Mystery Village / ଏ କାହାଣୀ କୁଲଧରାର...ରାତାରାତି ଖାଲି ହୋଇଯାଇଥିଲା ଗାଁ, ମିଳିଥିଲା ଅଭିଶାପ
·3 months ago·4 min read

Key Points
କୁଲଧରା ଗାଁର ସେହି ରହସ୍ୟମୟ କାହାଣୀ
ରାତାରାତି ହଠାତ୍ ଜନଶୂନ୍ୟ ପାଲଟିଥିଲା ଗାଁ
ଗୋଟିଏ ରାତି ବଦଳାଇଥିଲା ଗାଁର ପୂରା ଚିତ୍ର
ରାତାରାତି ହଠାତ୍ ଜନଶୂନ୍ୟ ପାଲଟିଥିଲା ଗାଁ
ଗୋଟିଏ ରାତି ବଦଳାଇଥିଲା ଗାଁର ପୂରା ଚିତ୍ର
ଦିନେ ସକାଳ ହେଲେ ପୂରା ଗାଁ ଚଳଚଞ୍ଚଳ ହୋଇଉଠୁଥିଲା । କାଉ ରାବ, ଗାଈର ହମା ରଡ଼ି, ପିଲାଙ୍କ ଲୁଚକାଳି ଖେଳ, ମାଆ ହାଣ୍ଡିଶାଳର ସେହି ବାସ୍ନା ଓ ବରଗଛ ତଳେ ଲୋକଙ୍କ ଚା' ଖଟିରେ ବିତୁଥିଲା ଦିନ । ସନ୍ଧ୍ୟା ହେଲେ ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟରେ ଗାଁର ଶୋଭା ଦ୍ଵିଗୁଣିତ ହେଉଥିଲା । ହେଲେ ଏମିତି ଏକ ଦିନ ଆସିବ କେହି କେବେ କଳ୍ପନା କରିନଥିଲେ । ଗୋଟିଏ ରାତି ପୂରା ବଦଳାଇଦେଇଥିଲା ଗାଁର ଚିତ୍ର । ରାତାରାତି ଜନଶୂନ୍ୟ ପାଲଟିଗଲା କୁଲଧରା । ଏହି କାହାଣୀ ଆଜି କି କାଲିର ନୁହଁ, ବର୍ଷ ବର୍ଷର । ତେବେ କଣ ସେହି ରାତିରେ ଘଠିଥିଲା, ତାକୁ ନେଇ ଚର୍ଚ୍ଚା ହୋଇଥିଲା ।
ଏହାରି ଭିତରେ ଅନେକ ବର୍ଷ ବିତିଛି । ହେଲେ ସେମିତି ଠିଆ ହୋଇଛି କୁଲଧରା । ଖରାଛୁଟି ଆସିଲେ ଏହି ଗାଁରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି । ଯଦି ଆପଣ ବି ଏକ ନିଆରା ସ୍ଥାନକୁ ଯିବାକୁ ପସନ୍ଦ କରନ୍ତି, ତେବେ ରାଜସ୍ଥାନ ଜୈସଲମର ନିକଟରେ ଥିବା ଏହି ରହସ୍ୟମୟ ଗାଁ କୁଲଧରାକୁ ନିଜ ତାଲିକାରେ ସାମିଲ କରିପାରିବେ । ମରୁଭୂମି ଭିତରେ ସ୍ଥିତ ଏହି ପୁରାତନ ଗାଁଟି ନିଜର ରହସ୍ୟମୟ କାହାଣୀ ଓ ଭୂତକୋଠି ପରି ଠିଆ ହୋଇଥିବା କୋଠା ପାଇଁ ଜଣାଶୁଣା । ଜୈସଲମରଠାରୁ ପ୍ରାୟ ୧୮କିମି ଦୂରରେ ଅବସ୍ଥିତ ଏହି ଗାଁ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଏହାକୁ ଭାରତର ଅନ୍ୟ ଏକ 'ଭୂତ ଗାଁ' ବୋଲି କୁହାଯାଏ ।

- କେମିତି ଥିଲା ସେତେବେଳର କୁଲଧରା ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- କୁଲଧରାକୁ ମିଳିଥିଲା ଅଭିଶାପ
- କଣ ସତରେ କୁଲଧରା 'ଭୂତ ଗାଁ' ?
- କୁଲଧରାରେ କଣ କରନ୍ତି ପର୍ଯ୍ୟଟକ ?

ପଢନ୍ତୁ ଏହି ଖବର: ଗାଁରେ ନିୟମ ହେବ ତ ଏମିତି; ₹୫୦୦ ଗଣ, ନହେଲେ ଘଣ୍ଟାଏ ସଫା କର
ଯଦି ଆପଣ ଏହି ନିଆରା ଗାଁକୁ ଯିବାକୁ ଚାହୁଁଛନ୍ତି, ଅତି ସହଜରେ ଯାଇପାରିବେ । ଜୈସଲମରରୁ ଆପଣ ଅଟୋ ଧରି କୁଲଧରା ଯାଇପାରିବେ ନଚେତ ସ୍ଥାନୀୟ ପରିବହନ ସେବାର ବ୍ୟବହାର କରିପାରିବେ । ଅନେକ ପର୍ଯ୍ୟଟକ ଏହାକୁ ଡେଜର୍ଟ ସଫାରୀ ସହିତ ପ୍ଲାନ୍ କରନ୍ତି । କୁଲଧରା କେବଳ ଭୂତପ୍ରେତଙ୍କ ରହସ୍ୟମୟ ସ୍ଥାନ ନୁହେଁ, ଏହା ଏକ ଶାନ୍ତ, ସୁନ୍ଦର ଓ ଆକର୍ଷଣୀୟ ସ୍ଥାନ । କୁଲଧରା ନିକଟରେ ଅନ୍ୟ ପର୍ଯ୍ୟଟନସ୍ଥଳୀଗୁଡ଼ିକ ହେଉଛି ସମ୍ ସ୍ୟାଣ୍ଡ ଡ୍ୟୁନ୍ସ, ଖୁରି ଗାଁ, ଜୈସଲମର କିଲା, ଗଡିସର ଝରଣା ଓ ବଡ଼ା ବାଗ୍ ।
Related Topics
Explore more stories