Videos
|
Viral-stories

Pakistan Police Viral Video / ବିଦେଶୀଙ୍କ ସରଳ ଇଂରାଜୀ ବି ବୁଝିପାରିଲେନି ପାକିସ୍ତାନ ପୋଲିସ, ଭାଇରାଲ ହେଲା ଭିଡିଓ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ବିଦେଶୀଙ୍କ ସରଳ ଇଂରାଜୀ ବି ବୁଝିପାରିଲେନି ପାକିସ୍ତାନ ପୋଲିସ, ଭାଇରାଲ ହେଲା ଭିଡିଓ
Pakistan Police Viral Video

Key Points

ବିଦେଶୀଙ୍କ ଇଂରାଜୀରେ ଘାଇଲା ପାକିସ୍ତାନ ପୋଲିସ
ସରଳ ପ୍ରଶ୍ନରେ ଚୁପ୍ ପାକିସ୍ତାନ ପୋଲିସ !
ଭାଇରାଲ ହେଲା ଭିଡିଓ
ସୋସିଆଲ ମିଡିଆରେ ପାକିସ୍ତାନକୁ ନେଇ ଅନେକ ଭିଡିଓ ଭାଇରାଲ ହୋଇଥାଏ । ଏବେ ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି । ଯେଉଁଥିରେ ଜଣେ ବିଦେଶୀ ପର୍ଯ୍ୟଟକଙ୍କ ସହ ପାକିସ୍ତାନ ପୋଲିସର କିଛି ଅଧିକାରୀ ଇଂରାଜୀରେ କଥା ହେଉଥିବା ଦୃଶ୍ୟ ରହିଛି । ତେବେ ପର୍ଯ୍ୟଟକଙ୍କ ସରଳ ଇଂରାଜୀ ପ୍ରଶ୍ନ ବୁଝିବାରେ ଅଧିକାରୀମାନେ ବିଫଳ ହେଉଛନ୍ତି ।

ଭାଇରାଲ ଭିଡିଓରେ ଜଣେ ବିଦେଶୀ ପର୍ଯ୍ୟଟକ ପାକିସ୍ତାନରେ ଖୋଲା ସ୍ଥାନରେ ବସି ଚା’ ପିଉଥିବା ଦେଖାଯାଉଛି । ଏହି ସମୟରେ କିଛି ପୋଲିସ ଅଧିକାରୀ ତାଙ୍କ ସହ ଆଲୋଚନା କରିବାକୁ ଆସୁଛନ୍ତି । କଥାବାର୍ତ୍ତା ଆରମ୍ଭ ହେବା ପରେ ପର୍ଯ୍ୟଟକ ଉପସ୍ଥିତ ଅଧିକାରୀମାନଙ୍କୁ ପୋଲିସ କମାଣ୍ଡର ଚିଫ୍ କିଏ ବୋଲି ପଚାରୁଛନ୍ତି ।
ଏହାପରେ ସେ ପୋଲିସ କମାଣ୍ଡର ଚିଫ୍‌ଙ୍କୁ ଇଂରାଜୀରେ ପଚାରୁଛନ୍ତି—ଆପଣ କେତେ ବର୍ଷ ହେଲା ଏହି ପଦବୀରେ କାମ କରୁଛନ୍ତି ? ପ୍ରଶ୍ନକୁ ଅଧିକାରୀ ଜଣଙ୍କ ବୁଝିବାରେ ବିଫଳ ହେଉଥିବା ଦେଖିବାକୁ ମିଳୁଛି ।



ପର୍ଯ୍ୟଟକଙ୍କ ପ୍ରଶ୍ନରେ ଜଣେ ଇନ୍ସପେକ୍ଟର ତାଙ୍କୁ ଟିକେ ଧୀରେ କହିବାକୁ ଅନୁରୋଧ କରୁଛନ୍ତି । ଏହାପରେ ବିଦେଶୀ ପର୍ଯ୍ୟଟକ ପୁଣିଥରେ ଧୀରେ ଧୀରେ ସେହି ପ୍ରଶ୍ନ ପଚାରୁଛନ୍ତି । ଦ୍ୱିତୀୟ ଥରରେ ମଧ୍ୟ କିଛି ସମୟ ନେବା ପରେ ଅଧିକାରୀ ଶେଷରେ ତାଙ୍କ ପ୍ରଶ୍ନର ଉତ୍ତର ଦେଉଛନ୍ତି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
‘Neo Shotts’ ନାମକ ଏକ ଫେସବୁକ୍ ଆକାଉଣ୍ଟରୁ ଏହି ଭିଡିଓ ଶେୟାର କରାଯାଇଛି । ଭିଡିଓଟି ସୋସିଆଲ ମିଡିଆରେ ବହୁତ ସେୟାର ହେବା ସହ ୟୁଜର୍ସମାନେ ବିଭିନ୍ନ ପ୍ରକାରର ମନ୍ତବ୍ୟ ଦେଉଛନ୍ତି । କିଛି ୟୁଜର୍ସ ପୋଲିସ ଅଧିକାରୀଙ୍କୁ ନେଇ ମଜାଳିଆ ମନ୍ତବ୍ୟ କରିଥିବା ବେଳେ, ଆଉ କିଛି ୟୁଜର୍ସ ଅଧିକାରୀମାନଙ୍କ ଇଂରାଜୀ ବୁଝିବା କ୍ଷମତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ତେବେ ଭିଡିଓଟି କେବେ ଏବଂ କେଉଁ ସ୍ଥାନରେ ରେକର୍ଡ ହୋଇଥିଲା, ସେନେଇ କିଛି ସୂଚନା ମିଳିପାରିନି ।