Wedding Week Layoff Notice / ବିବାହ ସପ୍ତାହରେ ମିଳିଥାନ୍ତା ଛଟେଇ ଖବର, ଚାକିରି ହରାଇ ଭାଙ୍ଗିପଡ଼ିଲେ ଟେକ୍ ଇଞ୍ଜିନିୟର
·1 hour ago·2 min read

Key Points
ବିବାହ ପୂର୍ବରୁ ବଡ଼ ଝଟକା !
କ୍ୱାଲକମ୍ରୁ ଚାକିରି ହରାଇଲେ ଯୁବ ଇଞ୍ଜିନିୟର
ବାହାଘର ଖୁସି ଭିତରେ ଚାକିରି ଚିନ୍ତା
କ୍ୱାଲକମ୍ରୁ ଚାକିରି ହରାଇଲେ ଯୁବ ଇଞ୍ଜିନିୟର
ବାହାଘର ଖୁସି ଭିତରେ ଚାକିରି ଚିନ୍ତା
ଛଟେଇର ପ୍ରଭାବ କେତେବେଳେ ଯେ କାହା ଉପରେ ପଡ଼ିବ, ତାହା କହିବା ମୁସ୍କିଲ । ଗୋଟିଏ ଦିନ ହାତରେ ଚାକିରି ଥିବାବେଳେ ପରଦିନ ଚାକିରି ଖୋଜିବାକୁ ପଡ଼ିପାରେ। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ହାଇଦ୍ରାବାଦର ଜଣେ ଭାରତୀୟ ଟେକ୍ କର୍ମଚାରୀଙ୍କ କ୍ଷେତ୍ରରେ । ଆମେରିକୀୟ ଟେକ୍ କମ୍ପାନୀ କ୍ୱାଲକମ୍ ତାଙ୍କ ବିବାହ ସପ୍ତାହରେ ତାଙ୍କୁ ଛଟେଇ ବିଷୟରେ ଜଣାଇବାକୁ ଯୋଜନା କରିଥିଲା ବୋଲି ସେ ଦାବି କରିଛନ୍ତି ।
କ୍ୱାଲକମ୍ରେ ବିଶ୍ୱସ୍ତରରେ ବଡ଼ ଧରଣର ଛଟେଇ ଚାଲିଥିବାବେଳେ ଏହାର ପ୍ରଭାବ ଭାରତର ପ୍ରାୟ ୧,୦୦୦ କର୍ମଚାରୀଙ୍କ ଉପରେ ପଡ଼ିବା ଆଶଙ୍କା ରହିଛି । ରିପୋର୍ଟ ଅନୁଯାୟୀ, ୫୨,୦୦୦ କର୍ମଚାରୀ ଥିବା କମ୍ପାନୀ ନିଜର ପ୍ରାୟ ୭ ପ୍ରତିଶତ କର୍ମଚାରୀ, ଅର୍ଥାତ୍ ପ୍ରାୟ ୩,୬୦୦ ଜଣଙ୍କୁ ଛଟେଇ କରିପାରେ ।
ରେଡିଟ୍ରେ ନିଜ ଅନୁଭୂତି ବଖାଣିଲେ କର୍ମଚାରୀ
ରେଡିଟ୍ରେ reasonableregret8989 ନାମରେ ଥିବା ଜଣେ କର୍ମଚାରୀ କ୍ୱାଲକମ୍ରେ ଚାକିରି ହରାଇବା ନେଇ ନିଜ ଅନୁଭୂତି ସେୟାର କରିଛନ୍ତି । ତାଙ୍କ ବିବାହ ଏହି ମାସ ଶେଷ ଆଡ଼କୁ ହେବାକୁ ଥିବାବେଳେ କମ୍ପାନୀ ଛଟେଇ ଆରମ୍ଭ କରିବା ସମୟରେ ସେ ଛୁଟିରେ ଥିଲେ । ସେ ଲେଖିଛନ୍ତି, “ବିବାହର ପ୍ରସ୍ତୁତି ଏବଂ ମାନସିକ ଚାପ ମଧ୍ୟରେ ମୁଁ ଛଟେଇର ଅତିରିକ୍ତ ଚାପ ନେବାକୁ ଚାହୁଁନଥିଲି ।”
ଚାକିରି ରହିବ କି ନାହିଁ, ଏହି ଚିନ୍ତା ତାଙ୍କୁ ଘାରିଥିଲା। ତେଣୁ ସେ ନିଜ ମ୍ୟାନେଜରଙ୍କ ସହ ଯୋଗାଯୋଗ କରିବାକୁ ଅନେକଥର ଚେଷ୍ଟା କରିଥିଲେ ।
ସେ କହିଛନ୍ତି, “ମୁଁ Teamsରେ ମ୍ୟାନେଜରଙ୍କୁ ମେସେଜ୍ କରିବା ସହ ଫୋନ୍ ମଧ୍ୟ କରିଥିଲି । କିନ୍ତୁ ସେ କୌଣସି ଉତ୍ତର ଦେଇନଥିଲେ । ତେଣୁ ଆଜି ପୁଣି ଥରେ ଫୋନ୍ କରି ସିଧାସଳଖ ପଚାରିଲି ଯେ ଛଟେଇରେ ମୋର ନାଁ ଅଛି କି ମୋ ଚାକିରି ସୁରକ୍ଷିତ ଅଛି ?”

