Videos
|
Viral-stories

Palwal Monkey Terror Haryana / ୧୦ ଦିନ ପରେ ସଫଳ ହେଲା ଅଭିଯାନ; ଶେଷରେ ଧରା ପଡ଼ିଲା ବଦମାସ୍ ମାଙ୍କଡ଼

Subhramjit Ray
Browse all articles by Subhramjit Ray
·27 mins ago·2 min read
୧୦ ଦିନ ପରେ ସଫଳ ହେଲା  ଅଭିଯାନ; ଶେଷରେ ଧରା ପଡ଼ିଲା ବଦମାସ୍ ମାଙ୍କଡ଼
Palwal Monkey Terror Haryana

Key Points

ପ୍ରୀୟ ୧୦  ଦିନ ଆତଙ୍କ ଖେଳାଇବା ପରେ ଶେଷରେ ଧରାପଡ଼ିଛି ଆତଙ୍କ ସୃଷ୍ଟିକାରୀ ମାଙ୍କଡ଼। ଯାହା ଉପରେ ଘୋଷଣା ହୋଇଥିଲା ୫୧,୦୦୦ ଟଙ୍କା ପୁରସ୍କାର
ସୋସିଆଲ ମିଡିଆରେ ଏକ ମାଙ୍କଡ଼କୁ ଥାପଡ଼ ମାରି ନେଇଯିବାର ଏକ ଭିଡି଼ଓ ଭାଇରାଲ ହେବାରେ ଲାଗିଛି। କିଛି ଲୋକ ଏହାକୁ ଏଆଇ (AI) ଦ୍ୱାରା ପ୍ରସ୍ତୁତ ଭିଡ଼ିଓ ବୋଲି ଦାବି କରୁଛନ୍ତି। ଅନେକ ଧରା ପଡ଼ିଥିବା ମାଙ୍କଡ଼କୁ ଥାପଡ଼ ମରାଯିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ହେଲେ ପରେ ହୋଇଥିବା ଯାଞ୍ଚରୁ ଏହି ଭିଡିଓ ପଛରେ ରହିଥିବା ସତ୍ୟତା ଜଣାପଡ଼ିଛି। ଏହି ଘଟଣାର ହରିୟାଣାର ପଲୱଲ ଜିଲ୍ଲାର ହଥିନ୍ ଗ୍ରାମର ବୋଲି ସ୍ପଷ୍ଟ ହୋଇଛି। ଏନେଇ ହୋଇଥିବା ତଦନ୍ତରୁ ଜଣାପଡିଥିଲା ଯେ ଧରାପଡ଼ିଥିବା ମାଙ୍କଡ଼ ସେହି ଗ୍ରାମରେ ଅନେକ ଦିନ ଧରି ଆତଙ୍କ ସୃଷ୍ଟି କରିଥିଲା।

ଆତଙ୍କ ସୃଷ୍ଟିକାରୀ ମାଙ୍କଡ଼ ଉପରେ ଘୋଷଣା ହୋଇଥିଲା ୫୧,୦୦୦ ଟଙ୍କା ପୁରସ୍କାର
ଧରା ପଡ଼ିଥିବା ଏହି ମାଙ୍କଡ଼ ପ୍ରାୟ ୩୦ ଜଣରୁ ଅଧିକ ଲୋକଙ୍କୁ କାମୁଡ଼ି ଗୁରୁତର ଆହତ କରିଥିଲା। ଏହି ମାଙ୍କଡ଼ ଆତଙ୍କକୁ ଶେଷ କରିବା ପାଇଁ, ପୌର ପରିଷଦ ଅଧ୍ୟକ୍ଷଙ୍କ ପ୍ରତିନିଧି ସୁମିତ ରାଜପୁତ ନିଜ ପକ୍ଷରୁ ୫୧,୦୦୦ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। ଏହା ପରେ ଲୋକ ନିଜ ନିଜର ସାମର୍ଯ୍ୟ ଅନୁସାରେ ସେହି ମାଙ୍କଡ଼କୁ ଧରିବାରେ ଲାଗି ପଡ଼ିଥିଲେ। ବହୁ ପ୍ରଚେଷ୍ଟା ପରେ ଶେଷରେ ଆତଙ୍କ ଖେଳାଇଥିବା ମାଙ୍କଡ଼ ଧରି ପଡ଼ିଥିଲା। ଯାହା ପରେ ଲୋକ ସେହି ମାଙ୍କଡ଼କୁ ଥାପଡ଼ ମାରି ନିଜ ନିଜର ରାଗ ଶାନ୍ତ କରିଥିଲେ। ସେମାନେ ତାକୁ ପିଟି ପିଟି ନେଇ ଯାଇଥିଲେ।

ରାତି ସାରା ଠେଙ୍ଗା ବାଡ଼ି ଧରି ଜଗି ରହୁଥିଲେ ଲୋକେ
ରିପୋର୍ଟ ଅନୁଯାୟୀ, ହଥିନ୍ ସହରରେ ଏକ ମାଙ୍କଡ଼ ଗୋଷ୍ଠୀ ରହିଛି। ଯେଉଁଥିରେ ପ୍ରାୟ ୫୦୦ ମାଙ୍କଡ଼ ରହିଥିବାର କୁହାଯାଉଛି। ଏହି ମାଙ୍କଡ଼ଙ୍କ ଭୟ ଯୋଗୁଁ ଛୋଟ ପିଲା ବାହାରେ ଖେଳାଖେଳି କରିବା ଏବଂ ବୟସ୍କ ଲୋକ ଘରୁ ବାହାରିବାକୁ ଡରୁଥିଲେ। ଏପରିକି ଲୋକଙ୍କ ମାଙ୍କଡ଼ଙ୍କ ଆତଙ୍କ ଯୋଗୁଁ ରାତି ସାରା ଜାଗ୍ରତ ରହି ଠେଙ୍ଗା ବାଡ଼ି ଧରି ପହରା ଦେବାକୁ ପଡ଼ୁଥିଲା। ପୌର ସଚିବ ଦେବେନ୍ଦ୍ରଙ୍କ କହିବା ଅନୁଯାୟୀ, ନୂତନ ଟେଣ୍ଡର ଖୋଲା ନଯିବା ପର୍ଯ୍ୟନ୍ତ, ପୁରୁଣା ସଂସ୍ଥା କେବଳ ଲୋକଙ୍କୁ କାମୁଡ଼ୁଥିବା ମାଙ୍କଡ଼କୁ ଧରିଛି। ଯାହା ଦ୍ୱାରା ଲୋକଙ୍କୁ କିଛି ଆଶ୍ୱସ୍ତି ମିଳିଯିବ। 

ପ୍ରାୟ ୧୦ ଦିନର ପ୍ରୟାସ ପରେ
ହଥିନ୍‌ ଠାରେ ଏହି ମାଙ୍କଡ଼ ଧରାପଡ଼ିବା ପରେ ଲୋକ ଖୁସି ହୋଇଯାଇଥିଲେ। ଏକ ଭାଇରାଲ ଭିଡିଓରେ ମାଙ୍କଡ଼କୁ ନେଇ ଯାଉଥିବା ବ୍ୟକ୍ତି ପଛରେ ଏକ ବଡ଼ ଭିଡ଼ ଦେଖାଯାଉଛି। ତଥାପି, ଘଟଣା ସମୟରେ କିଛି ଲୋକ ମାଙ୍କଡ଼କୁ ଚାପୁଡ଼ା ମାରୁଥିବା ମଧ୍ୟ ଦେଖାଯାଉଛି। ଏହି ଅଞ୍ଚଳର ଏକ ଡଜନରୁ ଅଧିକ ଲୋକଙ୍କୁ କାମୁଡ଼ିଥିବା ମାଙ୍କଡ଼ଟିକୁ ଧରିବା ପାଇଁ ବହୁ ଦିନ ଧରି ପ୍ରୟାସ ଚାଲିଥିଲା। ପ୍ରାୟ ୧୦ ଦିନର ପ୍ରୟାସ ପରେ ଶେଷରେ ଏହା ଧରାପଡ଼ିଛି। ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ମାଙ୍କଡ଼ ଧରାପଡ଼ିବା ପରେ ତାକୁ ଦେଖିବା ପାଇଁ ଏକାଠି ହୋଇଥିବା ଲୋକଙ୍କୁ ଆଶ୍ୱସ୍ତି ମିଳିଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: