Videos
|
Viral-stories

Viral Pool Video / ପୁଲ୍‌ରେ ମାଆ ମସ୍ତିରେ ମଗ୍ନ, ପାଣିରେ ବୁଡ଼ିଗଲା କୁନି ଝିଅ…ଅଳ୍ପକେ ବର୍ତ୍ତିଲା ଜୀବନ

Ritu Das
Browse all articles by Ritu Das
·1 hour ago·2 min read
ପୁଲ୍‌ରେ ମାଆ ମସ୍ତିରେ ମଗ୍ନ, ପାଣିରେ ବୁଡ଼ିଗଲା କୁନି ଝିଅ…ଅଳ୍ପକେ ବର୍ତ୍ତିଲା ଜୀବନ
India

Key Points

ପୁଲ୍‌ରେ ମାଆ ପରିବାର ସହ ମସ୍ତି କରୁଥିବା ବେଳେ ହଠାତ୍ ପାଣିରେ ବୁଡ଼ିବାକୁ ଲାଗିଲା କୁନି ଝିଅ

ଖରାଦିନ ଏବେ ସରି ସରି ଆସୁଛି। ଅନେକ ଲୋକ ଗରମକୁ ବିଦାୟ ଦେବା ପାଇଁ ୱାଟର ପାର୍କ ଏବଂ ପୁଲ ଭଳି ସ୍ଥାନକୁ ଯିବାକୁ ପସନ୍ଦ କରନ୍ତି। କିନ୍ତୁ କେତେକ ସମୟରେ, ପାଣିରେ ମଜା ଜୀବନରେ ସବୁଠୁ ବଡ଼ ଭୁଲ ହୋଇଯାଇଥାଏ। ଯେଉଁଥିପାଇଁ ସାରା ଜୀବନ ଅନୁତାପ କରିବାକୁ ପଡ଼େ। ସୋସିଆଲ ମିଡିଆରେ ପ୍ରସାରିତ ଏକ ଭିଡିଓ ଏହି ସତ୍ୟର ସ୍ପଷ୍ଟ ପ୍ରମାଣ ଦେଉଛି: ଜଣେ ମହିଳା ପୁଲରେ ଏମିତି ବୁଡ଼ି ରହିଛନ୍ତି ଯେ ପାଖରେ ଖେଳୁଥିବା ତାଙ୍କ ପିଲାଟି ବୁଡ଼ିଗଲାଣି ହେଲେ ସେ ଦେଖିପାରି ନାହାନ୍ତି। ଭିଡିଓଟି ଇଣ୍ଟରନେଟରେ ଭାଇରାଲ ହେଉଛି।

  • କୁନି ଝିଅଟି ହଠାତ ପୁଲରେ ବୁଡ଼ିଗଲା

ପ୍ରକୃତରେ, ସୋସିଆଲ ମିଡିଆରେ ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି ଯେଉଁଥିରେ ଜଣେ ମହିଳା ତାଙ୍କ ପରିବାର ସହିତ ଏକ ପୁଲରେ ମଜା କରୁଥିବାର ଦେଖାଯାଉଛି। ତାଙ୍କ ଛୋଟ ଝିଅ ମଧ୍ୟ ତାଙ୍କ ସହିତ ଖେଳୁଛି, ପାଣିରେ ବସିଛି। କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ, ପିଲାଟିର ଗୋଡ଼ ଖସିଯାଉଛି। ପାଣିରେ ପଡ଼ିଯାଉଛି ଏବଂ ବୁଡ଼ିବାକୁ ଲାଗୁଛି। ଗୋଟିଏ ମୁହୂର୍ତ୍ତରେ, ପିଲାଟି ପାଣିରେ ବୁଡ଼ିଯାଉଛି। ଆଉ ପାଣି ତଳକୁ ଖସିଯାଉଛି। ଏଭଳି ହୃଦୟବିଦାରକ ଘଟଣା ଘଟିଲେ ମଧ୍ୟ ତାଙ୍କ ମା’ଙ୍କୁ ଖବର ନଥିଲା।

ପରେ ଯେତେବେଳେ ଛୁଆର ବାପା ଜାଣିଲେ ତା’ପରେ ସାଙ୍ଗେ ସାଙ୍ଗେ ପାଟି କରିଥିଲେ। ତାଙ୍କ ମା’ ବୁଡ଼ିଯାଇଥିବା ଛୁଆଟିକୁ ପାଣିରୁ ଉଦ୍ଧାର କରିଥିଲେ। ବଡ଼ ଦୁର୍ଘଟଣା ହେବାରୁ ଅଳ୍ପକେ ଛୁଆର ଜୀବନ ବର୍ତ୍ତିଯାଇଥିଲା। ନଚେତ କିଛି ସମୟ ମଧ୍ୟରେ ଏକ ହୃଦୟବିଦାରକ ଘଟଣା ଘଟିବାକୁ କେହି ବି ଅଟକାଇ ପାରିନଥାନ୍ତେ। ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ୟୁଜର୍ସ ମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି।

ଏହି ଭିଡିଓକୁ @gharkekalesh ନାମକ ଏକ ଆକାଉଣ୍ଟରୁ ଶେୟାର କରାଯାଇଛି। ଏହି ଭିଡିଓକୁ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ ଦେଖିସାରିଲେଣି କିଛି ଲୋକ ଏହି ଭିଡିଓକୁ ଲାଇକ ମଧ୍ୟ କରିଛନ୍ତି। ଇଏ କେଉଁଭଳି ମା’ ନିଜ ଛୋଟ ଛୁଆକୁ ନେଇ ପୁଲକୁ ଯିବା କଣ ଦରକାର। ଏତେ ଦାୟିତ୍ବହୀନତା ଉଭୟ ବାପାମା’ଙ୍କୁ ଶୋଭା ପାଉନି। ଏଭଳି ମା’ବାପା ସତରେ ଗୋଟିଏ ଛୁଆ ପାଳିବାକୁ ସତରେ ଅଯୋଗ୍ୟ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Mother Distracted in Pool as Little Girl Nearly Drowns | Argus News Odia