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିବାହ ସପ୍ତାହରେ ମିଳିଥାନ୍ତା ଛଟେଇ ଖବର
ଶେଷରେ ମ୍ୟାନେଜର ତାଙ୍କୁ ଜଣାଇଥିଲେ ଯେ ସେ ମଧ୍ୟ ଛଟେଇର ଶିକାର ହୋଇଛନ୍ତି । ତାଙ୍କୁ ଏହି ଖବର ବିବାହ ସପ୍ତାହରେ ଜଣାଇବାକୁ କମ୍ପାନୀ ଯୋଜନା କରିଥିଲା । କର୍ମଚାରୀ ଜଣକ ଲେଖିଛନ୍ତି, “ମ୍ୟାନେଜର ମୋତେ କହିଥିଲେ ଯେ ମୁଁ ମଧ୍ୟ ଏହାର ପ୍ରଭାବରେ ଆସିଛି । ଏଥିପାଇଁ ସେ ଦୁଃଖିତ ବୋଲି ମଧ୍ୟ କହିଥିଲେ ।”
ଚାକିରି ହରାଇବା ଖବର ସତ୍ତ୍ୱେ ସେ ସକାରାତ୍ମକ ରହିବାକୁ ଚେଷ୍ଟା କରିଥିଲେ। ତାଙ୍କ କହିବା ଅନୁସାରେ, ଅତି କମ୍ରେ ଏବେ ଅନିଶ୍ଚିତତା ଶେଷ ହୋଇଛି । ଛଟେଇ ହେବ କି ନାହିଁ ବୋଲି ବାରମ୍ବାର ଚିନ୍ତା କରିବାକୁ ପଡ଼ିବ ନାହିଁ ।
କ୍ୱାଲକମ୍ରେ ବଡ଼ ଧରଣର ଛଟେଇ ଆଶଙ୍କା
କ୍ୱାଲକମ୍ର ବେଙ୍ଗାଲୁରୁ, ହାଇଦ୍ରାବାଦ, ଦିଲ୍ଲୀ-ଏନ୍ସିଆର୍ ଏବଂ ଚେନ୍ନାଇ କାର୍ଯ୍ୟାଳୟରେ ପ୍ରାୟ ୨୦,୦୦୦ କର୍ମଚାରୀ କାମ କରୁଛନ୍ତି । ଗତ ମାସରେ କମ୍ପାନୀର ସିଇଓ କ୍ରିଷ୍ଟିଆନୋ ଆମୋନ୍ କର୍ମଚାରୀଙ୍କୁ ବିଶ୍ୱସ୍ତରରେ କାର୍ଯ୍ୟଦକ୍ଷତା ଆଧାରିତ ଛଟେଇ ସମ୍ପର୍କରେ ଜଣାଇଥିଲେ । ତେବେ କେତେ ଜଣ କର୍ମଚାରୀ ଏହାଦ୍ୱାରା ପ୍ରଭାବିତ ହେବେ, ସେ ସମ୍ପର୍କରେ ସେ କୌଣସି ସଂଖ୍ୟା ଦେଇନଥିଲେ ।
ମୋବାଇଲ୍ ହ୍ୟାଣ୍ଡସେଟ୍ ବ୍ୟବସାୟରୁ ଆୟ ହ୍ରାସ ପାଉଥିବାବେଳେ କମ୍ପାନୀ ଡାଟା ସେଣ୍ଟର, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଏବଂ କନେକ୍ଟେଡ୍ ଡିଭାଇସ୍ କ୍ଷେତ୍ରରେ ନିଜର ବ୍ୟବସାୟ ବଢ଼ାଇବାକୁ ଉଦ୍ୟମ କରୁଛି ।
ଅନ୍ୟପଟେ କାନଭା ଏବଂ ବ୍ଲକ୍ ଭଳି କମ୍ପାନୀ ମଧ୍ୟ କର୍ମଚାରୀ ଛଟେଇ କରିଛନ୍ତି। ରିପୋର୍ଟ ଅନୁଯାୟୀ, AI କ୍ଷେତ୍ରରେ ନିବେଶ ବଢ଼ାଇବା ସହ ମାଇକ୍ରୋସଫ୍ଟ, ଗୁଗଲ୍ ଏବଂ ମେଟା ଭଳି କମ୍ପାନୀ ମଧ୍ୟ କର୍ମଚାରୀଙ୍କୁ ସ୍ୱେଚ୍ଛାକୃତ ଭାବେ ଚାକିରି ଛାଡ଼ିବାର ବିକଳ୍ପ ଦେଇଛନ୍ତି । layoffs.fyi ର ତଥ୍ୟ ଅନୁସାରେ, ଚଳିତ ବର୍ଷ ୩୫୦ଟି କମ୍ପାନୀରେ ୧ ଲକ୍ଷ ୪୨ ହଜାରରୁ ଅଧିକ ଟେକ୍ କର୍ମଚାରୀ ଚାକିରି ହରାଇଛନ୍ତି ।

Related Topics
Explore more stories