Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ସାମ୍ନାକୁ ଆସିଲା ବାଘର ଭୟଙ୍କର ରୂପ; ଅଜଗର ଶୀକାର ପରେ ଜଙ୍ଗଲରେ ହୋଇଗଲା ଅଦୃଶ୍ୟ

Viral stories

Tiger hunts Python viral video / ସାମ୍ନାକୁ ଆସିଲା ବାଘର ଭୟଙ୍କର ରୂପ; ଅଜଗର ଶୀକାର ପରେ ଜଙ୍ଗଲରେ ହୋଇଗଲା ଅଦୃଶ୍ୟ

Subhramjit Ray
Browse all articles by Subhramjit Ray
·1 hour ago·2 min read
ସାମ୍ନାକୁ ଆସିଲା ବାଘର ଭୟଙ୍କର ରୂପ; ଅଜଗର ଶୀକାର ପରେ ଜଙ୍ଗଲରେ ହୋଇଗଲା ଅଦୃଶ୍ୟ
Tiger hunts Python

Key Points

ଜିମ୍ କର୍ବେଟ୍ ଜାତୀୟ ଉଦ୍ୟାନର ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେଉଛି। ଯାହା ଇଣ୍ଟରନେଟ ଦୁନିଆରେ ହଇଚଇ ସୃଷ୍ଟି କରୁଛି। ଏଥିରେ, ଏକ ବାଘ ଏକ ଅଜଗର ଶିକାର କରୁଥିବାର ଦେଖାଯାଉଛି।
Tiger grabs Python in mouth: କୁହାଯାଏ ଯେ ଜଙ୍ଗଲ ଦୁନିଆ ରହସ୍ୟ ଏବଂ ରୋମାଞ୍ଚରେ ପରିପୂର୍ଣ୍ଣ। କେବଳ ସବୁଠାରୁ ଶକ୍ତିଶାଳୀ ଶିକାରୀ ଜଙ୍ଗଲର ରାଜା ହୋଇଥାନ୍ତି। ହେଲେ ଯେତେବେଳେ ଯେତେବେଳେ ଦୁଇ ସମାନ ଶକ୍ତିଶାଳୀ ଶିକାରୀ ମୁହାଁମୁହିଁ ହୋଇଥାନ୍ତି ସେତେବେଳେ କ'ଣ ହୋଇଥାଏ? ସଦ୍ୟ ଏହାର ଉଦାହରଣ ଉତ୍ତରାଖଣ୍ଡରେ ଅବସ୍ଥିତ ଜିମ କାର୍ବେଟ ଜାତୀୟ ଉଦ୍ୟାନରେ ଦେଖିବାକୁ ମିଳିଛି। ଏହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ବାଘ ଅଜଗର ଶୀକାର କରିଛି। ଜଙ୍ଗଲରେ ବାଘ ପ୍ରାୟତଃ ହରିଣ କିମ୍ବା ଜଙ୍ଗଲୀ ଘୁଷୁରୀ ଶିକାର କରୁଥିବାର ଦେଖାଯାଏ। ହେଲେ ଏଥର କାହାଣୀ ଭିନ୍ନ ରହିଛି। ଏହି ଭାଇରାଲ ଭିଡି଼ଓରେ, ଏକ ବାଘ ଏବଂ ଏକ ଅଜଗର ମଧ୍ୟରେ ଭୟାନକ ଯୁଦ୍ଧ ହୋଇଥିବାର ଜଣାପଡୁଛି।

ବାଘର ବିରଳ ଏବଂ ଭୟଙ୍କର ଶିକାର
ଉତ୍ତରାଖଣ୍ଡର ଜିମ୍ କର୍ବେଟ୍ ପରିଦର୍ଶନରେ ଆସିଥିବା ପର୍ଯ୍ୟଟକ ଏକ ଭୟଙ୍କର ବାଘ ଶିକାର ଦେଖିଥିଲେ, ଯାହା ବହୁତ କମ୍ ବାହାରକୁ ଦୃଶ୍ୟମାନ ହୋଇଥାଏ। ଏହି ଭାଇରାଲ ଭିଡିଓରେ ଏକ ବାଘ ଏକ ବିଶାଳ ଅଜଗର ଶିକାର କରୁଥିବାର ଦେଖାଯାଇଛି। ଭିଡ଼ିଓ ଆରମ୍ଭରେ, ଏକ ଅଜଗର ବୁଦାରେ ଲୁଚି ରହିଛି। ଯାହାକୁ ସହଜରେ କେହି ଦେଖିପାରିବେ ନାହିଁ। ହେଲେ କୌଣସି ଶିକାରୀ ଯେକୌଣସି ସ୍ଥାନରେ ଏହାର ଶିକାର ଖୋଜିପାରେ। ଆଉ ଜିମ୍ କର୍ବେଟ୍ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ରରେ ଗୋଟିଏ ବାଘ ସହିତ ଠିକ୍ ସେପରି ହୋଇଥିଲା। ଅଜଗରକୁ ଦେଖିବା ପରେ, ବାଘ ଏହାର ପଛପଟେ ଲୁଚିଯାଉଛି ଏବଂ ଶୀକାର କରିସାରିବା ପରେ ଅଜଗରକୁ ଏହାର ପାଟିରେ ଧରିନେଇଛି। ଓଜନ ହେତୁ, ବାଘ ଏହାର ପାଟିରେ ଅଜଗରକୁ ଧରି ରଖିବା ପାଇଁ ସଂଘର୍ଷ କରୁଥିବା ଦେଖାଯାଉଛି। ଚାରିପାଖର ସ୍ଥିତି ଅନୁଧ୍ୟାନ କରିବା ପରେ, ସେହି ବାଘ ଶିକାର କରିଥିବା ଅଜଗରକୁ ନେଇ ଜଙ୍ଗଲରେ ଉଭାନ ହୋଇଯାଉଛି।


ଏହା ସହ ପଢନ୍ତୁ: ଉଦନ୍ତୀ-ସୀତାନଦି ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ରରେ ନଜର ଆସିଲେ 'ବଳିଆ କୁକୁର'

ଏହି ବିରଳ ଦୃଶ୍ୟ ପ୍ରଥମେ ଦେବେନ୍ଦ୍ର ସିଂହ (@wildlife.with.dev) ନାମକ ଜଣେ ୟୁଜର ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ, ଯିଏ ନିଜେ ଜିମ୍ କର୍ବେଟ ଉଦ୍ୟାନର ଜଣେ ଗାଇଡ୍। ତାଙ୍କ ଦ୍ୱାରା ସେୟାର କରାଯାଇଥିବା ଭିଡିଓ ଲୋକଙ୍କୁ ରୋମାଞ୍ଚିତ ଏବଂ ଆଶ୍ଚର୍ଯ୍ୟଚକିତ କରିଛି। ଏହି ଭିଡିଓ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିବା ପରେ ସେମାନଙ୍କର ପ୍ରତିକ୍ରିୟା ଦେଉଛନ୍ତି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored