Accident News / ଦଶହରା ମେଳାରେ ଅଘଟଣ; ଷ୍ଟଣ୍ଟ ସମୟରେ ବାଇକ୍ରେ ଲାଗିଲା ନିଆଁ, ଜଳିଗଲେ ଯୁବତୀ
·53 mins ago·2 min read

Key Points
ଜାମସେଦପୁର ଦୁର୍ଗା ପୂଜା ମେଳାରେ ଷ୍ଟଣ୍ଟ କରୁଥିବା ସମୟରେ ଗୋଟିଏ ବାଇକ୍ରେ ନିଆଁ ଲାଗି ଯାଇଥିଲା।
ଗତ ରବିବାର (ଅକ୍ଟୋବର ୨୫) ରାତିରେ ଝାଡ଼ଖଣ୍ଡର ଜାମସେଦପୁର ଠାରେ ଆୟୋଜିତ ହୋଇଥିବା ଦଶହରା ମେଳାରେ ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇଛି। ବର୍ମା ମାଇନ୍ସ ଦୁର୍ଗାପୂଜା ପଡ଼ିଆରେ ବାଇକ ଷ୍ଟଣ୍ଟ କରୁଥିବା ଜଣେ ଯୁବତୀଙ୍କ ମୋଟର ସାଇକେଲ୍ ରେ ହଠାତ୍ ନିଆଁ ଲାଗି ଯାଇଥିଲା। ନିଆଁରେ ଫସିଯିବା ପରେ ସେ ଭାରସାମ୍ୟ ହରାଇ ତଳେ ପଡ଼ିଯିବାରୁ ପୋଡ଼ି ଯାଇଥିଲେ। ପରେ ତାଙ୍କୁ ଚିକିତ୍ସା ପାଇଁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଦୁର୍ଘଟଣା ଘଟିବା ସମୟରେ ଯୁବତୀ ଜଣକ ଦ୍ରୁତ ଗତିରେ ମୋଟର ସାଇକେଲ ଚଲାଉଥିଲେ। ଇଞ୍ଜିନରୁ ଧୂଆଁ ବାହାରିବାକୁ ଲାଗିଲା। ଦେଖୁ ଦେଖୁ ଗାଡ଼ିରେ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିଯିବାରୁ ଭୟଭୀତ ହୋଇ ଯୁବତୀ ଜଣଙ୍କ ବାଇକ୍ ଉପରୁ ନିଜର ନିୟନ୍ତ୍ରଣ ହରାଇ ପ୍ରାୟ ୨୦ ଫୁଟ ଉଚ୍ଚ ଢାଞ୍ଚା ତଳେ ପଡ଼ି ଯାଇଥିଲେ। ଏହି ଘଟଣା ମେଳାରେ ଆତଙ୍କ ସୃଷ୍ଟି କରିଥିଲା। ସେଠାରେ ଉପସ୍ଥିତ ରହିଥିବା ଦର୍ଶକ ନିଆଁ ଲାଗି ଯାଉଥିବାର ଦେଖି ବାହାରକୁ ବାହାରିବା ପାଇଁ ସଂକୀର୍ଣ୍ଣ ସିଡ଼ି ଆଡକୁ ଦୌଡ଼ିଥିଲେ। ଯାହାକୁ ନେଇ ଏକ ପ୍ରକାର ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା।
ଏହା ସହ ପଢନ୍ତୁ: ଦୋଳି ଖେଳିବା ବେଳେ ଅଘଟଣ; ଉପୁଡ଼ିଗଲା ମହିଳାଙ୍କ ଖପୁରୀ
ଘଟଣାସ୍ଥଳରେ ଉପସ୍ଥିତ ଲୋକ କହିଛନ୍ତି ଯେ କିଛି ଲୋକ ସେମାନଙ୍କ ମୋବାଇଲ୍ ଫୋନ୍ରେ ଏହି ଘଟଣାର ଭିଡିଓ ରେକର୍ଡିଂ କରୁଥିଲେ। ଦୁର୍ଘଟଣା ଘଟିବା ପରେ ତୁରନ୍ତ ମେଳା ଆୟୋଜକ ଏବଂ କର୍ମଚାରୀ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ପାଣି ଏବଂ ମାଟି ପକାଇ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା। ଆଶ୍ୱସ୍ତିର କଥା ଏହା ଯେ ନିଆଁ ଯାହା ଉପରେ ବାଇକ ଷ୍ଟଣ୍ଟ ହେଉଥିଲା ତାହା କାଠରେ ଗଠିତ ହୋଇଥିଲେ ମଧ୍ୟ ଏଥିରେ ନିଆଁ ବ୍ୟାପି ନଥିଲା। ଯାହା ଏକ ବଡ଼ ଅଗ୍ନିକାଣ୍ଡର କାରଣ ହୋଇଥାନ୍ତା।
ହେଲେ ତଥାପି ଏହି ଅଗ୍ନିକାଣ୍ଡରେ ମୋଟର ସାଇକେଲ ଜଳି ପୋଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ସୋମବାର ଏହି ଘଟଣାର ଏକ ଭିଡି଼ଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯାହା ପରେ ଏହି ଦୁର୍ଘଟଣା ବିଷୟରେ ଅନେକ ଆଲୋଚନା ହୋଇଥିଲା। ବର୍ତ୍ତମାନ ବାଇକ୍ ଷ୍ଟଣ୍ଟ କରିବା ବେଳେ ଆହତ ହୋଇଥିବା ଯୁବତୀଙ୍କ ଅବସ୍ଥା କିମ୍ବା ଏହି ଅଗ୍ନିକାଣ୍ଡ ଘଟଣା ପଛରେ ରହିଥିବା କାରଣ ସମ୍ପର୍କରେ କିଛି ଜଣାପଡ଼ି ନାହିଁ। ଜାମସେଦପୁର ପୋଲିସ ଏବେ ଏହି ଘଟଣାର ତଦନ୍ତ କରୁଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: