Railway Employee Misconduct / ଟିକେଟ୍ କାଉଣ୍ଟରରେ କର୍ମଚାରୀଙ୍କ ମନମାନି… ମୋବାଇଲ୍ ଚଳାଇବା ସହ ଅଧିକ ଟଙ୍କା ମାଗିଥିବା ଅଭିଯୋଗ
·1 hour ago·2 min read

Key Points
ଟିକେଟ୍ ପାଇଁ ଯାତ୍ରୀଙ୍କୁ ହଇରାଣ! ରେଳ କର୍ମଚାରୀଙ୍କ କାରନାମା ଭିଡିଓରେ କଏଦ, ଆକ୍ସନ୍ ନେଲା ରେଳବାଇ?
ଟିକେଟ୍ କାଉଣ୍ଟରରେ ଖୁଲମଖୁଲା ମନମାନି!
ଅଧିକ ଟଙ୍କା ମାଗିଲେ କର୍ମଚାରୀ, ଭିଡିଓ ଦେଖି ରେଳବାଇର ଜବାବ
ଟିକେଟ ନଦେଇ ରେଳ ଷ୍ଟେସନରେ ଟିକେଟ୍ କାଟିବା ପାଇଁ ଲମ୍ବା ଲାଇନ୍ରେ ଛିଡ଼ା ହୋଇଥାନ୍ତି ଯାତ୍ରୀ। ହେଲେ ଟିକେଟ୍ କାଉଣ୍ଟରରେ ବସିଥିବା କର୍ମଚାରୀ ଯଦି ନିଜ କାମ ଛାଡ଼ି ମୋବାଇଲ୍ ଚଳାଇବାରେ ବ୍ୟସ୍ତ ରୁହନ୍ତି ତେବେ ରାଗ ଲାଗିବା ସ୍ବାଭାବିକ। ଏଭଳି ଏକ ଘଟଣା ମହାରାଷ୍ଟ୍ରର ଠାଣେ ଜିଲ୍ଲାର ଭିୱାଣ୍ଡି ରୋଡ୍ ରେଳ ଷ୍ଟେସନରୁ ସାମ୍ନାକୁ ଆସିଛି। ଜଣେ ଯାତ୍ରୀ ଟିକେଟ୍ କାଉଣ୍ଟରରେ କର୍ମଚାରୀଙ୍କ ଆଚରଣର ଭିଡିଓ ସୋସିଆଲ ମିଡିଆରେ ସେୟାର କରିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଏପରିକି ଟିକେଟ୍ ଦେବା ବଦଳରେ ନିର୍ଦ୍ଧାରିତ ଭଡ଼ାଠାରୁ ଅଧିକ ଟଙ୍କା ମାଗିଥିବା ମଧ୍ୟ ଅଭିଯୋଗ ହୋଇଛି।
କେବଳ ମୋବାଇଲ୍ ଚଳାଇବା ନୁହେଁ, ଟିକେଟ୍ ଦେବା ପାଇଁ କର୍ମଚାରୀ ଯାତ୍ରୀଙ୍କଠାରୁ ନିର୍ଦ୍ଧାରିତ ଭଡ଼ାଠାରୁ ଅଧିକ ଟଙ୍କା ମାଗୁଥିବା ନେଇ ମଧ୍ୟ ନୀଲ ଅଭିଯୋଗ କରିଛନ୍ତି। ତାଙ୍କ ଦାବି ଅନୁସାରେ, ଯାତ୍ରୀମାନେ ଅତିରିକ୍ତ ଟଙ୍କା ଦେବାକୁ ରାଜି ନହେଲେ ସେମାନଙ୍କୁ ଟିକେଟ୍ ଦିଆଯାଉନଥିଲା। ଏହାସହ ଟିକେଟ୍ କାଉଣ୍ଟର ନିକଟରେ ଥିବା ଅନ୍ୟ କର୍ମଚାରୀମାନେ ମଧ୍ୟ ନିଜ କାମ ଠିକ୍ ଭାବେ କରୁନଥିବା ଅଭିଯୋଗ କରିଛନ୍ତି ସେ।
ନୀଲଙ୍କ କହିବା ଅନୁସାରେ, କିଛି କର୍ମଚାରୀ କାଉଣ୍ଟର ନିକଟସ୍ଥ ଏକ କୋଠରୀରେ ପାର୍ଟି କରିବାରେ ବ୍ୟସ୍ତ ଥିଲେ। ଏହି ଘଟଣାରେ ଷ୍ଟେସନ ମାଷ୍ଟରଙ୍କ ଦାୟିତ୍ୱକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ କରି ଦାୟୀ କର୍ମଚାରୀଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ସେ ରେଳବାଇକୁ ଅନୁରୋଧ କରିଛନ୍ତି।
ଏଥି ସହ ପଢନ୍ତୁ: ରେଲୱେର ସିଟ୍ ଆଲଟମେଣ୍ଟରେ ବଡ଼ ଧରଣର ତ୍ରୁଟି; ବଗିରେ ସିଟ୍ ନଥାଇ ବୁକ୍ ହୋଇଛି ଯାତ୍ରୀଙ୍କ ନିଶ୍ଚିତ ଟିକେଟ୍
- ମୋବାଇଲ୍ ଚଳାଇବାରେ ବ୍ୟସ୍ତ ଟିକେଟ୍ କ୍ଲର୍କ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଅଭିଯୋଗ ପରେ ରେଳବାଇର ଜବାବ
ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ମାମଲା ରେଳବାଇ ଅଧିକାରୀଙ୍କ ନଜରକୁ ଆସିଥିଲା। ଏହାପରେ ରେଳବାଇର ଅଧିକାରିକ X ଆକାଉଣ୍ଟ 'ରେଳ ସେବା' ଅଭିଯୋଗର ଜବାବ ଦେଇଛି। ରେଳ ସେବା ପକ୍ଷରୁ କୁହାଯାଇଛି ଯେ, ଆବଶ୍ୟକ ପଦକ୍ଷେପ ନେବା ପାଇଁ ଅଭିଯୋଗକୁ ସମ୍ପୃକ୍ତ ରେଳବାଇ ଅଧିକାରୀଙ୍କ ନିକଟକୁ ପଠାଯାଇଛି। ଏହାପରେ ମାମଲାର ଯାଞ୍ଚ ଏବଂ ଆବଶ୍ୟକ କାର୍ଯ୍ୟାନୁଷ୍ଠାନର ଦାୟିତ୍ୱ ସମ୍ପୃକ୍ତ ଅଧିକାରୀଙ୍କୁ ଦିଆଯାଇଛି। ତେବେ ଏପର୍ଯ୍ୟନ୍ତ କୌଣସି କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିବା କିମ୍ବା ଅଭିଯୋଗଗୁଡ଼ିକର ସତ୍ୟତା ପ୍ରମାଣିତ ହୋଇଥିବା ନେଇ ସୂଚନା ମିଳିନାହିଁ।
ଏହି ଭିଡିଓ ଭାଇରାଲ୍ ହେବା ପରେ ଅନେକ ସୋସିଆଲ ମିଡିଆ ୟୁଜର୍ସ ରେଳ କର୍ମଚାରୀଙ୍କ ଆଚରଣକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଟିକେଟ୍ କାଟିବା ଯାତ୍ରୀଙ୍କ ମୌଳିକ ଆବଶ୍ୟକତା। ଏଥିପାଇଁ ସେମାନଙ୍କୁ ହଇରାଣ ହେବାକୁ ପଡ଼ିବା ଉଚିତ୍ ନୁହେଁ ବୋଲି ଅନେକ ମତ ଦେଇଛନ୍ତି।
Related Topics
Explore more stories