଛି। ପୀଡିତଙ୍କୁ ସାହାଯ୍ୟ କରିବା ପାଇଁ ଘଟଣାସ୍ଥଳରେ କେହି ନଜର ଆସୁନଥିଲେ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: