Videos
|
Viral-stories

Viral News / ଦ୍ଵିତୀୟ ପତ୍ନୀଙ୍କ ସାମ୍ନାରେ ପ୍ରଥମ ପତ୍ନୀଙ୍କ ବାନ୍ଧବୀଙ୍କୁ ସ୍ଵାମୀ କହିଲେ 'ତୁମ ସହ ତୃତୀୟ ବିବାହ କରିବି'...

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଦ୍ଵିତୀୟ ପତ୍ନୀଙ୍କ ସାମ୍ନାରେ ପ୍ରଥମ ପତ୍ନୀଙ୍କ ବାନ୍ଧବୀଙ୍କୁ ସ୍ଵାମୀ କହିଲେ 'ତୁମ ସହ ତୃତୀୟ ବିବାହ କରିବି'...
Third Marriage Joke Sparks Family Row

Key Points

କରୱା ଚୌଥ୍ ପୂର୍ବରୁ ହିଁ ସ୍ଵାମୀ ଦ୍ଵିତୀୟ ପତ୍ନୀଙ୍କ ଆଗରେ ପ୍ରଥମ ପତ୍ନୀଙ୍କ ବାନ୍ଧବୀଙ୍କ ସହ ଏମିତି ଥଟ୍ଟା ମଜା କଲେ ଯେ, ତାହା ତାଙ୍କ ପାଇଁ ଭାରି ପଡ଼ିଗଲା । ସ୍ଵାମୀ-ସ୍ତ୍ରୀଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେବା ସହ ଥାନାରେ ରାତି କାଟିବାକୁ ପଡ଼ିଲା ।
ଲକ୍ଷ୍ନୌ: ଘରୋଇ ଚାକିରି କରୁଥିଲେ । ପ୍ରଥମ ବିବାହ ପରେ ଦ୍ଵିତୀୟ ବିବାହ କରି ଖୁସିରେ ପରିବାର ଚାଲିଥିଲା । ଆଉ କରୱା ଚୌଥ୍ ପୂର୍ବରୁ ହିଁ ସ୍ଵାମୀ ଦ୍ଵିତୀୟ ପତ୍ନୀଙ୍କ ଆଗରେ ପ୍ରଥମ ପତ୍ନୀଙ୍କ ବାନ୍ଧବୀଙ୍କ ସହ ଏମିତି ଥଟ୍ଟା ମଜା କଲେ ଯେ, ତାହା ତାଙ୍କ ପାଇଁ ଭାରି ପଡ଼ିଗଲା । ସ୍ଵାମୀ-ସ୍ତ୍ରୀଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେବା ସହ ଥାନାରେ ରାତି କାଟିବାକୁ ପଡ଼ିଲା ।

ଉତ୍ତରପ୍ରଦେଶର କାନପୁରରୁ କରୱା ଚୌଥ୍ ସମୟରେ ଆସିଛି ଏଭଳି ଏକ ଅଜବ ଘଟଣା । ମନ୍ଧାନା ଥାନା ଅଞ୍ଚଳରେ ଜଣେ ଯୁବକ ତାଙ୍କ ଦ୍ଵିତୀୟ ପତ୍ନୀଙ୍କ ସମ୍ମୁଖରେ କରିଥିବା ଥଟ୍ଟା ତାଙ୍କୁ ବେଶ୍ ଭାରି ପଡ଼ିଛି । ଗୋରଖପୁରରୁ ଆସିଥିବା ପ୍ରଥମ ପତ୍ନୀଙ୍କ ବାନ୍ଧବୀଙ୍କୁ ଯୁବକ କହିଥିଲେ, "ମୁଁ ତୁମକୁ ତୃତୀୟ ବିବାହ କରିବି ।" ଆଉ ଏହି ପଦଟିଏ କଥା ସନ୍ଦେହ ସୃଷ୍ଟି କରିଥିଲା । ଯାହାକୁ ନେଇ ଘରେ କଳହ ସୃଷ୍ଟି ହୋଇଥିଲା ।

ବିବାଦ ବଢ଼ିବାରୁ ବୁଧବାର ରାତିରେ ପ୍ରଥମ ପତ୍ନୀ, ଦ୍ଵିତୀୟ ପତ୍ନୀ, ବାନ୍ଧବୀ ଓ ସ୍ଵାମୀ ୪ ଜଣ ମନ୍ଧାନା ଥାନାରେ ପହଞ୍ଚିଥିଲେ । ଥାନା ପ୍ରଭାରୀ ଜୟ ନାରାୟଣ ସିଂହ ଉଭୟ ପକ୍ଷର କଥା ଶୁଣି ଦ୍ଵନ୍ଦ୍ଵ ଦୂର କରିବା ପରେ ସମସ୍ତେ ଶାନ୍ତ ପଡ଼ିବା ସହ ଘରକୁ ଫେରିଥିଲେ ।

ଥଟ୍ଟା ମଜାରେ ତୃତୀୟ ବିବାହ…

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମନ୍ଧାନା ଥାନା ଅଞ୍ଚଳରେ ରହୁଥିବା ଯୁବକ ଜଣକଙ୍କ ପ୍ରଥମ ବିବାହ ପରେ କୌଣସି ସନ୍ତାନ ହୋଇନଥିଲା । ତେଣୁ ଶ୍ଵଶୁର ଘର ଲୋକଙ୍କ ଅନୁମତିରେ ସେ ଦ୍ଵିତୀୟ ବିବାହ କରିଥିଲେ । ଯାହା ପରେ ଝିଅଟିଏ ହୋଇଛି । କିଛିଦିନ ତଳେ ପ୍ରଥମ ପତ୍ନୀଙ୍କ ବାନ୍ଧବୀ ଗୋରଖପୁରରୁ ଭେଟିବାକୁ ଆସିଥିଲେ । ଆଉ ସେହି ସମୟରେ ଯୁବକ ମଜା ମଜା କରୁ ଦ୍ଵିତୀୟ ପତ୍ନୀ ଆଗରେ ତୃତୀୟ ବିବାହ କଥା କହିଥିଲେ ।

ଏଥିସହ ପଢ଼ନ୍ତୁ: ଦଶହରା ମେଳାରେ ଅଘଟଣ; ଷ୍ଟଣ୍ଟ ସମୟରେ ବାଇକ୍‌ରେ ଲାଗିଲା ନିଆଁ, ଜଳିଗଲେ ଯୁବତୀ 

ସନ୍ଦେହ, ଡ୍ରାମା

ତେବେ, ସ୍ଵାମୀ କହିଥିବା କଥାକୁ ଦ୍ଵିତୀୟ ପତ୍ନୀ ଗମ୍ଭୀରତାର ସହ ନେବା ସହ ସନ୍ଦେହ କରିବା ଆରମ୍ଭ କରିଥିଲା । ପ୍ରକୃତରେ ସ୍ଵାମୀ ତୃତୀୟ ବିବାହ କରିବାକୁ ଯାଉଥିବା ଭାବେ ଘରେ ପାଟିତୁଣ୍ଡ ଆରମ୍ଭ କରିଥିଲେ । ପ୍ରଥମ ପତ୍ନୀ ଓ ସ୍ଵାମୀ ଉଭୟ ବୁଝାଇବାକୁ ଚେଷ୍ଟା କରି ବିଫଳ ହେବା ପରେ ଥାନାରେ ପହଞ୍ଚିଥିଲେ ।

ଥାନାରେ ୨ ଘଣ୍ଟା, ହେଲା ସମାଧାନ

ସ୍ଵାମୀ, ପ୍ରଥମ ଓ ଦ୍ଵିତୀୟ ସହ ବାନ୍ଧବୀ ଥାନାକୁ ଯିବା ପରେ ପୋଲିସ ମୁହାଁମୁହିଁ ବସାଇ ଆଲୋଚନା କରିଥିଲା । ସ୍ଵାମୀ ସ୍ପଷ୍ଟ କରିଥିଲେ ଯେ, ମୋର କୌଣସି ସମ୍ପର୍କ ନାହିଁ କି ତୃତୀୟ ବିବାହ ନେଇ କୌଣସି ଉଦ୍ଦେଶ୍ୟ ନାହିଁ । ଯାହାପରେ ପୋଲିସ ହସ୍ତକ୍ଷେପରେ ଦ୍ଵନ୍ଦ୍ଵ ଦୂର ହେବା ପରେ ଦୁଇ ସ୍ତ୍ରୀ ଗୁରୁବାର ସ୍ଵାମୀଙ୍କ ଦୀର୍ଘାୟୁ କାମନା କି କରୱା ଚୌଥ୍ ବ୍ରତ ରଖିଛନ୍ତି ।