ISKCON Rath Yatra / ଅ-ତିଥିରେ ରଥ, ଅମାନିଆ ଇସ୍କନ; କ୍ଷୋଭ ପ୍ରକାଶ କଲେ ଗଜପତି ଦିବ୍ୟସିଂହ ଦେବ
·1 hour ago·2 min read

Key Points
ଅ-ଦିନରେ ରଥଯାତ୍ରା ଆୟୋଜନ କରୁଛି ଇସ୍କନ । ଯାହାକୁ ଶୁକ୍ରବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ତୀବ୍ର ବିରୋଧ କରାଯାଇଛି ।
ପୁରୀ: ବଢ଼ୁଛି ବିବାଦ, ବଢ଼ୁଛି ଅଡ଼ୁଆ । ତଥାପି ଅ-ତିଥିରେ ସ୍ନାନଯାତ୍ରା ସହ ଅଦିନିଆ ରଥଯାତ୍ରାରୁ ଇସ୍କନ୍ ହଟୁନି । ଯାହାକୁ ନେଇ ପୂର୍ବରୁ ବହୁବାର ଗଜପତି ଦିବ୍ୟସିଂହ ଦେବ ପ୍ରତିବାଦ କରିଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ବହୁବାର ଇସ୍କନ ସହ ଆଲୋଚନା କରିଛି ।
ତଥାପି ଅ-ଦିନରେ ରଥଯାତ୍ରା ଆୟୋଜନ କରୁଛି ଇସ୍କନ । ଯାହାକୁ ଶୁକ୍ରବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ତୀବ୍ର ବିରୋଧ କରାଯାଇଛି । ଅ-ତିଥିରେ ଇସ୍କନ କରୁଥିବା ରଥଯାତ୍ରାକୁ ବିରୋଧ କରିଛି ପରିଚାଳନା କମିଟି ।
ଏଥିସହ ପଢ଼ନ୍ତୁ: ଗଜପତି ମହାରାଜାଙ୍କ ଚେତାବନୀ, ଇସ୍କନ୍ ଅଦିନିଆ ରଥଯାତ୍ରା କଲେ ନିଆଯିବ ଆଇନର ଆଶ୍ରୟ
ଶାସ୍ତ୍ରଗତ ପ୍ରମାଣ ପରେ ଇସ୍କନ ମାନୁ ନଥିବାରୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅବଗତ କରାଇବାକୁ ପରିଚାଳନା କମିଟି ପରାମର୍ଶ ଦେଇଛି । ନୀଳାଦ୍ରି ବିଜେ ପରେ ସରକାରଙ୍କୁ ଏ ବାବଦରେ ଅବଗତ କରାଇବାକୁ ଯିବେ ପ୍ରତିନିଧି ମଣ୍ଡଳୀ ।
ଇସ୍କନର ଏଭଳି ମନମାନି ନେଇ ପୂର୍ବରୁ ଗଜପତି ଦିବ୍ୟସିଂହ ଦେବ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ୨୦୨୫ ଅକ୍ଟୋବର ୨୪ ତାରିଖରେ ଏନେଇ ଗଜପତି ମହାରାଜ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ଅବଗତ କରାଇଥିଲେ ।
ଯେଉଁଥିରେ ଗଜପତି ଦିବ୍ୟସିଂହ ଦେବ ଲେଖିଥିଲେ, "ଆଷାଢ଼ ଶୁକ୍ଳ ପକ୍ଷ ଦ୍ଵିତୀୟ ତିଥିରୁ ରଥଯାତ୍ରା ଆରମ୍ଭ ହୋଇତାଏ । ସେହିଭଳି ଜ୍ୟେଷ୍ଠ ପୂର୍ଣ୍ଣିମାରେ ଅନୁଷ୍ଠିତ ହୁଏ ସ୍ନାନ ଯାତ୍ରା । ଯାହା ବ୍ରହ୍ମ ପୁରାଣ, ପଦ୍ମ ପୁରାଣ ଏବଂ ଅନ୍ୟ ପୁରାଣରେ ଉଲ୍ଲେଖ ରହିଛି । ପୁରୀ, ଶ୍ରୀଜଗନ୍ନାଥ ମନ୍ଦିର ହେଉଛି ମୂଳ ପୀଠ । ଯାହାକୁ ଦେଶ ଓ ବିଦେଶର ମନ୍ଦିର ଅନୁସରଣ କରନ୍ତି ।"
ଏଥିସହ ପଢ଼ନ୍ତୁ: ୯ ଦିନରେ ରଥଯାତ୍ରା ସାରିବାକୁ ସହମତ ହୋଇପାରୁନି ଇସ୍କନ, ଆପତ୍ତି ଉଠାଇଲେ ଗଜପତି ମହାରାଜ
କିନ୍ତୁ ବିଗତ କିଛି ଦଶନ୍ଧି ହେଲା ଭାରତ ଏବଂ ଭାରତ ବାହାରେ ଇସ୍କନ ସ୍ନାନ ଓ ରଥଯାତ୍ରା ମନ ଇଚ୍ଛା କରି ଆସୁଛି । ଯାହାକି ଶାସ୍ତ୍ର ବିରୋଧୀ ଅଟେ । ଏନେଇ ଇସ୍କନର ପରିଚାଳନା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଛି । ଭାରତରେ ଶ୍ରୀମନ୍ଦିର ଅନୁସାରେ, ଇସ୍କନ ରଥଯାତ୍ରା ଆୟୋଜନ ପାଇଁ ସହମତ ହୋଇଛି । ହେଲେ ବିଦେଶରେ ଆୟୋଜନ ନେଇ ମାୟାପୁର ଇସ୍କନ ନିୟନ୍ତ୍ରଣରେ ନଥିବା କହୁଛି ।
ସମାନ ଭାବେ ୨୦୨୬ ଏପ୍ରିଲ୍ ୨୦ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପତ୍ର ଲେଖି ଅବଗତ କରାଇଥିଲେ ଗଜପତି ଦିବ୍ୟସିଂହ ଦେବ । ଇସ୍କନର ଅଦିନିଆ ରଥଯାତ୍ରା ଉପରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଆବଶ୍ୟକ ପଦକ୍ଷେପ ସହ ପରାମର୍ଶ ଲୋଡ଼ିଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories