Videos
|
Viral-stories

Python Rescue Madhya Pradesh / ଗାର୍ଲ୍ସ୍ ହଷ୍ଟେଲ ବାଥରୁମ୍ ରେ ମିଳିଲା ବିଶାଳକାୟ ଅଜଗର; ସାପ ଧରାଳୀ କଲେ ଉଦ୍ଧାର

Subhramjit Ray
Browse all articles by Subhramjit Ray
·1 hour ago·2 min read
ଗାର୍ଲ୍ସ୍ ହଷ୍ଟେଲ ବାଥରୁମ୍ ରେ ମିଳିଲା ବିଶାଳକାୟ ଅଜଗର; ସାପ ଧରାଳୀ କଲେ ଉଦ୍ଧାର
Python Rescue Madhya Pradesh

Key Points

ହଷ୍ଟେଲ ବାଥରୁମ୍ ରେ ଅଜଗର ରହିଥିବାର ଜଣାପଡ଼ିବା ପରେ, ଅନେକ ସମୟ ପର୍ଯ୍ୟନ୍ତ ଛାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା।
ସଦ୍ୟ ମଧ୍ୟ ପ୍ରଦେଶର ସାଗର ଜିଲ୍ଲାରେ ଘଟିଯାଇଛି ଚମକାଇ ଦେବା ଭଳି ଘଟଣା। ଏଠାରେ ଅବସ୍ଥିତ ଏକ ଗାର୍ଲ୍ସ୍ ହଷ୍ଟେଲ ବାଥରୁମ୍ ରେ ପ୍ରାୟ ୧୦ ଫୁଟ ଲମ୍ବା ଅଜଗର ଦେଖିବାକୁ ମିଳିଥିଲା। ହଷ୍ଟେଲ ପରିସରରେ ଏପରି ଏକ ବିଶାଳକାୟ ଅଜଗରକୁ ଦେଖିବା ପରେ ସେଠାରେ ରହୁଥିବା ଛାତ୍ରୀ ଭୟଭୀତ ହୋଇ ପଡିଥିଲେ। ସେମାନେ ଅଚାନକ ଅଜଗରକୁ ଦେଖିବା ପରେ ଚିତ୍କାର କରିବାକୁ ଲାଗିଥିଲେ। ବାଥରୁମ୍ ରେ ଅଜଗର ରହିଥିବାର ଜାଣିବା ପରେ ହଷ୍ଟେଲ ପରିଚାଳନା କର୍ତ୍ତୃପକ୍ଷ ତୁରନ୍ତ ସାପ ଧରାଳୀ ଅକିଲ ବାବାଙ୍କ ସହ ଯୋଗାଯୋଗ କରିଥିଲେ।

ସାଗର ଜିଲ୍ଲାର ତିଲି ଅଞ୍ଚଳରେ ଅବସ୍ଥିତ ଏକ ଗାର୍ଲ୍ସ୍ ହଷ୍ଟେଲ ପରିସରରେ ଏହି ଘଟଣା ଘଟିଥିଲା। ହଷ୍ଟେଲ ବାଥରୁମ୍ ରେ ଅଜଗର ରହିଥିବାର ଜଣାପଡ଼ିବା ପରେ, ଅନେକ ସମୟ ପର୍ଯ୍ୟନ୍ତ ଛାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା।

ଏହା ସହ ପଢନ୍ତୁ: ବିଶାଳକାୟ ଅଜଗର ଆତଙ୍କରେ ଆତଙ୍କିତ ଲୋକ; ଗିଳିଦେଲା ମୟୁର

ବାଥରୁମ୍ ରେ ମିଳିଲା ୧୦ ଫୁଟ ଲମ୍ବା ଅଜଗର
ଖବର ପାଇବା ପରେ, ସାପ ଧରାଳୀ ଅକିଲ ବାବା ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। କିଛି ସମୟ ଧରି ଚେଷ୍ଟା କରିବା ପରେ ସେ ସୁରକ୍ଷିତ ଭାବରେ ସେହି ୧୦ ଫୁଟ୍ ଲମ୍ବା ଅଜଗର ସାପକୁ ତୁରନ୍ତ କାବୁ କରିଥିଲେ। ଅକିଲ ବାବା ବୁଝାଇଥିଲେ ଯେ ହଷ୍ଟେଲ ରେ ରହୁଥିବା ଛାତ୍ରୀ ବାଥରୁମ ଯିବା ସମୟରେ ସେହି ବିଶାଳକାୟ ଅଜଗରକୁ ଦେଖିଥିଲେ। ଏହି ଅଜଗର ପ୍ରାୟ ୧୦ ଫୁଟ ଲମ୍ବା ଥିଲା।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସାପ ଧରାଳୀ ଅକିଲ ବାବା କହିଛନ୍ତି ତିଲି ଅଞ୍ଚଳ ଏକ ପାହାଡିଆ ଅଞ୍ଚଳ ସହିତ ଲାଗି ରହିଛି। ଏଠାରେ ଅଜଗର ସମେତ ଅନ୍ୟାନ୍ୟ ସାପ ବହୁଳ ମାତ୍ରାରେ ନଜର ଆସିଥାନ୍ତି। ସେ ଆହୁରି କହିଛନ୍ତି ଯେ ଆବାସିକ ପ୍ରକଳ୍ପ ଏବଂ ଏହାର ଆଖପାଖ ଅଞ୍ଚଳରୁ ପ୍ରାୟ ୭୦-୭୫ ଅଜଗର ଉଦ୍ଧାର କରାଯାଇ ସାରିଛି। ବନ ବିଭାଗ ଉପସ୍ଥିତିରେ ଏହି ସମସ୍ତ ଅଜଗରକୁ ସୁରକ୍ଷିତ ଭାବରେ ଧରାଯାଇ ଜଙ୍ଗଲରେ ଛାଡି ଦିଆଯାଇଛି। ଉଦ୍ଧାର ଅଜଗରକୁ ସୁରକ୍ଷିତ ବାସସ୍ଥାନରେ ଛାଡିବା ପାଇଁ ବର୍ତ୍ତମାନ ପ୍ରସ୍ତୁତି ଚାଲିଛି। ଅଜଗର ଧରାପଡ଼ିବା ପରେ ହଷ୍ଟେଲ ଛାତ୍ରୀ ଏବଂ ପରିଚାଳନା କର୍ତ୍ତୃପକ୍ଷ ଆଶ୍ୱସ୍ତିର ନିଶ୍ୱାସ ମାରିଛନ୍ତି।