Videos
|
Viral stories

Pig Kidney Saves Man Life / ଘୁଷୁରୀ କିଡନୀ ବଞ୍ଚାଇଦେଲା ମଣିଷର ଜୀବନ; ୨୭୧ଦିନ ପରେ ମିଳିଲା ମଣିଷ କିଡନୀ

Debashree Debasmita Sahoo
Browse all articles by Debashree Debasmita Sahoo
·59 mins ago·2 min read
ଘୁଷୁରୀ କିଡନୀ ବଞ୍ଚାଇଦେଲା ମଣିଷର ଜୀବନ; ୨୭୧ଦିନ ପରେ ମିଳିଲା ମଣିଷ କିଡନୀ
Pig Kidney Saves Man Life

Key Points

ଘୁଷୁରୀ ବଞ୍ଚାଇଦେଲା ମଣିଷ ଜୀବନ
୨୭୧ ଦିନ ଯାଏଁ ମଣିଷ ଶରୀରରେ ଲାଗିଲା ଘୁଷୁରୀ କିଡନୀ
ଘୁଷୁରୀ କିଡ଼ନୀ ପାଇଁ ଜୀବନ ବଞ୍ଚିଗଲା । ୨୭୧ ଦିନ ଯାଏଁ ଭରସା ପାଲଟିଥିଲା ପଶୁର ଆଭ୍ୟନ୍ତରୀଣ ଅଙ୍ଗ । ଶେଷରେ ମିଳିଥିଲା ମଣିଷର କିଡନୀ । ରୋଗୀଙ୍କ ଜୀବନ ଡାଏଲିସିସ ମେସିନରେ ଅଟକିଥିଲା । ମଣିଷ କିଡନୀ ନ ମିଳିବା ପରେ ଡାକ୍ତର ଘୁଷୁରୀ କିଡନୀ ଲଗାଇବାକୁ ପରାମର୍ଶ ଦେଇଥିଲେ । ଆଉ ୨୭୧ ଦିନ ଯାଏଁ ଘୁଷୁରୀ କିଡନୀ ଠିକଠାକ୍ ମଣିଷ ଶରୀରରେ କାମ କରିଥିଲା । ଏପରି ଘଟଣା ଆମେରିକାରେ ଘଟିଛି । ହାର୍ଭାର୍ଡ ମେଡିକାଲ ସ୍କୁଲରେ ଏମିତି ଜଣେ ରୋଗୀ ଚିକିତ୍ସିତ ହୋଇଥିଲା ଜଣାପଡ଼ିଛି ।

  • ଜାନୁଆରୀ ୨୦୨୫ରେ ଲାଗିଥିଲା କିଡନୀ
ହାର୍ଭାର୍ଡ ମେଡିକାଲ ସ୍କୁଲରେ ଟିମ୍ ଆଣ୍ଡୁଜ୍ ନାମରେ ଜଣେ ରୋଗୀ କିଡନୀ ରୋଗରେ ପୀଡ଼ିତ ଥିଲେ । ତାଙ୍କର କିଡନୀ କାମ କରିବା ବନ୍ଦ ହୋଇଯାଇଥିଲା । ଜାନୁଆରୀ ୨୦୨୫ରେ ଡାକ୍ତର ତାଙ୍କ ଶରୀରରେ ଜେନେଟିକାଲି ଏଡିଟେଡ୍ ହୋଇଥିବା କିଡନୀ ଲଗାଇଥିଲେ । ଏହାପରେ ସେ ୨୭୧ ଦିନ ଯାଏଁ ବିନା ଡାଏଲିସିସରେ ବଞ୍ଚିଲେ । ଏହାପରେ ଘୁଷୁରୀ କିଡନୀ ମଧ୍ୟ ତାଙ୍କ ଶରୀରରେ କାମ କରିବା ବନ୍ଦ ହୋଇଯାଇଥିଲା । ସୌଭାଗ୍ୟବଶତଃ ସେତେବେଳକୁ ଟିମଙ୍କୁ ଜଣେ ମଣିଷ ଅଙ୍ଗଦାତାଙ୍କ କିଡନୀ ମିଳିସାରିଥିଲା।

  • ବିଶ୍ଵରେ ଏପରି ମାମଲା ପ୍ରଥମ
ଡାକ୍ତରଙ୍କ କହିବାନୁସାରେ ଏପରି ମାମଲା ବିଶ୍ଵରେ ପ୍ରଥମ ଯେ, ଜଣେ ମଣିଷ ଶରୀରରେ ଘୁଷୁରୀର କିଡନୀ ଏତେ ଦିନ ପର୍ଯ୍ୟନ୍ତ କାମ କରିପାରିଲା । ଟିମଙ୍କୁ ବଞ୍ଚାଇଦେଲା ଘୁଷୁରୀ କିଡନୀ । ହାର୍ଭାର୍ଡ ମେଡିକାଲ ସ୍କୁଲର ଏକ ରିପୋର୍ଟ ଅନୁଯାୟୀ, ଟିମ୍ ଆଣ୍ଡ୍ରୁଜଙ୍କୁ ୨୭୧ ଦିନ ପାଇଁ ଡାଏଲିସିସ୍ ଆବଶ୍ୟକ ହୋଇନଥିଲା । ଏକ ଅସ୍ଥାୟୀ ସମାଧାନ ଭାବରେ ପ୍ରତିରୋପଣ କରାଯାଇଥିବା ବୃକକ୍ ପ୍ରାୟ ୯ ମାସ ପର୍ଯ୍ୟନ୍ତ ରୋଗୀଙ୍କ ସ୍ୱାଭାବିକ ଜୀବନ ବଜାୟ ରଖିଥିଲା ।

ପଢନ୍ତୁ ଏହି ଖବର: ବ୍ରେନ୍ ଡେଡ୍ ପରେ ଶରୀର କେତେ ସମୟ ପାଇଁ କାର୍ଯ୍ୟ କରେ? ଅଙ୍ଗ ଦାନ କିପରି କରାଯାଏ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏ ନେଇ ଜଣେ ଡାକ୍ତର ଲିଓନାର୍ଡୋ ରିଏଲା କହିଛନ୍ତି ଯେ ବିଶ୍ଵରେ ଅଙ୍ଗଦାତାଙ୍କ ଅଭାବ ଦ୍ଵାରା ଅଙ୍ଗ ପ୍ରତିରୋପଣ ଚିକିତ୍ସାରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ସାଜିଛି । ସେ ବିଶ୍ୱାସ କରନ୍ତି ଯେ ଭବିଷ୍ୟତରେ, ଜେନୋଟ୍ରାନ୍ସପ୍ଲାଣ୍ଟେସନ୍ ବା କୌଣସି ପ୍ରାଣୀ ଅଙ୍ଗର ବ୍ୟବହାର, ଜଣେ ମାନବ ଦାତାଙ୍କ ଅପେକ୍ଷାରେ ଥିବା ରୋଗୀଙ୍କ ପାଇଁ ଏକ ସଞ୍ଜିବନୀ ପରି କାମ କରୁଛି ।

  • ଘୁଷୁରୀ କିଡନୀ କାହିଁକି କାମ କରିବା ବନ୍ଦ କରିଦେଲା ?
ଡାକ୍ତରଙ୍କ ଅନୁଯାୟୀ, ପ୍ରତିରୋପଣ ପରେ ଘୁଷୁରିର କିଡନୀ ତୁରନ୍ତ କାମ କରିବା ଆରମ୍ଭ କରିଦେଲା ଏବଂ କିଛି ମାସ ପର୍ଯ୍ୟନ୍ତ ସ୍ୱାଭାବିକ ଭାବରେ କାମ କଲା । ପ୍ରାୟ ୬ ମାସ ପରେ, କିଡନୀର ରକ୍ତବାହୀ ନଳୀରେ କ୍ଷତିର ଲକ୍ଷଣ ଦେଖାଦେବା ଆରମ୍ଭ କଲା । ସମୟ ସହିତ ଏହି ସମସ୍ୟା ଆହୁରି ଖରାପ ହୋଇଗଲା, ଯାହା କିଡନୀ କାର୍ଯ୍ୟକୁ ପ୍ରଭାବିତ କଲା ଏବଂ ଶେଷରେ ସମ୍ପୂର୍ଣ୍ଣ ବିଫଳତା ଆଡ଼କୁ ନେଇଗଲା । ଶେଷରେ ଟିମଙ୍କ ଶରୀରରୁ ଘୁଷୁରୀ କିଡନୀକୁ ଡାକ୍ତରମାନଙ୍କୁ କାଢିବାକୁ ପଡ଼ିଲା । ଯଦିଓ ଏହି ଚିକିତ୍ସା ସ୍ଥାୟୀ ବିକଳ୍ପ ନୁହେଁ, ଏହାକୁ ଅଙ୍ଗ ଅଭାବ ସମସ୍ୟାର ସମାଧାନ ପାଇଁ ଏକ ପ୍ରମୁଖ ସଫଳତା ବୋଲି ବିବେଚନା କରାଯାଉଛି ।