Videos
|
Viral-stories

Jagannath Controversy / ପୁଣି ମହାପ୍ରଭୁ ଜଗନ୍ନାଥଙ୍କୁ ଅସମ୍ମାନ, ଶାଢ଼ୀରେ ମହାପ୍ରଭୁଙ୍କ ଚିତ୍ର ରଖି ସୋସିଆଲ ମିଡିଆରେ ବିଜ୍ଞାପନ

Bikash Mohanty
Browse all articles by Bikash Mohanty
·3 months ago·2 min read
ପୁଣି ମହାପ୍ରଭୁ ଜଗନ୍ନାଥଙ୍କୁ ଅସମ୍ମାନ, ଶାଢ଼ୀରେ ମହାପ୍ରଭୁଙ୍କ ଚିତ୍ର ରଖି ସୋସିଆଲ ମିଡିଆରେ ବିଜ୍ଞାପନ
Lord Jagannath

Key Points

ପୁଣି ମହାପ୍ରଭୁ ଜଗନ୍ନାଥଙ୍କୁ ଅସମ୍ମାନ
ଶାଢ଼ୀରେ ମହାପ୍ରଭୁଙ୍କ ଚିତ୍ର ରଖି ସୋସିଆଲ ମିଡିଆରେ ବିଜ୍ଞାପନ
ତେଜିଲା ଅସନ୍ତୋଷ
ପୁରୀ, ୧୨/୬ : ପୁଣି ମହାପ୍ରଭୁ ଜଗନ୍ନାଥଙ୍କୁ ଅସମ୍ମାନ। ଶାଢିର କାନିରେ ତିନି ରଥ ଓ ସେଇ ରଥରେ ତିନି ଠାକୁରଙ୍କ ଚିତ୍ର ରହିଛି। ଏହାକୁ ନେଇ ଭକ୍ତ, ଜଗନ୍ନାଥପ୍ରେମୀ ଓ ସେବାୟତଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି।  ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ବେପାର ଆରମ୍ଭ ହୋଇଛି। ଅନଲାଇନ୍ ସପିଂ ଆପ୍ ‘ସୋନି ଷ୍ଟୋର’ରେ ମିନୁ ଫ୍ୟାସନ୍ ନାମକ ଏକ ସଂସ୍ଥା ମହାପ୍ରଭୁଙ୍କ ରଥ ସହ ଜଗନ୍ନାଥଙ୍କ ଚିତ୍ର ଥିବା ଶାଢ଼ି ବିକ୍ରି କରୁଛି। ଏହି ଶାଢ଼ିକୁ ‘ଜୟ ଜଗନ୍ନାଥ ପିଓର କଟନ ଶାଢ଼ି ’ ନାମରେ ୭୪୯ ଟଙ୍କାରେ ବିକ୍ରି କରାଯାଉଛି। ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଶ୍ରୀମନ୍ଦିର ସେବାୟତ ମହଲରେ ତୀବ୍ର ଉଦବେଗ ପ୍ରକାଶ ପାଇଛି। ବୁଦ୍ଧିଜୀବୀ ଓ ଭକ୍ତମାନେ ଏହାକୁ ମହାପ୍ରଭୁଙ୍କ ଅପମାନ ବୋଲି କହି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଜଣେ ବରିଷ୍ଠ ସେବାୟତ କହିଛନ୍ତି, ମହାପ୍ରଭୁ ଆମ ଆସ୍ଥାର ପ୍ରତୀକ ତାଙ୍କ ରୂପ ଓ ରଥକୁ ଶାଢ଼ିରେ ଛପାଇ ବ୍ୟବସାୟ କରିବା ଆମ ଧର୍ମୀୟ ଭାବନାକୁ ଆଘାତ ଦେଉଛି। ଶାଢ଼ି ପିନ୍ଧି  ଯେକୌଣସି ସ୍ଥାନକୁ ଯିବେ, ଆମିଷ ଭକ୍ଷଣ କରିବା ସହ କୁକର୍ମ କରିବେ ଏହା ମହାପ୍ରଭୁଙ୍କ ମର୍ଯ୍ୟାଦା ହାନୀ ହେଉଛି। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।

ପଢନ୍ତୁ ଏହି ଖବର: ଅ-ତିଥିରେ ରଥ, ଅମାନିଆ ଇସ୍କନ; କ୍ଷୋଭ ପ୍ରକାଶ କଲେ ଗଜପତି ଦିବ୍ୟସିଂହ ଦେବ

କେବଳ ସେବାୟତ ନୁହନ୍ତି,ବରଂ ଜଗନ୍ନାଥପ୍ରେମୀ ଏହି କାର୍ଯ୍ୟକୁ ନାପସନ୍ଦ କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ଧର୍ମୀୟ ଚିହ୍ନ ଓ ଦେବାଦେବୀଙ୍କ ଚିତ୍ରକୁ ବାଣିଜ୍ୟିକ ଉଦ୍ଦେଶ୍ୟରେ ବ୍ୟବହାର କରିବା ପରମ୍ପରା ବିରୋଧୀ। ଭକ୍ତମାନେ ସୋନି ଷ୍ଟୋର୍ ଆପ୍‌ରୁ ଏହି ଉତ୍ପାଦ ତୁରନ୍ତ ହଟାଇବା ସହ ଦୋଷୀ ସଂସ୍ଥା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୁର୍ବରୁ ମଧ୍ୟ ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ହୋଇଛି ସାଙ୍ଘାତିକ ଖେଳ । ମହାପ୍ରଭୁଙ୍କ ମୁଖମଣ୍ଡଳର ଚିତ୍ର ଥାଇ ମ୍ୟାଟ ବିକ୍ରି କରୁଥିଲା  ଏକ ୱେବସାଇଟ । ବିଜ୍ଞାପନରେ ମହାପ୍ରଭୁଙ୍କ ଚକା ଆଖି ଉପରେ ପାଦ ରଖି ବିଜ୍ଞାପନ ଦିଆଯାଇଥିଲା । ଲର୍ଡ ଜଗନ୍ନାଥ ମଣ୍ଡଳ ଆର୍ଟ ନାମରେ ବିଭିନ୍ନ ପାପୋଛ ଗୁଡ଼ିକର ବିଜ୍ଞାପନ ଦିଆଯାଇଛି । ଯାହାର ମୂଲ୍ୟ ୯୪୮ ଟଙ୍କା ରହିଥିଲା

ୱେବସାଇଟ୍‌ରେ ଏହି ପାପୋଛକୁ ଦେଖି ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଜଗନ୍ନାଥ ପ୍ରେମୀ ଏହାକୁ ନିନ୍ଦା କରିଛନ୍ତି। ସେମାନେ କହିଛନ୍ତି ଯେ ଏହା ଅତ୍ୟନ୍ତ ନିନ୍ଦନୀୟ । ଏତେ ବଡ଼ ସାହସ କେମିତି କଲେ। ଏଭଳି ଭୁଲର କ୍ଷମା ନାହିଁ । ଆମ ଠାକୁରଙ୍କୁ ନେଇ ଏପରି ଖେଳ ଠିକ୍ ନୁହେଁ । ଏଭଳି କାମ କରୁଥିବା ଲୋକ ଏବଂ ୱେବସାଇଟ୍ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା କଥା ଏନେଇ ଆଇନ୍ ମଧ୍ୟ ଆଣିବାର ଆବଶ୍ୟକତା ରହିଛି।  କୋଟି କୋଟି ଜଗନ୍ନାଥ ପ୍ରେମୀ ଏହାକୁ ଗ୍ରହଣ କରିବେ ନାହିଁ । ଏହା ଆମ ଧାର୍ମିକ ଭାବନାକୁ ଆଘାତ ଦେଉଛି ବୋଲି କହିଛନ୍ତି। 


Jagannath Controversy: Lord Jagannath Image Used On Saree Advertisement Sparks Outrage | Argus News